Advertisment

ମନଇଚ୍ଛା ପାଉଁଶ ଡମ୍ପିଂ ଘଟଣାରେ ବେଦାନ୍ତକୁ ଛାଟ: ଗଣିବ ୭୧.୧୬ କୋଟି ଟଙ୍କାର ତଣ୍ଡ

ଝାରସୁଗୁଡ଼ା ଭୁର୍କାମୁଣ୍ଡା ସ୍ଥିତ ବେଦାନ୍ତ ଲିମିଟେଡକୁ ପରିବେଶ କ୍ଷତିପୂରଣ ବାବଦରେ ୭୧ କୋଟି ୧୬ ଲକ୍ଷ ଟଙ୍କାର ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି।

author-image
Tapaswini Nayak
Jharsuguda dumpyard

Jharsuguda dumpyard

ମନଇଚ୍ଛା ପାଉଁଶ ଡମ୍ପିଂ ଘଟଣାରେ ବେଦାନ୍ତକୁ ଭାରି ପଡ଼ିଛି। ବେଦାନ୍ତ ବିଭିନ୍ନ ସ୍ଥାନରେ ମନଇଚ୍ଛା ପାଉଁଶ ଡମ୍ପିଂ କରୁଥିବାରୁ ରାଜ୍ୟ
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଠୋର ଆଭିମୁଖ୍ୟ ପୋଷଣ କରିଛି। ଝାରସୁଗୁଡ଼ା ଭୁର୍କାମୁଣ୍ଡା ସ୍ଥିତ ବେଦାନ୍ତ ଲିମିଟେଡକୁ ପରିବେଶ କ୍ଷତିପୂରଣ ବାବଦରେ ୭୧ କୋଟି ୧୬ ଲକ୍ଷ ଟଙ୍କାର ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି।

Advertisment

କେବଳ ସେତିକି ନୁହେଁ, ବେଆଇନ୍ ପାଉଁଶ ଡମ୍ପିଂ କାରଣରୁ କାହିଁକି ବେଦାନ୍ତର 'କନସେଣ୍ଟ ଟୁ ଅପରେଟ୍' ଅନୁମତି ପ୍ରତ୍ୟାହାର କରାନଯିବ ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, ସେ ନେଇ ବୋର୍ଡ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏଥିସହିତ ବର୍ଜ୍ୟ ପରିଚାଳନା ପାଇଁ ଏକ ବିସ୍ତୃତ ଆକ୍ସନ ପ୍ଲାନ୍ ମଧ୍ୟ ୧୫ ଦିନ ମଧ୍ୟରେ ଦାଖଲ କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି।

ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ନଆସେ କିମ୍ବା ଉତ୍ତର ସନ୍ତୋଷଜନକ ନହୁଏ, ତେବେ ବିନା କୌଣସି ସୁଯୋଗରେ ବେଦାନ୍ତ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ ଉକ୍ତ ଚିଠିରେ ଦର୍ଶାଇଛି। ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ବେଆଇନ ଭାବେ ପାଉଁଶ ଡମ୍ପିଂ କରିଆସୁଥିବା ସଂପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଏକାଧିକ ଅଭିଯୋଗ ହୋଇଛି।

Advertisment
Vedanta Limited Jarasuguda