Advertisment

ସକାଳେ ଥିଲା ମିଟିଂ, ଯୋଗଦେଇ ନ ପାରିବାରୁ ୯୯ ଜଣଙ୍କୁ କାଢିଦେଲେ CEO

୧୧୦ କର୍ମଚାରୀଙ୍କ ମଧ୍ୟରୁ ୯୯ ଜଣଙ୍କୁ ଏକା ସାଙ୍ଗରେ ବାହାର କରିଛି କମ୍ପାନୀ।

author-image
Debibandita Barick
ଅଦ୍ୟତନ ହୋଇଛି
Employee

Employee

ସକାଳ ବୈଠକରେ ଯୋଗଦେଇ ନ ପାରିବାରୁ ୯୯ ଜଣ କର୍ମଚାରୀଙ୍କୁ ବହିଷ୍କାର। ଆମେରିକାର ଏକ କମ୍ପାନୀର ସିଇଓ କର୍ମଚାରୀଙ୍କ ବିରୁଦ୍ଧରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି। କମ୍ପାନୀରେ ଥିବା ମୋଟ ୧୧୦ କର୍ମଚାରୀଙ୍କ ମଧ୍ୟରୁ ୯୯ ଜଣଙ୍କୁ ଏକା ସାଙ୍ଗରେ ବାହାର କରି ଦିଆଯାଇଛି।

Advertisment

ବହିଷ୍କୃତ ହୋଇଥିବା ଜଣେ କର୍ମଚାରୀ ରେଡ୍ଡିଟ୍ (ଏକ ୱେବସାଇଟ)ରେ ଏନେଇ ପୋଷ୍ଟ କରି ଘଟଣାକୁ ସର୍ବ ସମ୍ମୁଖକୁ ଆଣିଛନ୍ତି। ସିଇଓଙ୍କ ପକ୍ଷରୁ ତାଙ୍କୁ ପଠା ଯାଇଥିବା ଲେଟର୍ ଶେଆର କରି ସେ କହିଛନ୍ତି, "ମୁଁ ବାଦ୍ୟଯନ୍ତ୍ର ବିକ୍ରୟ କରୁଥିବା ଏକ କମ୍ପାନୀରେ ଯୋଗ ଦେଇଥିଲି। ମାତ୍ର ଯୋଗଦେବାର ଗୋଟିଏ ଘଣ୍ଟା ପରେ ମୋତେ ଚାକିରିରୁ ବହିଷ୍କାର କରାଯାଇଛି। ସିଇଓ ନିଜକୁ ବଲଦିବିନ ବୋଲି ଦର୍ଶାଇ ଏକ ଲମ୍ବା ଚିଠି ଲେଖି ଆମମାନଙ୍କୁ ବହିଷ୍କାର କରିଛନ୍ତି।" 

ଏହି ଲେଟରରେ ଲେଖା ଯାଇଥିଲା, "ଯେଉଁମାନେ ଆଜି ସକାଳ ବୈଠକକୁ ଆସିନଥିଲେ, ଏ ଚିଠି ସେହି ମାନଙ୍କ ପାଇଁ। ଏହାକୁ ଆପଣମାନେ ଅଫିସିଆଲ୍ ନୋଟିସ୍ ବୋଲି ଭାବି ପାରିବେ। ଆପଣ ସମସ୍ତେ ବରଖାସ୍ତ ହୋଇଛନ୍ତି। କାରଣ କମ୍ପାନୀ ସହ ଯେଉଁ ସହମତି ପ୍ରକାଶ କରି ଯୋଗ ଦେଇଥିଲେ, ତାହା କରିବାରେ ବିଫଳ ହୋଇଛନ୍ତି।"

Advertisment

ଆପଣମାନେ କମ୍ପାନୀର ଚୁକ୍ତି ପୂରଣ କରିବାରେ ବିଫଳ ହୋଇଛନ୍ତି, ସକାଳ ବୈଠକରେ ଉପସ୍ଥିତ ନଥିଲେ, ତେଣୁ ଆପଣମାନଙ୍କୁ ବହିଷ୍କାର କରାଯାଉଛି ଚିଠିରେ ଲେଖାଯାଇଛି।  

ଏଥିସହ କର୍ମଚାରୀମାନେ କମ୍ପାନୀ ସହ କରିଥିବା ଚୁକ୍ତିକୁ ବାତିଲ୍ କରିବା ସହ କମ୍ପାନୀରୁ କିଛି ନେଇଥିଲେ ଫେରସ୍ତ କରିବାକୁ ଚିଠିରେ କୁହାଯାଇଛି। କମ୍ପାନୀ ସହ ଜଡ଼ିତ ସମସ୍ତ ଲଗଇନ୍ ଆକାଉଣ୍ଟକୁ ସାଇନ୍ ଆଉଟ୍ କରିବାକୁ ମଧ୍ୟ ସିଇଓ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି।  

USA CEO Sacked