Advertisment

ବଢ଼ିଲା ଟମାଟୋ, ଆଳୁ ଓ ପିଆଜ ଦର, ୭% ମହଙ୍ଗା ହେଲା ନିରାମିଷ ଥାଳି

ତେବେ କୁକୁଡ଼ାର ଦାମ ହ୍ରାସ ପାଇଥିବାରୁ ଆମିଷ ଥାଳି ୭% ଶସ୍ତା ହୋଇଥିବା Crisilର ମାସିକ ରିପୋଟଆ ରୁଟି ଭାରତ ଦାମ ରିପୋର୍ଟରେ କୁହାଯାଇଛି।

Veg

Veg

Advertisment

ମାର୍ଚ୍ଚ ମାସରେ ନିରାମିଷ ଥାଳିର ଦାମ ୭% ମହଙ୍ଗା ହୋଇଛି। ପିଆଜ, ଟମାଟୋ ଓ ଆଳୁର ଦାମ ବୃଦ୍ଧି ପାଇଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ଘରୋଇ ରେଟିଂ ଏଜେନ୍ସି Crisil ପକ୍ଷରୁ ଏପରି ତଥ୍ୟ ଜାରି କରାଯାଇଛି।

Advertisment

ତେବେ କୁକୁଡ଼ାର ଦାମ ହ୍ରାସ ପାଇଥିବାରୁ ଆମିଷ ଥାଳି ୭% ଶସ୍ତା ହୋଇଥିବା Crisilର ମାସିକ ରିପୋର୍ଟ ରୁଟି ଭାରତ ଦାମରେ କୁହାଯାଇଛି।

ରୁଟି, ପିଆଜ, ଟମାଟୋ ଓ ଆଳୁ ତରକାରୀ, ଭାତ, ଡାଲି, ଦହି ଏବଂ ସାଲାଡ ଥିବା ଗୋଟିଏ ପ୍ଲେଟର ଦାମ ମାର୍ଚ୍ଚ ମାସରେ ୨୭.୩ ଟଙ୍କାକୁ ବୃଦ୍ଧି ପାଇଛି। ବର୍ଷକ ତଳେ ସମାନ ମାସରେ ଏହା ୨୫.୫ ଟଙ୍କା ଥିଲା। ତେବେ ୨୦୨୪ ଫେବୃଆରୀ ମାସ ତୁଲାନାରେ ମାର୍ଚ୍ଚ ମାସରେ ଥାଳିର ଦାମ ଶସ୍ତା ହୋଇଛି। ଫେବୃଆରୀ ମାସରେ ନିରାମିଷ ଥାଳିର ଦାମ ୨୭.୪ ଟଙ୍କା ଥିଲା।

Advertisment

ନିରାମିଷ ଥାଳିର ଦାମ ପିଆଜ, ଟମାଟୋ ଓ ଆଳୁର ଦାମ ବୃଦ୍ଧି ଯୋଗୁ ଘଟିଛି। ପିଆଜର ଦାମ ୪୦%, ଟମାଟୋର ଦାମ ୩୬% ଓ ଆଳୁର ଦାମ ୨୨% ବୃଦ୍ଧି ପାଇଛି। ମାର୍କେଟକୁ ପିଆଜ ଓ ଆଳୁ ଠିକ ଭାବେ ଆସୁ ପାରିନାହିଁ। ଟମାଟୋର ଉତ୍ପାଦନ ମଧ୍ୟ ହ୍ରାସ ପାଇଥିବାରୁ ଏଗୁଡ଼ିକର ଦର ବଢ଼ିଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ବଜାରକୁ ଆସୁଥିବା ଡାଲି ଓ ଚାଉଳର ପରିମାଣ ମଧ୍ୟ ହ୍ରାସ ପାଇଛି। ଏଥିଯୋଗୁ ଚାଉଳର ଦାମ ୧୪% ଓ ଡାଲି ଜାତୀୟ ଦ୍ରବ୍ୟର ଦାମ ଗତବର୍ଷ ତୁଳନାରେ ୨୨% ମହଙ୍ଗା ହୋଇଛି।

ଅନ୍ୟପକ୍ଷରେ ନନ ଭେଜ ବା ଆମିଷ ଥାଳିର ଦାମ ହ୍ରାସ ପାଇଛି। ନନ ଭେଜ ଥାଳିରେ ଡାଲି ବଦଳରେ ଚିକେନ ଆସିଥାଏ। ଏହାର ଦାମ ଗତବର୍ଷ ସମାନ ସମୟରେ ୫୯.୨ ଟଙ୍କା ଥିଲା। କିନ୍ତୁ ଏବେ ଏହା ୫୪.୯କୁ ଖସିଛି। କିନ୍ତୁ ଚଳିତ ବର୍ଷ ଫେବୃଆରୀ ମାସ ତୁଳନାରେ ଏହା ମହଙ୍ଗା। ଫେବୃଆରୀ ମାସରେ ଆମିଷ ଥାଳିର ଦାମ ୫୪ ଟଙ୍କା ଥିଲା।

ଫାର୍ମ କୁକୁଡ଼ାର ଦାମ ୧୬% ହ୍ରାସ ପାଇଥିବାରୁ ଆମିଷ ଥାଳିର ଦାମ ସାମାନ୍ୟ ଶସ୍ତା ହୋଇଛି। କିନ୍ତୁ ଫେବୃଆରୀ ମାସ କଥା ବିଚାରକୁ ନେଲେ କୁକୁଡ଼ାର ଦାମ ୫% ମହଙ୍ଗା ହୋଇଛି। ଏବେ ପବିତ୍ର ରମଜାନ ଚାଲିଥିବାରୁ କୁକୁଡ଼ାର ଚାହିଦା ବଢ଼ିଛି। ତେଣୁ ଗତମାସ ତୁଳନାରେ ଦାମ ବୃଦ୍ଧି ପାଇଛି।

Food Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe