Import
ନୂଆଦିଲ୍ଲୀ: ଦେଶର କଷ୍ଟମ ଆକ୍ଟରେ ନୂଆ ଧାରା ଯୋଡ଼ା ଯାଇଛି। ଅର୍ଥ ବିଲ୍ ୨୦୨୨ ଜରିଆରେ ଦେଶରୁ ରାପ୍ତାନୀ ଓ ଦେଶକୁ ଆମଦାନୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟର ସୁରକ୍ଷା ପାଇଁ ଏପରି ପ୍ରାବଧାନ ହୋଇଛି। ନୂଆ ଧାରାରେ ନିର୍ଦ୍ଦିଷ୍ଟ ସମାଗ୍ରୀର ରପ୍ତାନୀ/ ଆମଦାନୀ ସଂକ୍ରାନ୍ତୀୟ ତଥ୍ୟ ପ୍ରଚାର ଓ ପ୍ରସାର କଲେ ଜେଲଦଣ୍ଡର ବ୍ୟବସ୍ଥା ରହିଛି। ଏଥିସହ ଜୋରିମାନା ମଧ୍ୟ ଲାଗିବ।
କଷ୍ଟମ ଆକ୍ଟରେ ନୂଆ କରି ଯୋଡ଼ା ଯିବାକୁ ଥିବା ୧୩୫ଏଏ ଅନୁଯାୟୀ ଏପରି ଦଣ୍ଡବିଧାନ ବ୍ୟବସ୍ଥା ହେବ। ନୂଆ ନିୟମ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ଭାରତରୁ ରପ୍ତାନୀ ହେଉଥିବା କିମ୍ବା ଭାରତକୁ ଆମଦାନୀ ହେଉଥିବା କୌଣସି ସାମଗ୍ରୀର ଗୁଣବତ୍ତା ଓ ପରିମାଣ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଉପାଦନ ସହ ଜଡ଼ିତ ତଥ୍ୟକୁ ଦରକାର ନଥାଇ ବିସ୍ତୃତ ଭାବେ ପବ୍ଲିଶ କରିବେ, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଦଣ୍ଡ ସ୍ୱରୂପ ପ୍ରଚାର ପ୍ରସାର କରିଥିବା ଲୋକଙ୍କୁ ୬ ମାସ ଯାଏ ଜେଲଦଣ୍ଡ କିମ୍ବା ୫୦ ହଜାର ଯାଏ ଜୋରିମାନା ଲାଗୁ କରାଯିବ। ସେହିପରି କିଛି କ୍ଷେତ୍ରରେ ଉଭୟ ଦଣ୍ଡ ମଧ୍ୟ ଦିଆଯାଇ ପାରିବ। ଏହି ଆଇନର ବ୍ୟବସ୍ଥା ଅନୁସାରେ ଆମଦାନୀ ଓ ରପ୍ତାନୀ ସଂପର୍କୀତ ସୂଚନା ମୁଦ୍ରଣ କିମ୍ବା ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମରେ ପୁନଃ ପ୍ରକାଶିତ ହେଲେ ମଧ୍ୟ ତାହାକୁ ପ୍ରକାଶନ ଭାବେ ବୁଝାଯିବ ଓ ତାହାକୁ ଅପରାଧ ଭାବେ ଗ୍ରହଣ କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/02/Import.jpg)