ବଜେଟ ଆଗତ ପୂର୍ବରୁ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପନ ହେବ ସାଧାରଣ ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୋଲିବେ ତାଙ୍କ ବଜେଟ୍‌ ପେଡି। ତେବେ ବଜେଟ୍‌ ଆଗତ ପୂର୍ବରୁ ସେୟାର ମାର୍କେଟ୍‌ରେ ଉତ୍ସାହ ଦେଖିବାକୁ ମିଳିଛି। ଆରମ୍ଭରୁ ବଢ଼ିଛି ସେନ୍‌ସେକ୍ସ। ୫୮୨.୮୫ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ। ସେନ୍‌ସେକ୍ସ ୫୮୨.୮୫ ପଏଣ୍ଟ ବଢ଼ି ୫୮,୫୯୭.୦୨ରେ ପହଞ୍ଚିଛି। ସେହିପରି ନିଫ୍‌ଟି ୧୫୬.୨୦ ପଏଣ୍ଟ ବଢ଼ି ୧୭,୪୯୬.୦୫ରେ ପହଞ୍ଚିଛି। ପ୍ରାରମ୍ଭ କାରବାରରେ ବ୍ୟାଙ୍କ, ଆଇଟି ସମେତ ସମସ୍ତ ସେକ୍ଟୋରଲ ଇଣ୍ଡେକ୍ସରେ ଉତ୍ସାହ ଦେଖିବାକୁ ମିଳିଛି। ସୂଚନା […]

Sensex

Madhupriya Mistry
  • Published: Tuesday, 01 February 2022
  • , Updated: 01 February 2022, 01:23 PM IST

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପନ ହେବ ସାଧାରଣ ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୋଲିବେ ତାଙ୍କ ବଜେଟ୍‌ ପେଡି। ତେବେ ବଜେଟ୍‌ ଆଗତ ପୂର୍ବରୁ ସେୟାର ମାର୍କେଟ୍‌ରେ ଉତ୍ସାହ ଦେଖିବାକୁ ମିଳିଛି। ଆରମ୍ଭରୁ ବଢ଼ିଛି ସେନ୍‌ସେକ୍ସ। ୫୮୨.୮୫ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ। ସେନ୍‌ସେକ୍ସ ୫୮୨.୮୫ ପଏଣ୍ଟ ବଢ଼ି ୫୮,୫୯୭.୦୨ରେ ପହଞ୍ଚିଛି। ସେହିପରି ନିଫ୍‌ଟି ୧୫୬.୨୦ ପଏଣ୍ଟ ବଢ଼ି ୧୭,୪୯୬.୦୫ରେ ପହଞ୍ଚିଛି। ପ୍ରାରମ୍ଭ କାରବାରରେ ବ୍ୟାଙ୍କ, ଆଇଟି ସମେତ ସମସ୍ତ ସେକ୍ଟୋରଲ ଇଣ୍ଡେକ୍ସରେ ଉତ୍ସାହ ଦେଖିବାକୁ ମିଳିଛି।

ସୂଚନା ମୁତାବକ ବଜେଟର ଗୋଟିଏ ଦିନ ପୂର୍ବରୁ ସୋମବାର ଦିନ ସେନ୍‌ସେକ୍ସ ୮୧୪ ପଏଣ୍ଟ ତଥା ୧.୪୨ ପ୍ରତିଶତ ବଢ଼ି ୫୮,୦୧୪.୧୭ ସ୍ତରରେ ବନ୍ଦ ହୋଇଥିଲା। ସେହିପରି ପିଫ୍ଟି ମଧ୍ୟ ୨୩୮ ପଏଣ୍ଟରୁ ବଢ଼ି ୧୭,୩୩୯.୮୫ ସ୍ତରରେ ପହଞ୍ଚିବା ପରେ ବନ୍ଦ ହୋଇଥିଲା।

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାର୍ଲାମେଣ୍ଟରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି। କାହାକୁ ସେ କଣ ଦେବେ, ତା ଉପରେ ରହିଛି ସାରା ଦେଶର ନଜର। କୋଭିଡ୍ ମହାମାରୀରେ ଅସ୍ତବ୍ୟସ୍ତ ଚାକିରିଆ ଓ ମଧ୍ୟବିତ୍ତବର୍ଗକୁ ଟିକସ ରିହାତି ମିଳିବା ନେଇ ଆଶା କରାଯାଉଛି। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୧ ଯାଏ ଚାଲିବ। ତା ପରେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖରେ ଶେଷ ହେବ।

Related story