Advertisment

ପୁଣି ରେକର୍ଡ କଲା ଦେଶର ବେକାରୀ ହାର

ନୂଆଦିଲ୍ଲୀ: ଦେଶରେ ବେକାରୀ ସମସ୍ୟା କ୍ରମାଗତ ଭାବେ ବଢ଼ି ଚାଲିଛି। ପ୍ରତିମାସରେ ବେକାର ହାର ରେକର୍ଡ ଭାଙ୍ଗୁଛି। ଡିସେମ୍ବର ମାସର ବେକାରୀ ହାର ଗତ ୪ ମାସ ମଧ୍ୟରେ ସବୁଠାରୁ ଅଧିକ ବୋଲି ଆଜି ସାମ୍ନାକୁ ଆସିଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି(ସିଏମଆଇ) କହିଛି ଯେ ନଭେମ୍ବର ମାସରେ ବେକାରୀ ହାର ୭% ଥିଲା। କିନ୍ତୁ ଡିସେମ୍ବର ଏହା ୭.୯%କୁ ବଢ଼ିଛି। ଏପରି ସ୍ଥିତି ୪ ମାସ ମଧ୍ୟରେ ପ୍ରଥମଥର ଦେଖିବାକୁ […]

ଅଦ୍ୟତନ ହୋଇଛି
ପୁଣି ରେକର୍ଡ କଲା ଦେଶର ବେକାରୀ ହାର

Unemployment

Advertisment

ନୂଆଦିଲ୍ଲୀ: ଦେଶରେ ବେକାରୀ ସମସ୍ୟା କ୍ରମାଗତ ଭାବେ ବଢ଼ି ଚାଲିଛି। ପ୍ରତିମାସରେ ବେକାର ହାର ରେକର୍ଡ ଭାଙ୍ଗୁଛି। ଡିସେମ୍ବର ମାସର ବେକାରୀ ହାର ଗତ ୪ ମାସ ମଧ୍ୟରେ ସବୁଠାରୁ ଅଧିକ ବୋଲି ଆଜି ସାମ୍ନାକୁ ଆସିଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି।

Advertisment

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି(ସିଏମଆଇ) କହିଛି ଯେ ନଭେମ୍ବର ମାସରେ ବେକାରୀ ହାର ୭% ଥିଲା। କିନ୍ତୁ ଡିସେମ୍ବର ଏହା ୭.୯%କୁ ବଢ଼ିଛି। ଏପରି ସ୍ଥିତି ୪ ମାସ ମଧ୍ୟରେ ପ୍ରଥମଥର ଦେଖିବାକୁ ମିଳିଛି। ଅଗଷ୍ଟ ମାସରେ ଦେଶର ବେକାରୀ ହାର ୮.୩% ରହିଥିଲା। ଏହା ପଛକୁ ଡିସେମ୍ବର ମାସର ବେକାରୀ ହାର ରହିଛି।

ଓମିକ୍ରନ ଭାରିଏଣ୍ଟ ଠାବ ହେବା ପରେ ଅର୍ଥନୀତିକ କାର୍ଯ୍ୟକଳାପ ଓ ଗ୍ରାହକଙ୍କ ଚାହିଦା ହ୍ରାସ ପାଇଛି। ଏଥିସହ ଏକାଧିକ ରାଜ୍ୟ କଟକଣା ମଧ୍ୟ ଲଗାଇବା ଆରମ୍ଭ କରିଛନ୍ତି। ଫଳରେ ଏହାର ପ୍ରଭାବର ଦେଶର ବେକାରୀ ହାର ଉପରେ ପଡ଼ିଛି। ସହରାଞ୍ଚଳରେ ବେକାରୀ ହାର ଡିସେମ୍ବର ମାସରେ ୯.୩% ରହିଛି। ଗତମାସରେ ଏହା ୮.୨% ଥିଲା।

Advertisment

ଗ୍ରାମାଞ୍ଚଳ ବେକାରୀ ହାର ୬.୪%ରୁ ବଢ଼ି ୭.୩% ରହିଛି। ୨୦୨୦ରୁ କରୋନା ଯୋଗୁ ଦେଶର ଅର୍ଥନୀତି ଦୋହଲି ଯାଇଛି। ସ୍ଥିତି ସ୍ୱାଭାବିକ ହେବା ପରେ ଏଥିରେ ସୁଧାର ଆସିଥିଲା। ହେଲେ ଏବେ ପୁଣି ଥରେ ସଂକ୍ରମଣ ସ୍ଥିତିକୁ ବିଗାଡ଼ିବା ଆରମ୍ଭ କରିଛି। ଓମିକ୍ରନ ଭାରିଏଣ୍ଟ କ୍ଷତିଗ୍ରସ୍ତ ଅର୍ଥନୀତିକୁ ଆହୁରି ବିଗାଡ଼ି ଦେବ ବୋଲି ଅର୍ଥନୀତିକ ବିଶେଷଜ୍ଞମାନେ ଆଶଙ୍କା କରିବା ଆରମ୍ଭ କଲେଣି।

୨୦୨୧ ବର୍ଷର ପ୍ରଥମ ୩ ମାସରେ ଦେଶର ବେକାରୀ ହାର ପ୍ରାୟ ୧୦% ରହିଥିଲା। ନ୍ୟାଶନାଲ ଷ୍ଟାଟିଷ୍ଟିକାଲ ଅଫିସ(ଏନଏସ୍‌ଓ)ର ସର୍ଭେରୁ ଏପରି ତଥ୍ୟ ମିଳିଥିଲା। ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ମହିଳାଙ୍କ ବେକାରୀ ହାର ୧୧.୮% ରହିଥିଲା। ବର୍ଷକ ତଳେ ଏହା ୧୦.୬% ଥିଲା। ୨୦୨୦ ଅକ୍ଟୋବର-ଡିସେମ୍ବରରେ ଏହି ହାର ୧୩.୧% ରହିଥିଲା।

ପୁରୁଷଙ୍କ ବେକାରୀ ହାର(ଅର୍ବାନ) କଥା ବିଚାରକୁ ନେଲେ ୨୦୨୧ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଏହା ୮.୬% ଥିଲା। ୨୦୨୦ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏହି ହାର ୯.୫% ରହିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe