Advertisment

ଇରାନରୁ ତୈଳ ଆମଦାନୀ କରିପାରିବ ଭାରତ

ୱାଶିଂଟନ(ଓଡ଼ିଶା ରିପୋର୍ଟର): ଭାରତ ଇରାନ୍ ଠାରୁ ଆଉ ବେଶି ମାତ୍ରାରେ ଅଶୋଧିତ ତୈଳ ଆମଦାନୀ କରିବ ନାହିଁ। ରିପୋର୍ଟ ଅନୁସାରେ ଭାରତ ଇରାନ୍ ଠାରୁ ମାସିକ ୨୨.୬ ମିଲିୟନ ଟନ୍( ଦିନକୁ ପ୍ରାୟ ୪୫୨୦୦୦ ବ୍ୟାରେଲ୍) ଅଶୋଧିତ ତୈଳ ଆମଦାନୀ କରୁଥିବା ବେଳେ ଏହାକୁ ହ୍ରାସ କରି ୧.୨୫ ମିଲିୟନ ଟନ୍‌କୁ ଖସାଇ ଦେଇଛି। ଭାରତ ଆମେରିକାକୁ ଏଭଳି ପ୍ରତିଶ୍ରୁତି ଦେବା ପରେ ପୂର୍ବରୁ ଇରାନ୍‌ରୁ ତୈଳ ଆମଦାନୀକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ କହିଥିବା ଆମେରିକା […]

author-image
Jagamohan Maharana
ଇରାନରୁ ତୈଳ ଆମଦାନୀ କରିପାରିବ ଭାରତ

crude 0il

ୱାଶିଂଟନ(ଓଡ଼ିଶା ରିପୋର୍ଟର): ଭାରତ ଇରାନ୍ ଠାରୁ ଆଉ ବେଶି ମାତ୍ରାରେ ଅଶୋଧିତ ତୈଳ ଆମଦାନୀ କରିବ ନାହିଁ। ରିପୋର୍ଟ ଅନୁସାରେ ଭାରତ ଇରାନ୍ ଠାରୁ ମାସିକ ୨୨.୬ ମିଲିୟନ ଟନ୍( ଦିନକୁ ପ୍ରାୟ ୪୫୨୦୦୦ ବ୍ୟାରେଲ୍) ଅଶୋଧିତ ତୈଳ ଆମଦାନୀ କରୁଥିବା ବେଳେ ଏହାକୁ ହ୍ରାସ କରି ୧.୨୫ ମିଲିୟନ ଟନ୍‌କୁ ଖସାଇ ଦେଇଛି।

Advertisment

ଭାରତ ଆମେରିକାକୁ ଏଭଳି ପ୍ରତିଶ୍ରୁତି ଦେବା ପରେ ପୂର୍ବରୁ ଇରାନ୍‌ରୁ ତୈଳ ଆମଦାନୀକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ କହିଥିବା ଆମେରିକା ଏବେ ଏହି କଟକଣାକୁ ସାମୟିକ ଭାବେ କୋହଳ କରିଛି। ଫଳରେ ଏଥର ଭାରତ ଇରାନ୍ ଠାରୁ କିଛି ମାତ୍ରାରେ ତୈଳ ଆମଦାନୀ କରିପାରିବ।

ଭାରତ ବ୍ୟତୀତ ଅନ୍ୟ ୭ଟି ଦେଶ ଉପରୁ ମଧ୍ୟ ଇରାନରୁ ତୈଳ ଆମଦାନୀ କଟକଣାକୁ ପ୍ରତ୍ୟାହାର କରିଛି ଆମେରିକା। ଏହି ଦେଶ ମଧ୍ୟରେ ଚାଇନା, ଦକ୍ଷିଣ କୋରିଆ, ତୁର୍କି, ଇଟାଲୀ, ଗ୍ରୀସ୍, ଜାପାନ ଏବଂ ତାଇୱାନ ଭଳି ଦେଶ ରହିଛନ୍ତି।

Advertisment