ବଜାରକୁ ଆସିଲା ଟାଟା ଟିଗୋର୍‌ ରେଞ୍ଜ୍‌ର ଦୁଇ ନୂଆ ମଡେଲ୍‌

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଚାରିଚକିଆ ଯାନ ନିର୍ମାଣକାରୀ କମ୍ପାନୀ ଟାଟା ମୋଟର୍ସ ପକ୍ଷରୁ ଟିଗୋର୍‌ ରେଞ୍ଜ୍‌ର ଦୁଇଟି ନୂଆ ମଡେଲ୍‌ ବଜାରକୁ ଆସିଛି। ଏହା ଅଟୋମାଟିକ୍‌ ଭାରିଆଣ୍ଟ୍‌ର ଏକ୍ସଏମ୍‌ଏ ଓ ଏକ୍ସଜେଡ୍‌ଏପ୍ଲସ୍‌। ଟିଗୋର୍‌ ଏକ୍ସଏମ୍‌ଏ ଓ ଏକ୍ସଜେଡ୍‌ଏପ୍ଲସ୍‌ର ଏକ୍ସ-ଶୋ’ରୁମ୍‌ (ଦିଲ୍ଲୀ) ମୂଲ୍ୟ ଯଥାକ୍ରମେ ୬.୩୯ ଲକ୍ଷ ଓ ୭.୨୪ ଲକ୍ଷ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଉଭୟ ମଡେଲ୍‌ରେ ୧.୨ ଲିଟର୍‌ ରିଭୋଟ୍ରୋନ୍‌ ପେଟ୍ରୋଲ୍‌ ଇଞ୍ଜିନ୍‌ ରହିଥିବା ବେଳେ ଏହା ସମୁଦାୟ ୬ଟି ରଙ୍ଗ ଇଜିପ୍ଟିଆନ୍‌ ବ୍ଲୁ, ରୋମାନ୍‌ […]

qww

Biswobandita Swain
  • Published: Friday, 21 June 2019
  • , Updated: 21 June 2019, 12:23 PM IST

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଚାରିଚକିଆ ଯାନ ନିର୍ମାଣକାରୀ କମ୍ପାନୀ ଟାଟା ମୋଟର୍ସ ପକ୍ଷରୁ ଟିଗୋର୍‌ ରେଞ୍ଜ୍‌ର ଦୁଇଟି ନୂଆ ମଡେଲ୍‌ ବଜାରକୁ ଆସିଛି। ଏହା ଅଟୋମାଟିକ୍‌ ଭାରିଆଣ୍ଟ୍‌ର ଏକ୍ସଏମ୍‌ଏ ଓ ଏକ୍ସଜେଡ୍‌ଏପ୍ଲସ୍‌। ଟିଗୋର୍‌ ଏକ୍ସଏମ୍‌ଏ ଓ ଏକ୍ସଜେଡ୍‌ଏପ୍ଲସ୍‌ର ଏକ୍ସ-ଶୋ’ରୁମ୍‌ (ଦିଲ୍ଲୀ) ମୂଲ୍ୟ ଯଥାକ୍ରମେ ୬.୩୯ ଲକ୍ଷ ଓ ୭.୨୪ ଲକ୍ଷ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଉଭୟ ମଡେଲ୍‌ରେ ୧.୨ ଲିଟର୍‌ ରିଭୋଟ୍ରୋନ୍‌ ପେଟ୍ରୋଲ୍‌ ଇଞ୍ଜିନ୍‌ ରହିଥିବା ବେଳେ ଏହା ସମୁଦାୟ ୬ଟି ରଙ୍ଗ ଇଜିପ୍ଟିଆନ୍‌ ବ୍ଲୁ, ରୋମାନ୍‌ ସିଲ୍‌ଭର୍‌, ଏସ୍‌ପ୍ରେସୋ ବ୍ରାଉନ୍‌, ବେରୀ ରେଡ୍‌, ପିଅର୍ଲସେଣ୍ଟ୍‌ ହ୍ବାଇଟ୍‌ ଓ ଟିଟାନିୟମ୍‌ ଗ୍ରେ’ରେ ଉପଲବ୍ଧ ହେଉଛି।

ଏକ୍ସଜେଡ୍‌ଏପ୍ଲସ୍‌ରେ ଉନ୍ନତ ମନୋରଞ୍ଜନର ଅଭିଜ୍ଞତା ଦେବା ପାଇଁ ୧୭.୭୮ ସେଣ୍ଟିମିଟର୍‌ ବିଶିଷ୍ଟ ଟଚ୍‌ସ୍କ୍ରିନ୍‌ର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଏଥିରେ ଆପଲ୍‌ କାର୍‌ପ୍ଲେ, ଆଣ୍ଡ୍ରଏଡ୍‌ ଅଟୋ ଓ ହାର୍‌ମାନ୍‌ କମ୍ପାନୀର ୮ ସ୍ପିକର୍‌ବିଶିଷ୍ଟ ସାଉଣ୍ଡ୍‌ ସିଷ୍ଟମ୍‌ ମଧ୍ୟ ଉପଲବ୍ଧ ରହିଛି। ଏହି ମଡେଲ୍‌ରେ ୧୫ ଇଞ୍ଚ୍‌ ବିଶିଷ୍ଟ ଡାଇମଣ୍ଡ୍‌ କଟ୍‌ ଆଲୟ ହ୍ବିଲ୍‌ ରହିଥିବା ବେଳେ ଅଟୋଫୋଲ୍‌ଡ ଓଆର୍‌ଭିଏମ୍‌ ଓ ଏଲ୍‌ଇଡି ଆଦିର ବନ୍ଦୋବସ୍ତ ରହିଛି। ଏଥିରେ ମଧ୍ୟ ଡୁଆଲ୍‌ ଚାମ୍ବର୍‌ ପ୍ରୋଜେକ୍ଟର ହେଡ୍‌ଲ୍ୟାମ୍ପ୍‌ ରହିଛି, ଯେଉଁଥିରେ ଚମକପ୍ରଦ କ୍ରୋମ୍‌ ଫିନିଶିଂ ଟଚ୍‌ ଦିଆଯାଇଛି। ଏହାଛଡ଼ା ଉଭୟ ମଡେଲ୍‌ରେ ବ୍ଲୁଟୁଥ୍ କନେକ୍ସନ୍‌, ରିଭର୍ସ ପାର୍କିଂ ସେନ୍‌ସର୍‌, କପ୍‌ହୋଲ୍‌ଡର୍‌ ସହ ଫୋଲ୍‌ଡେବଲ୍‌ ରିଅର୍‌ ଆର୍ମରେଷ୍ଟ୍‌ ଓ ଷ୍ଟୋରେଜ୍‌ ସୁବିଧା ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

Related story