Advertisment

ଭାରତରୁ ବ୍ରିଟେନ୍‌ ନେଇଯାଇଛି ୬୪ ଲକ୍ଷ ୮୨ ହଜାର କୋଟି ଡଲାରର ସଂପତ୍ତି!

୧୭୬୫ରୁ ୧୯୦୦ ମସିହା ମଧ୍ୟରେ ବ୍ରିଟେନର ସବୁଠାରୁ ୧୦% ଧନୀ କେବଳ ଭାରତ ଠାରୁ ଆଜିର ମୂଲ୍ୟ ହିସାବରେ ୩୩ ଲକ୍ଷ ୮୦ ହଜାର କୋଟି ଡଲାର ସମ୍ପତ୍ତି ନେଇଯାଇଛନ୍ତି।

ଅଦ୍ୟତନ ହୋଇଛି
oxfam

oxfam

Advertisment

୧୭୬୫ରୁ ୧୯୪୭ ଯାଏ ବ୍ରିଟେନ ଶାସନରେ ରହିଥିଲା ଭାରତ। ଦୀର୍ଘ ୨୦୦ ବର୍ଷ ଧରି ଇଂରେଜମାନେ ଆମକୁ ଶାସନ କରୁଥିଲେ। ତେବେ ୧୭୬୫ରୁ ୧୯୦୦ ମସିହା ଯାଏ ଉପନିବେଶବାଦ ଶାସନ ସମୟରେ ଇଂରେଜମାନେ ଭାରତରୁ ପ୍ରାୟ ୬୪.୮୨ ଟ୍ରିଲିୟନ ଡଲାରର ବା ୬୪ ଲକ୍ଷ ୮୨ ହଜାର କୋଟି ଡଲାର ନେଇ ଯାଇଛନ୍ତି। ଏହା ମଧ୍ୟରୁ ୩୩.୮ ଟ୍ରିଲିୟନ ଡଲାର ବ୍ରିଟେନର ୧୦% ଧନୀଙ୍କ ପକେଟକୁ ଯାଇଛି।

Advertisment

ଭାରତରୁ ଇଂରେଜମାନେ ନେଇ ଯାଇଥିବା ଟଙ୍କାର ପରିମାଣ ଏତେ ଥିଲା ଯେ ଯଦି ଏହାକୁ ବ୍ରିଟେନର ୫୦ ପାଉଣ୍ଡର ନୋଟରେ ପରିଣତ କରାଯାଏ, ତା’ହେଲେ ପୂରା ଲଣ୍ଡନରେ ୪ ଥର ନୋଟର କାରପେଟ୍‌ ବିଛା ଯାଇପାରିବ।

ଅକ୍ସଫାମ ଇଣ୍ଟରନ୍ୟାଶନାଲର ନୂଆ ରିପୋର୍ଟରେ ଏପରି କୁହାଯାଇଛି। ବିଶ୍ୱ ଅର୍ଥନୀତିକ ଫୋରମର ବାର୍ଷିକ ବୈଠକର ପ୍ରଥମ ଦିନରେ ଏପରି ରିପୋର୍ଟ ପ୍ରତିବର୍ଷ ଜାରି କରାଯାଇଥାଏ। ଏହି ରିପୋର୍ଟର ଶୀର୍ଷକ Takers, not Makers ରଖାଯାଇଛି। ସମଗ୍ର ବିଶ୍ୱରେ ଥିବା ଧନୀ ଓ ଶକ୍ତିଶାଳୀ ଲୋକଙ୍କ ବାର୍ଷିକ ବୈଠକର କିଛି ଘଣ୍ଟା ପୂର୍ବରୁ ଡାଭୋସରେ ଏହାକୁ ସାର୍ବଜନୀନ କରାଯାଇଛି।

Advertisment

ଏହି ରିପୋର୍ଟରେ ଏକାଧିକ ଗବେଷଣା, ତଦନ୍ତ ଓ ଦସ୍ତାବିଜରୁ ମିଳିଥିବା ତଥ୍ୟ ଆଧାରରେ ଦାବି କରାଯାଇଛି ଯେ ଆଧୁନିକ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ କେବଳ ଉପନିବେଶବାଦ ଯୋଗୁ ସୃଷ୍ଟି ହୋଇଛନ୍ତି। ଐତିହାସିକ ଉପନିବେଶନବାଦ ସମୟରେ ବ୍ୟକ୍ତି ଅସମାନତା ଓ ଲୁଟର ବିକୃତି, ଆଧୁନିକ ଜୀବନକୁ ରୂପ ଦେବାରେ ଲାଗିଛି। ଏଥିଯୋଗୁ ଗୋଟିଏ ଗଭୀର ଅସମାନତାର ବିଶ୍ୱ ତିଆରି ହୋଇଛି। ବର୍ଣ୍ଣବୈଷମ୍ୟ ଆଧାରରେ ଗୋଟିଏ ବିଭାଜିତ ବିଶ୍ୱ ଗଠିତ ହୋଇଛି। ଏହା ଏପରି ଏକ ବିଶ୍ୱ ଯେଉଁଠାରେ ବେଶ ବ୍ୟବସ୍ଥିତ ଢଙ୍ଗରେ ଗ୍ଲୋବାଲ ସାଉଥଠାରୁ ଟଙ୍କା ଶୋଷଣ କରାଯାଇ ଏହାର ଲାଭକୁ ଗ୍ଲୋବାଲ ନର୍ଥର ଧନୀ ଲୋକମାନଙ୍କୁ ଦିଆଯାଉଛି।

ବିଭିନ୍ନ ଅଧ୍ୟୟନ ଓ ଦସ୍ତାବିଜକୁ ଆଧାର କରି ଅକ୍ସଫାମ ଆକଳନ କରିଛି ଯେ ୧୭୬୫ରୁ ୧୯୦୦ ମସିହା ମଧ୍ୟରେ ବ୍ରିଟେନର ସବୁଠାରୁ ୧୦% ଧନୀ କେବଳ ଭାରତ ଠାରୁ ଆଜିର ମୂଲ୍ୟ ହିସାବରେ ୩୩.୮ ଟ୍ରିଲିୟନ ଡଲାର ସମ୍ପତ୍ତି ନେଇଯାଇଛନ୍ତି। ଏହା ଲଣ୍ଡନକୁ ବ୍ରିଟେନର ୫୦ ପାଉଣ୍ଡ ନୋଟରେ ୪ ଥର ଘୋଡ଼ାଇ ଦେଇପାରିବାକୁ ସକ୍ଷମ।

ରିପୋର୍ଟ ଅନୁସାରେ ଆଜିକା ଦିନରେ ଧନୀ ଲୋକଙ୍କ ଗୋଟିଏ ବଡ଼ ଅଂଶ ନିଜ ପରିବାର ପାଖରେ ଥିବା ସମ୍ପତ୍ତିର ଶ୍ରେୟ ଗୁଲାମୀ ଓ ଉପନିବେଶବାଦକୁ ଦେଉଛନ୍ତି। ବିଶେଷ କରି ଗୁଲାମୀ ଶେଷ ହେବା ପରେ ମାଲିକଙ୍କୁ ଦିଆଯାଇଥିବା କ୍ଷତିପୂରଣରୁ ସେମାନଙ୍କୁ ଅଧିକ ଆୟ ହୋଇଛି। ଆଧୁନିକ ବହୁରାଷ୍ଟ୍ରୀୟ କମ୍ପାନୀ ସୃଷ୍ଟି ହେବା ପଛରେ ଉପନିବେଶବାଦ ରହିଥିବା କଥା ଦାବି କରି ଅକ୍ସଫାମ କହିଛି ଯେ ଏହାର ଆରମ୍ଭ ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ନିଜସ୍ୱ ନିୟମରୁ ହୋଇଛି। ଏମାନେ ନିଜସ୍ୱ ଆଇନ ପ୍ରସ୍ତୁତ କରିଥିଲେ ଓ ଅନେକ ଉପନିବେଶନବାଦ ଅପରାଧ କାରଣ ପାଲଟିଥିଲେ।

ରିପୋର୍ଟରେ କୁହାଯାଇଛି ଯେ ଆଧୁନିକ ଯୁଗରେ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ସର୍ବଦା ଏକଚାଟିଆ ଓ ପ୍ରାୟ ଏକଚାଟିଆ ସ୍ଥିତିରେ ରହିଛନ୍ତି। କମ୍ପାନୀଗୁଡ଼ିକ ବିଶ୍ୱର ଦକ୍ଷିଣ ପ୍ରାନ୍ତର ଶ୍ରମିକ ବିଶେଷ କରି ମହିଳା ଶ୍ରମିକମାନଙ୍କୁ ଶୋଷଣ କରି ଚାଲିଛନ୍ତି। ଉତ୍ତର ପ୍ରାନ୍ତର ଧନୀ ଅଂଶଧାରୀଙ୍କ ପାଇଁ ସେମାନେ ଏପରି କରୁଥିବା ଅକ୍ସଫାମ କହିଛି।

ବିଶ୍ୱସ୍ତରୀୟ ସପ୍ଲାଏ ଚେନ ଓ ରପ୍ତାନୀ ପ୍ରକ୍ରିୟା ଶିଳ୍ପ ସଂସ୍ଥାଗୁଡ଼ିକ ଆଧୁନିକ ଉପନିବେଶବାଦ ବ୍ୟବସ୍ଥାକୁ ପ୍ରତିଫଳିତ କରୁଛନ୍ତି। ଦକ୍ଷିଣ-ଉତ୍ତର ସମ୍ପତ୍ତି ବାଗବଣ୍ଟାକୁ ପ୍ରୋତ୍ସାହିତ କରୁଛନ୍ତି। ସପ୍ଲାଏ ଚେନରେ ଥିବା ଶ୍ରମିକମାନେ ସବୁବେଳେ ଶୋଷଣର ଶିକାର ହେଉଛନ୍ତି। ସେମାନଙ୍କୁ ନିଜର ଅଧିକାର ମିଳୁନାହିଁ। ସେମାନେ ସାମାଜିକ ସୁରକ୍ଷାର ଲାଭ ପାଉ ନାହାନ୍ତି। ସମାନ ଦକ୍ଷତା ପାଇଁ ଉତ୍ତର ପ୍ରାପ୍ତର ଲୋକଙ୍କୁ ମିଳୁଥିବା ପାରିଶ୍ରମିକ ତୁଳନାରେ ଦକ୍ଷିଣ ପ୍ରାନ୍ତର ଶ୍ରମିକଙ୍କୁ ୮୭ରୁ ୯୫% କମ ମିଳୁଛି।

ବଡ଼ବଡ଼ ବହୁରାଷ୍ଟ୍ରୀୟ କମ୍ପାନୀ ବିଶ୍ୱର ଯୋଗାଣ ବ୍ୟବସ୍ଥାକୁ ନିଜ ଦଖଲରେ ରଖିଛନ୍ତି। ସେମାନେ ଶସ୍ତା ଶ୍ରମିକମାନଙ୍କ ଦ୍ୱାରା ଲାଭ ଉଠାଉଛନ୍ତି ଓ ଦକ୍ଷିଣ ପ୍ରାନ୍ତରେ ଥିବା ସମ୍ପତ୍ତିକୁ ନେଇ ଯାଉଛନ୍ତି। ସେମାନେ ବେଶ ବ୍ୟବସ୍ଥିତ ଢଙ୍ଗରେ ବିଶ୍ୱ ଅର୍ଥନୀତିକୁ ନିଜ ଅକ୍ତିଆରରେ ରଖି ଚାଲିଛନ୍ତି।

ଭାରତରୁ ଉପନିବେଶବାଦ ଶାସନ ମଧ୍ୟରେ ବ୍ରିଟେନ ନେଇଥବା ଟଙ୍କାର ଲାଭ କେବଳ ଧନୀ ପାଇ ନାହାନ୍ତି, ବରଂ ନୂଆ କରି ସାମ୍ନାକୁ ଆସିଥିବା ମଧ୍ୟବିତ୍ତ ମଧ୍ୟ ଏହାର ଲାଭ ପାଇଛନ୍ତି। ୧୦% ଧନୀ ଲୋକ ଭାରତରୁ ଯାଇଥିବା ୫୨% ଆୟର ଲାଭ ପାଇଥିବା ବେଳେ ୩୨% ଆୟ ମଧ୍ୟବିତ୍ତଙ୍କ ପାଖକୁ ଯାଇଛି ବୋଲି ଅକ୍ସଫାମ କହିଛି।

Oxfam Oxfam Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe