Advertisment

ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତାଙ୍କ ବଡ଼ ଆକଳନ: ୪୦% ଟାରିଫ ହ୍ରାସ କରିପାରେ ଆମେରିକା

ଭାରତ ଉପରେ ଆମେରିକା ଲଗାଇଥିବା ୫୦% ଟାରିଫକୁ ପ୍ରାୟ ୪୦% ହ୍ରାସ କରିପାରେ ବୋଲି ନାଗେଶ୍ୱରନ କହିଛନ୍ତି। ଏବେ ଭାରତ ଓ ଆମେରିକା ବାଣିଜ୍ୟ ଡିଲ ଚୂଡ଼ାନ୍ତ କରିବାକୁ ଉଦ୍ୟମ କରୁଛନ୍ତି।

author-image
Hemant Lenka
Tariff

Tariff

ବଡ଼ ଆକଳନ କରିଛନ୍ତି ଭାରତର ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ। ଭାରତ ଓ ଆମେରିକା ମଧ୍ୟରେ ଟାରିଫ ବିବାଦ ଲାଗି ରହିଥିବା ବେଳେ ନାଗେଶ୍ୱରନଙ୍କ ଘୋଷଣା ସାମ୍ନାକୁ ଆସିଛି। ଭାରତ ଉପରେ ଆମେରିକା ଲଗାଇଥିବା ୫୦% ଟାରିଫକୁ ପ୍ରାୟ ୪୦% ହ୍ରାସ କରିପାରେ ବୋଲି ନାଗେଶ୍ୱରନ କହିଛନ୍ତି। ଏବେ ଭାରତ ଓ ଆମେରିକା ବାଣିଜ୍ୟ ଡିଲ ଚୂଡ଼ାନ୍ତ କରିବାକୁ ଉଦ୍ୟମ କରୁଛନ୍ତି।

Advertisment

ନିକଟରେ ଦୁଇ ଦେଶ ମଧ୍ୟରେ ୩ ଘଣ୍ଟାରୁ ଅଧିକ ସମୟ ଧରି ବୈଠକ ମଧ୍ୟ ହୋଇଥିଲା। ବାଣିଜ୍ୟ ଡିଲ ଚୂଡ଼ାନ୍ତ ହେବାର ଆଶା ରହିଥିବା ବେଳେ ଟାରିଫ ମଧ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି। ଏସବୁ ଭିତରେ ନାଗେଶ୍ୱରନଙ୍କ ବୟାନ ସାମ୍ନାକୁ ଆସିଛି। 

ତାଙ୍କର ଆଶା ଯେ ଭାରତୀୟ ଦ୍ରବ୍ୟଗୁଡ଼ିକ ଉପରେ ଜୋରିମାନା ସ୍ୱରୂପ ଆମେରିକା ଲାଗିଥିବା ଟାରିଫକୁ ଖୁବଶୀଘ୍ର ପ୍ରତ୍ୟାହାର କରିନେବ। ସେହିପରି ଆମେରିକା ଲଗାଉଥିବା ପାରସ୍ପରିକ ଟାରିଫ ମଧ୍ୟ ଆଗାମୀ ସପ୍ତାହରେ ହ୍ରାସ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ନାଗେଶ୍ୱରନ କହିଛନ୍ତି ଯେ “ଅଗଷ୍ଟ ମାସରେ ୱାଶିଂଟନ ପକ୍ଷରୁ ଲଗାଯାଇଥିବା ୨୫% ଜୋରିମାନା ଟାରିଫକୁ ନଭେମ୍ବର ଶେଷ ସୁଦ୍ଧା ପ୍ରତ୍ୟାହାର କରି ନିଆଯିବ।

Advertisment

ମୋର ଆଶା ନଭେମ୍ବର ୩୦ ପରେ ଆଉ ପେନାଲ ଟାରିଫ ଲାଗୁ ହେଉ ନଥିବ। ଏହା କୌଣସି ବିଧିବଦ୍ଧ ନିଷ୍ପତ୍ତି କିମ୍ବା ସଙ୍କେତର ବିବୃତି ନୁହେଁ, ବରଂ ଏହା ମୋର ଆଶା ଓ ବିଶ୍ୱାସ। ନିକଟରେ ଘଟିଥିବା ଘଟଣା ସବୁକୁ ଦେଖିବା ପରେ ମୋର ବିଶ୍ୱାସ ଯେ ଆଗାମୀ କିଛି ସପ୍ତାହ ମଧ୍ୟରେ ପେନାଲ ଟାରିଫକୁ ନେଇ ଗୋଟିଏ ଭଲ ପ୍ରସ୍ତାବ ଆସିବ। ସେହିପରି ପାରସ୍ପରିକ ଟାରିଫ ପ୍ରସଙ୍ଗରେ ଭଲ ରେଜଲ୍ଟ ମିଳିବ।”

ମୁଖ୍ୟ ପରାମର୍ଶଦାତା ସଙ୍କେତ ଦେଇଛନ୍ତି ଯେ ଭାରତ ଉପରେ ଆମେରିକା ଲଗାଇଥିବା ୨୫% ରେସିପ୍ରୋକାଲ ବା ପାରସ୍ପରିକ ଟାରିଫ ୧୦ରୁ ୧୫% ହ୍ରାସ ପାଇବ। ମୋଟ ଉପରେ ଟାରିଫ ସଂକ୍ରାନ୍ତ ସବୁ ନିଷ୍ପତ୍ତି ୮ରୁ ୧୦ ସପ୍ତାହ ମଧ୍ୟରେ ସବୁ କିଛି ଠିକ ହୋଇଯିବ ବୋଲି ସେ କହିଛନ୍ତି।

Illegal Tariff India Vs USA