Advertisment

ହାତ ମାରିହେଉଛି; ୮୦ ପାର୍‌ କଲାଣି ପରିବାର ଦର!

ସପ୍ତାହେ ତଳେ କଟକର ଏକ ନମ୍ୱର ବଜାର ଛତ୍ରବଜାରରେ ପିଆଜ କିଲୋ ୨୫ରୁ ୩୦ ଟଙ୍କା ଥିଲା। ଏବେ ଦର ୪୦ ଟଙ୍କାରେ ବିକ୍ରି ହେଉଛି। ଇଏତ ଗଲା କଟକ କଥା, ହେଲେ ବ୍ରହ୍ମପୁରରେ ଖୁଚୁରା ଦୋକାନରେ ପିଆଜ କିଲୋ ୪୫ ଟପିଲାଣି।

Vegetable

Vegetable

Advertisment

କନ୍ଦାଇଲାଣି ପିଆଜ ଓ ପନିପରିବା। ବଜାରରେ ଯାହାକୁ ଛୁଇଁଲେ ୬୦। କିଛି ପରିବାର ଦାମ୍ ୮୦ ପାର କଲାଣି। ସପ୍ତାହକ ଭିତରେ ୨୦ ଟଙ୍କା ବଢିଲାଣି ପିଆଜ ଦର। ଯାହାକୁ ନେଇ ଚିନ୍ତାରେ ଗ୍ରାହକ। କଣ ଖାଇବେ ଓ କେମିତି ଚଳିବେ, ସେହି ଚିନ୍ତାରେ ପଡ଼ିଗଲେଣି।

Advertisment

ସପ୍ତାହେ ତଳେ କଟକର ଏକ ନମ୍ୱର ବଜାର ଛତ୍ରବଜାରରେ ପିଆଜ କିଲୋ ୨୫ରୁ ୩୦ ଟଙ୍କା ଥିଲା। ଏବେ ଦର ୪୦ ଟଙ୍କାରେ ବିକ୍ରି ହେଉଛି। ଇଏତ ଗଲା କଟକ କଥା, ହେଲେ ବ୍ରହ୍ମପୁରରେ ଖୁଚୁରା ଦୋକାନରେ ପିଆଜ କିଲୋ ୪୫ ଟପିଲାଣି। କ୍ୱାଲିଟି ଟିକେ ଭଲ ଥିଲେ ଆଉ ୫ ଟଙ୍କା ଅଧିକ। ଅର୍ଥାତ ୫୦ ଟଙ୍କାରେ ବିକ୍ରି ହେଉଛି। ମହଙ୍ଗା ମାଡ ଗ୍ରାହକଙ୍କ ପକେଟକୁ ବାଧୁଥିବା ବେଳେ ବ୍ୟବସାୟୀ କହିଛନ୍ତି, ରାଜ୍ୟକୁ ମହାରାଷ୍ଟ୍ରର ନାସିକରୁ ପିଆଜ ଆସୁଛି। ସେଠାରୁ ଓଡ଼ିଶା ଆସିବାକୁ ୪ ଦିନ ସମୟ ଲାଗୁଛି। ଗରମ ଓ ଗୁଳୁଗୁଳିରେ ଗାଡିରେ ନଷ୍ଟ ହୋଇଯାଉଛି ପିଆଜ। ନାସିକରେ ମଧ୍ୟ ଦର ଉଚ୍ଚା ରହିଛି। ନୂଆ ଫସଲ ବାହାରିନି। ତେଣୁ ପିଆଜ ଦରରେ ଏବେ ଲାଗିବନି ଲଗାମ୍। ପିଆଜ ଦରକୁ ତାଳ ଦେଇ ଆଳୁ ମଧ୍ୟ ୩୦ ଡେଇଁଲାଣି।

ଖାଲି ପିଆଜ କାହିଁକି, ବଜାରରେ ପନିପରିବାର ଦର ଶୁଣି କାବା ହୋଇଯାଉଛନ୍ତି ଗ୍ରାହକ। ମାର୍କେଟ୍‌ ଏ ମୁଣ୍ଡରୁ ସେମୁଣ୍ଡ, ବୁଲି ବୁଲି ଦର ପଚାରୁଛନ୍ତି ସିନା, ୬୦ ତଳକୁ କିଛି ମିଳୁନି। ଟମାଟୋ ୬୦, ଫୁଲକୋବି ୬୦, ବାଇଗଣ ୬୦, ପୋଟଳ ଓ ଝୁଡଙ୍ଗ ୭୦, ଜହ୍ନି- ଭେଣ୍ଡି ଓ କଲରା ୮୦ରୁ କମ୍ ନାହିଁ। ବିନ୍ସ ଓ କ୍ୟାପସିକମ୍ ଦେଢ ଶହ, ସଜନା ଛୁଇଁ, ଅଦା ଓ ରସୁଣ ୨୦୦ ପାର କଲାଣି। ରାଜ୍ୟର ପ୍ରାୟତଃ ସବୁ ବଜାରରେ ଏହି ରେଟ୍‌ ବା ତା’ଠାରୁ ଅଧିକ ଦରରେ ବିକ୍ରି ହେଉଛି ପନିପରିବା। ବର୍ତ୍ତମାନ ରାଜ୍ୟରେ ସ୍ଥାନୀୟ ଉତ୍ପାଦନ ନଥିବାରୁ ରାଜ୍ୟ ବାହାରୁ ଆସୁଥିବା ରେଟ୍‌ ଅଧିକ ଥିବା ବ୍ୟବସାୟୀମାନେ କହିଛନ୍ତି।

Advertisment

ସେପଟେ ଦେଖିବାକୁ ଗଲେ ଆଳୁ ପାଇଁ ଆମକୁ ପଶ୍ଚିମବଙ୍ଗ ନହେଲେ ଉତ୍ତର ପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି। ପିଆଜ ପାଇଁ ମହାରାଷ୍ଟ୍ର ଓ ଆନ୍ଧ୍ର, ପନିପରିବା ପାଇଁ ବାଙ୍ଗାଲୋର, ଆନ୍ଧ୍ର, ଛତିଶଗଡ଼ର ରାୟପୁର ଉପରେ ନିର୍ଭର କରୁଛି ଓଡ଼ିଶା। ବ୍ୟବସାୟୀ ସଂଘ କହିଛି, ଏବେ ହଠାତ୍ ଦର କମିବା ସମ୍ଭାବନା କମ୍। ଆହୁରି ମାସେ ସମୟ ଲାଗିପାରେ। ସ୍ଥାନୀୟ ଉତ୍ପାଦନ ବଢିଲେ ନିୟନ୍ତ୍ରଣକୁ ଆସିବ ପନିପରିବା ଓ ପିଆଜ ଦର।

ଏବେ ଅପେକ୍ଷା ମୌସୁମୀ ବର୍ଷାକୁ। କାରଣ, ବର୍ଷା ହେଲେ ହିଁ ବିଲବାଡରେ ପରିବା ଫଳିବ। ରାଜ୍ୟବାସୀଙ୍କୁ ଦରଦାମ୍ ବୃଦ୍ଧିରୁ ମିଳିବ ଆଶ୍ୱସ୍ତି ମିଳିବ।

Bhubaneswar Vegetable Prices
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe