Advertisment

ଆପଣଙ୍କ ଗାଡ଼ି କେତେ ପୁରୁଣା? ଜାଣି ରଖନ୍ତୁ ନୂଆ ନିୟମ କ’ଣ ହେବାକୁ ଯାଉଛି

ନୂଆଦିଲ୍ଲୀ: ଦେଶରେ ଖୁବ ଶୀଘ୍ର ଆସିବ ସ୍କ୍ରାପ୍ ପଲିସି। ପ୍ରଦୂଷଣ କମାଇବା ପାଇଁ ଏହି ପଲିସି ଆଣିବେ କେନ୍ଦ୍ରର ମୋଦି ସରକାର। ଏ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି। ତେବେ ତାଙ୍କ ମନ୍ତ୍ରାଳୟ ପାରିତ କରି ଦେଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ବାବଦରେ ଚୂଡାନ୍ତ ନିଷ୍ପତ୍ତି ନେବ।  ଏହି ନୂଆ ପଲିସି ଜରିଆରେ ୧୫ ବର୍ଷରୁ ଊର୍ଦ୍ଧ୍ୱ କାର୍, ଟ୍ରକ୍ ଓ ବସ୍ ଆଦି ସମସ୍ତ ଗାଡ଼ି ରାସ୍ତାରୁ ହଟିବ। […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଆପଣଙ୍କ ଗାଡ଼ି କେତେ ପୁରୁଣା? ଜାଣି ରଖନ୍ତୁ ନୂଆ ନିୟମ କ’ଣ ହେବାକୁ ଯାଉଛି

scrap-policy

ନୂଆଦିଲ୍ଲୀ: ଦେଶରେ ଖୁବ ଶୀଘ୍ର ଆସିବ ସ୍କ୍ରାପ୍ ପଲିସି। ପ୍ରଦୂଷଣ କମାଇବା ପାଇଁ ଏହି ପଲିସି ଆଣିବେ କେନ୍ଦ୍ରର ମୋଦି ସରକାର। ଏ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି। ତେବେ ତାଙ୍କ ମନ୍ତ୍ରାଳୟ ପାରିତ କରି ଦେଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ବାବଦରେ ଚୂଡାନ୍ତ ନିଷ୍ପତ୍ତି ନେବ।  ଏହି ନୂଆ ପଲିସି ଜରିଆରେ ୧୫ ବର୍ଷରୁ ଊର୍ଦ୍ଧ୍ୱ କାର୍, ଟ୍ରକ୍ ଓ ବସ୍ ଆଦି ସମସ୍ତ ଗାଡ଼ି ରାସ୍ତାରୁ ହଟିବ। ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ କେନ୍ଦ୍ର ମନ୍ତ୍ରୀ ନୀତିନ୍ ଗଡ଼କରୀ ଏହି ସୂଚନା ଦେଇଛନ୍ତି।

Advertisment

ତେବେ ଏହି ପଲିସି ଆସିବା ପରେ ଅଟୋମୋବାଇଲ ଶିଳ୍ପକୁ ପ୍ରୋତ୍ସାହନ ହେବ। ଏଥିସହ ଗାଡ଼ି ଦର କମିବ ବୋଲି ଗଡକରୀ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ନୂଆ ପଲିସି ଆସିବା ପରେ ସାରା ବିଶ୍ୱକୁ ଅଟୋମୋବାଇଲ ରପ୍ତାନୀ କରିବ ଭାରତ। ଅଟୋମୋବାଇଲ କମ୍ପାନୀ ମଧ୍ୟରେ କମ୍ପିଟେସନ ବଢ଼ିବ। ଇଣ୍ଡଷ୍ଟ୍ରିର କାରବାରରେ ମଧ୍ୟ ବୃଦ୍ଧି ଘଟିବ। ଯାହା ପ୍ରାୟ ୪.୫ ଲକ୍ଷ କୋଟି ଟଙ୍କା ରପ୍ତାନୀ ସହିତ ୧.୪୫ ଲକ୍ଷ କୋଟିରୁ ଅଧିକ ହେବ।

Advertisment

ସେହିପରି ବଜେଟ୍ ୨୦୨୦-୨୧ ଉପସ୍ଥାପନ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍କ୍ରାପ୍ ପଲିସି ବାବଦରେ କିଂଚିତ ସୂଚନା ଦେଇଥିଲେ.