Advertisment

ଏଥର ବଜେଟରେ ‘ସବକା ସାଥ- ସବକା ବିକାଶ’ ଉପରେ ଗୁରୁତ୍ୱ, ଆସିବ ଜମ୍ମୁ, କଶ୍ମୀରର ବଜେଟ

୨୦୨୪-୨୫ର ପୂର୍ଣ୍ଣାଙ୍ଗ ବଜେଟ ‘ସବକା ସାଥ- ସବକା ବିକାଶ’ ଉପରେ ଗୁରୁତ୍ୱ ଦେଇଛି। ଏହା ମୋଦିଙ୍କ ଗୁରୁ ମନ୍ତ୍ର ହୋଇଥିବା ବେଳେ ତାହା ଉପରେ ଆଧାରିତ ହୋଇଛି ଏଥରର ବଜେଟ।

Finance Minister

Finance Minister

Advertisment

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି ସରକାରର ୩.୦ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଏଥର ନିର୍ମଳାଙ୍କ ପେଡ଼ିରେ ଦେଶବାସୀଙ୍କ ପାଇଁ କ’ଣ ରହିଛି, କ’ଣ ଶସ୍ତା ହେବ ଓ କାହା ଉପରେ ପଡ଼ିବ ମହଙ୍ଗା ମାଡ଼ ତା’ ଉପରେ ରହିଛି ଦେଶବାସୀଙ୍କ ନଜର।

Advertisment

ତେବେ ୨୦୨୪-୨୫ର ପୂର୍ଣ୍ଣାଙ୍ଗ ବଜେଟ ‘ସବକା ସାଥ- ସବକା ବିକାଶ’ ଉପରେ ଗୁରୁତ୍ୱ ଦେଇଛି। ଏହା ମୋଦିଙ୍କ ଗୁରୁ ମନ୍ତ୍ର ହୋଇଥିବା ବେଳେ ତାହା ଉପରେ ଆଧାରିତ ହୋଇଛି ଏଥରର ବଜେଟ। ଏଥର ବଜେଟରେ ସବୁ ବର୍ଗଙ୍କୁ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ଅର୍ଥ ରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧୁରୀ।

ଏଥିସହ ଚଳିତ ବର୍ଷ ପ୍ରଥମ ଥର ପାଇଁ କେନ୍ଦ୍ରଶାସିତ  ପ୍ରଦେଶ ଜମ୍ମୁ, କଶ୍ମୀର ପାଇଁ ସଂସଦରେ ଆଗତ ହେବ ବଜେଟ । ଆଜି ବଜେଟ ଉପସ୍ଥାପନ ହେବ ଓ ଆସନ୍ତାକାଲି ଏହା ଉପରେ ଚର୍ଚ୍ଚା ହେବ । ଅର୍ଥ ମନ୍ତ୍ରୀ ବଜେଟ ଉପରେ ହୋଇଥିବା ଚର୍ଚ୍ଚାର ଉତ୍ତର ଆସନ୍ତା ୩୦ ତାରିଖରେ ଦେବେ ।

Advertisment

ଗତକାଲି ସଂସଦ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଅଭିଭାଷଣରେ ଦେଶକୁ ସକରାତ୍ମକ ବିଚାରଧାରାର ଆବଶ୍ୟକତା ଥିବା କହିଥିଲେ। ତେଣୁ ସବୁ ଦଳୀୟ ହିତରୁ ଉପରକୁ ଉଠି ଦେଶର ହିତ ପାଇଁ କାମ କରିବାକୁ ସେ ସବୁ ରାଜନୈତିକ ଦଳଙ୍କୁ ଅପିଲ୍‌ କରିଥିଲେ।

Budget2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe