Advertisment

ରୋଷେଇ ଘରେ ଚଡ଼କ; ସେଞ୍ଚୁରୀ ମାରିଲା ଟମାଟୋ

ସବୁ ପରିବା ଦାମ ଆକାଶ ଛୁଆଁ। ସେଞ୍ଚୁରୀ ମାରିଲ ଟମାଟୋ । ୮୦ ତଳକୁ ମିଳୁନି ପରିବା । ଲୋକେ ପରିବା ମାର୍କେଟ ଏ ମୁଣ୍ଡରୁ ସେ ମୁଣ୍ଡ ବୁଲୁଥିବା ବେଳେ ବ୍ୟାଗ କିନ୍ତୁ ଭର୍ତ୍ତି ହେଉନି।

ଅଦ୍ୟତନ ହୋଇଛି
Tomato

Tomato

Advertisment

ରୋଷେଇ ଘର ଉପରେ ପଡ଼ିଲାଣି ଚଡ଼କ । ହୁହୁ ହୋଇ ବଢ଼ିଲାଣି ପନିପରିବା ଦରଦାମ । ସାଧାରଣ ଲୋକଙ୍କ ମୁଣ୍ଡରେ ପଡ଼ିଲାଣି ଚଡ଼କ । ସେଞ୍ଚୁରୀ ମାରିଲ ଟମାଟୋ । ଆଉ ସବୁ ପରିବା ଦାମ ବି ଆକାଶ ଛୁଆଁ। ୮୦ ତଳକୁ ମିଳୁନି ପରିବା । ଲୋକେ ପରିବା ମାର୍କେଟ ଏ ମୁଣ୍ଡରୁ ସେ ମୁଣ୍ଡ ବୁଲୁଥିବା ବେଳେ ବ୍ୟାଗ କିନ୍ତୁ ଭର୍ତ୍ତି ହେଉନି।

Advertisment

ପରିବା ଦରର ଏ ଲମ୍ବ ଡିଆଁର ପ୍ରଭାବ ସିଧାସଳଖ ଗରାଖଙ୍କ ପକେଟ ଉପରେ ପଡ଼ୁଛି। ଫଳରେ ରୋଷେଇ ଘରୁ ବହୁ ପରିବା ଗାଏବ ହୋଇଗଲାଣି । ଦୁଇ ସପ୍ତାହ ତଳେ ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋରେ ଏବେ ହାତ ମାରିବାକୁ ଡର ଲାଗୁଛି। ଏବେ କେଜି ପିଛା ୧୦୦ ଟଙ୍କାରେ ପହଞ୍ଚିଛି ଟମାଟୋ । ବରଗଡ଼ ଜିଲ୍ଲା ପଦ୍ମପୁର ବଜାରରେ ଟମାଟୋ କେଜି ୧୦୦ଟଙ୍କାରେ ବିକ୍ରି ହେଉଛି। ସେହିପରି କାଙ୍କଡ଼ କେଜି ୧୦୦ଟଙ୍କା, ପୋଟଳ ୬୦, ଭେଣ୍ଡି ୮୦ ଟଙ୍କାରେ ବିକ୍ରି ହେଉଛି । ଆଳୁ -ପିଆଜ ବି ଯଥାକ୍ରମେ ୩୫ ଓ ୪୦ ଟଙ୍କାରେ ବିକ୍ରି ହେଉଛି ।

ସେପଟେ କଟକରେ ବି ବିଭିନ୍ନ ପନିପରିବାର ଚଢା ଦରରେ ବିକ୍ରି ହେଉଛି । କଟକରେ କଲରା କେଜିକୁ ୧୦୦ ଟଙ୍କା, ବିନ୍ ୨୦୦, ବାଇଗଣ ୮୦, ଟମାଟୋ ୮୦, ଭେଣ୍ଡି ୮୦, ପିଆଜ ୫୦, ଆଳୁ ୩୦ ଟଙ୍କାରେ ବିକ୍ରି ହେଉଛି । ଅଦା ଓ ରସୁଣ କିଲୋ ପିଛା ୨୦୦ ପାର କଲାଣି।

Advertisment

ଏନେଇ ସକିର ଅହମ୍ମଦ ନାମକ ଖାଉଟି କହିଛନ୍ତି, ପରିବା ରେଟ୍‌ ଏପରି ବଢ଼ି ଯାଇଛି ଯେ ଆମେ ଏଥିରେ ହାତ ମାରି ପାରୁନୁ। ହାଟକୁ ଆସୁଥିଲେ ବି ପରିବା ନେବାକୁ ଡର ଲାଗୁଛି। ତେଣୁ ପିଲାଙ୍କୁ କ’ଣ ରୋଷେଇ କରି ଖାଇବାକୁ ଦେବୁ ସେ ନେଇ ଚିନ୍ତା ଘାରିଛି।

ଜୟ ପ୍ରକାଶ ସାହୁ ନାମକ ବେପାରୀ କହିଛନ୍ତି, ଖରା ଯୋଗୁ ପରିବା ଗଛ ମରି ଯାଉଛି। ତେଣୁ ରେଟ୍‌ ବଢ଼ି ଯାଉଛି। ବର୍ଷା ନ ହେଲା ଯାଏ ଏଥିରେ କୌଣସି ପରିବର୍ତ୍ତନ ହେବନି। ତେଣୁ ଲୋକମାନେ ଅଳ୍ପ ଅଳ୍ପ କିଣୁଛନ୍ତି।

ବ୍ୟବସାୟୀ ସଂଘ କହିଛି, ଏବେ ହଠାତ୍ ଦର କମିବା ସମ୍ଭାବନା କମ୍। ଏଥିପାଇଁ ଆହୁରି ପାଖାପାଖି ମାସେ ସମୟ ଲାଗିପାରେ। ସ୍ଥାନୀୟ ଉତ୍ପାଦନ ବଢିଲେ ପନିପରିବା ଓ ପିଆଜ ଦର ନିୟନ୍ତ୍ରଣକୁ ଆସିବ ।

ଜୁନ୍‌ ସରିବାକୁ ବସିଥିବା ବେଳେ ଏଯାଏ ତାତିରୁ ତ୍ରାହି ମିଳୁନି। ଫଳରେ ବିଲରେ ପରିବା ଗଛ ମରି ଯାଉଥିବା ବେଳେ ନୂଆ ଗଛ ଲଗାଇ ହେଉ ନାହିଁ । ତେଣୁ ଏବେ କେବଳ ମୌସୁମୀ ବର୍ଷାକୁ ଅପେକ୍ଷା । କାରଣ, ବର୍ଷା ହେଲେ ହିଁ ବିଲବାଡରେ ପନିପରିବା ଫଳିବ। ଏହାପରେ ରାଜ୍ୟବାସୀଙ୍କୁ ଦରଦାମ୍ ବୃଦ୍ଧିରୁ ଆଶ୍ୱସ୍ତି ମିଳିବ ବୋଲି ଅନୁମାନ କରାଯାଉଛି।

Odisha Price Hike Vegetable Prices Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe