Advertisment

ଟ୍ରମ୍ପଙ୍କ ଟାରିଫ ନୀତିକୁ କୋର୍ଟ ଝଟକା, ଭାରତ-ପାକ ଯୁଦ୍ଧ ବିରତି ଯୁକ୍ତି ବି ଗ୍ରହଣ ହେଲାନି

ଟ୍ରମ୍ପଙ୍କ ଅଧିକାରୀମାନେ କୋର୍ଟରେ ଯୁକ୍ତି ରଖିବା ବେଳେ ଦାବି କରିଥିଲେ ଯେ ରାଷ୍ଟ୍ରପତି ଟ୍ରମ୍ପ ନିଜର ଟାରିଫ କ୍ଷମତାକୁ ବ୍ୟବହାର କରି ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଭୟଙ୍କର ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

Trump

Trump

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ମୁକ୍ତି ଦିବସ’ ଆମଦାନୀ ଶୁଳ୍କ ବା ଟାରିଫ ନୀତିକୁ ବଡ଼ ଝଟକା ଲାଗିଛି। ଟ୍ରମ୍ପ ଏହାକୁ ପୂରା ବିଶ୍ୱ ଉପରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆମେରିକାର ଗୋଟିଏ କୋର୍ଟ ଟାରିଫ ନୀତି ଉପରେ ରୋକ ଲଗାଇ ଦେଇଛନ୍ତି। ବିଶ୍ୱର ଯେଉଁ ଦେଶଗୁଡ଼ିକ ଆମେରିକା ଠାରୁ କମ ଜିନିଷ କିଣୁଛନ୍ତି ଓ ଅଧିକ ଜିନିଷ ବିକ୍ରି କରୁଛନ୍ତି, ସେମାନଙ୍କ ଉପରେ ଶୁଳ୍କ ଲଗାଇ ରାଷ୍ଟ୍ରପତି ନିଜ କ୍ଷମତାର ଅପବ୍ୟବହାର କରିଥିବା କୋର୍ଟ ନିଜ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି।

Advertisment

ଆମେରିକାର କମାଣ୍ଡର ଇନ ଚିଫ ଅନ୍ତର୍ଜାତୀୟ ଜରୁରିକାଳୀନ ଆର୍ଥିକ ଶକ୍ତି ଅଧିନିୟମ(ଆଇଇପିଏ)କୁ ବ୍ୟବହାର କରି ବିଶ୍ୱସ୍ତରୀୟ ଟାରିଫ ନିର୍ଦ୍ଧାରଣ କରିଥିବା ଦାବି କରୁଛନ୍ତି। ହେଲେ ଏହି ଅଧିନିୟମ ଉଦ୍ଦେଶ୍ୟ ଥିଲା ଜାତୀୟ ଜରୁରୀ ପରିସ୍ଥିତିରେ ଦେଖାଯାଉଥିବା ଅସାମାନ୍ୟ ଓ ଅସାଧାଣ ବିପଦର ମୁକାବିଲା କରିବା। ଏହାକୁ ବ୍ୟବହାର କରି ରାଷ୍ଟ୍ରପତି ଟାରିଫ ଲାଗୁ କରିପାରିବେ ନାହିଁ। 

ଶୁଣାଣି ବେଳେ ଟ୍ରମ୍ପ ପ୍ରଶାସନ ଟାରିଫ କ୍ଷମତା ଅକ୍ଷୁଣ୍ଣ ରଖିବାକୁ ଯୁକ୍ତି କରିଥିଲା। ଟ୍ରମ୍ପ ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ ଟାରିଫ ନୀତିକୁ ଆଇନଗତ ଝଟକା ଶିଳ୍ପ ଯୁଦ୍ଧରେ ବିରାମ ଲାଗାଇବାକୁ ଚାଇନା ସହ ଚାଲିଥିବା ବୁଝାମଣାର ରୂପକୁ ବଦଳାଇ ଦେବ। ସେହିପରି ଭାରତ-ପାକିସ୍ତାନ ବିବାଦକୁ ପୁଣି ତୀବ୍ର କରିବ।

Advertisment

ଟ୍ରମ୍ପଙ୍କ ଅଧିକାରୀମାନେ କୋର୍ଟରେ ଯୁକ୍ତି ରଖିବା ବେଳେ ଦାବି କରିଥିଲେ ଯେ ରାଷ୍ଟ୍ରପତି ଟ୍ରମ୍ପ ନିଜର ଟାରିଫ କ୍ଷମତାକୁ ବ୍ୟବହାର କରି ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଭୟଙ୍କର ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ସେମାନେ କହିଥିଲେ ଯେ ଟାରିଫକୁ ନେଇ ବିଭିନ୍ନ ଦେଶଗୁଡ଼ିକ ସହ ବ୍ୟବସାୟିକ ବୁଝାମଣା ଉପରେ ଆଲୋଚନା ଚାଲିଛି ଓ ଟ୍ରେଡ ଡିଲ ପାଇଁ ଜୁଲାଇ ୭ ଯାଏ ସମୟ ଧାର୍ଯ୍ୟ କରାଯାଇଥିବାରୁ ଏବେ ଟାରିଫ ନୀତିର ପ୍ରଭାବ ସେତେଟା ପଡ଼ିବ ନାହିଁ।

କ’ଣ କହିଲେ କୋର୍ଟ?

ମାନହାଟ୍ଟନରେ ୩ ବିଚାରପତିଙ୍କୁ ନେଇ ଗଠିତ ଅନ୍ତର୍ଜାତୀୟ ଟ୍ରେଡ୍‌ କୋର୍ଟ ପକ୍ଷରୁ ଟ୍ରମ୍ପ ପ୍ରଶାସନର ସମସ୍ତ ଯୁକ୍ତିକୁ ଅଗ୍ରାହ୍ୟ କରି ଦିଆଯାଇଛି। କୋର୍ଟ ନିଜ ରୁଲିଂରେ କହିଛନ୍ତି ଯେ କଂଗ୍ରେସ(ଆମେରିକା ସଂସଦ) ଆଇଇପିଏ ଅଧୀନରେ ରାଷ୍ଟ୍ରପତିଙ୍କୁ ଅସୀମ କ୍ଷମତା ଦେଇ ନାହିଁ। ଏମର୍ଜେନ୍ସି ସମୟରେ ଦେଖାଯାଉଥିବା ଅସାମାନ୍ୟ ଓ ଅସାଧାରଣ ବିପଦର ମୁକାବିଲା ପାଇଁ ସଂସଦ ରାଷ୍ଟ୍ରପତିକୁ କେବଳ କିଛି ଆବଶ୍ୟକ ଆର୍ଥିକ କଟକଣା ଲଗାଇବାର କ୍ଷମତା ପ୍ରଦାନ କରିଛି।

ଆମେରିକା ସମ୍ବିଧାନ ଦେଶର ସଂସଦକୁ ସ୍ୱତନ୍ତ୍ର ଭାବେ ଅନ୍ୟ ଦେଶଗୁଡ଼ିକ ସହ ବ୍ୟବସାୟିକ କାରବାର ପ୍ରତିଷ୍ଠା ପାଇଁ କ୍ଷମତା ଦେଇଛି। ଏହାକୁ ରାଷ୍ଟ୍ରପତିଙ୍କ ଏମର୍ଜେନ୍ସି ପାୱାର ମଧ୍ୟ ଅତିକ୍ରମ କରିପାରିବ ନାହିଁ। ଆମେରିକା ଅର୍ଥନୀତିର ସୁରକ୍ଷା ପାଇଁ ସମ୍ବିଧାନ ଦେଶର ସଂସଦକୁ ଏପରି କ୍ଷମତା ପ୍ରଦାନ କରିଛି। ଏହା ଆଧାରରେ ସମସ୍ତ ପ୍ରକାରର ନିଷ୍ପତ୍ତି ନିଆଯାଇ ପାରିବ। ରାଷ୍ଟ୍ରପତି ଏହାକୁ ଅତିକ୍ରମ କରିପାରିବେ ନାହିଁ। 

USA Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe