Advertisment

୪୧ ହଜାର ଆକାଉଣ୍ଟକୁ ଭୁଲରେ ପଳାଇଥିଲା ୮୨୦ କୋଟି, ଫେରିଲାଣି ୭୦୫ କୋଟି

ସିବିଆଇ ଡିସେମ୍ବର ୫ରେ ପଶ୍ଚିମବଙ୍ଗ ଓ କର୍ଣ୍ଣାଟକାର ୧୩ଟି ସ୍ଥାନରେ ରେଡ୍‌ କରିଥିଲା। ଏହି ସମୟରେ ଏକାଧିକ ମୋବାଇଲ ଫୋନ, ଲ୍ୟାପଟପ, କମ୍ପ୍ୟୁଟର ସିଷ୍ଟମ, ଡେଭିଟ ଓ କ୍ରେଡିଟ କାର୍ଡ ଜବତ ହୋଇଥିଲା।

author-image
Hemant Lenka
UCO

UCO

ୟୁକୋ ବ୍ୟାଙ୍କ ଭୁଲବଶତଃ ପ୍ରାୟ ୪୧ ହଜାର ଲୋକଙ୍କ ଆକାଉଣ୍ଟକୁ ୮୨୦ କୋଟି ଟଙ୍କା ପଠାଇ ଦେଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ ୭୦୫.୩୧ କୋଟି ଟଙ୍କା ବିଭିନ୍ନ ଆକାଉଣ୍ଟରୁ ଆଣି ସାରିଲାଣି। ନଭେମ୍ବର ମାସରେ ପୂରା ଘଟଣା ଘଟିଥିବା ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭଗବତ କାରାଡ ଆଜି ଏହି ସୂଚନା ଦେଇଛନ୍ତି।

Advertisment

ବ୍ୟାଙ୍କର ଆଇଏମପିଏସ ପେମେଣ୍ଟରେ ବୈଷୟିକ ତ୍ରୁଟି ଯୋଗୁ ଏପରି ଘଟଣା ଘଟିଥିଲା। ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଚାଲି ଯିବାରୁ ନଭେମ୍ବର ୧୫ରେ ୟୁକୋ ବ୍ୟାଙ୍କ ପକ୍ଷରୁ ସିବିଆଇ ନିକଟରେ ଏଫଆଇଆର ରୁଜୁ କରାଯାଇଥିଲେ। କିଛି ଅଜଣା ବ୍ୟକ୍ତି ଓ ୨ ଜଣ ସର୍ପୋଟ ଇଞ୍ଜିନିୟରଙ୍କ ବିରୋଧରେ ବ୍ୟାଙ୍କ ଏଫଆଇଆର ଦେଇଥିଲା।

ଅଭିଯୋଗ ପାଇବା ପରେ ସିବିଆଇ ଡିସେମ୍ବର ୫ରେ ପଶ୍ଚିମବଙ୍ଗ ଓ କର୍ଣ୍ଣାଟକାର ୧୩ଟି ସ୍ଥାନରେ ରେଡ୍‌ କରିଥିଲା। ଏହି ସମୟରେ ଏକାଧିକ ମୋବାଇଲ ଫୋନ, ଲ୍ୟାପଟପ, କମ୍ପ୍ୟୁଟର ସିଷ୍ଟମ, ଡେଭିଟ ଓ କ୍ରେଡିଟ କାର୍ଡ ଜବତ ହୋଇଥିଲା।

Advertisment

ଆର୍ଥିକ ନେଣଦେଣ କ୍ଷେତ୍ର ସମ୍ମୁଖୀନ ହେଉଥିବର ସାଇବର ସୁରକ୍ଷା ଚ୍ୟାଲେଞ୍ଜଗୁଡ଼ିକର ସଫଳ ମୁକାବିଲା ପାଇଁ ନଭେମ୍ବର ୨୮ରେ ସରକାର ବଡ଼ଧରଣର ବୈଠକ କରିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

UCO Bank