Advertisment

ରେସ୍ତୋରାଁ ମାଲିକ ଅର୍ଥମନ୍ତ୍ରୀଙ୍କୁ କ୍ଷମା ମାଗିବାର ଭିଡିଓ ଭାଇରାଲ୍

ଭିଡିଓ ପୋଷ୍ଟକୁ ନେଇ ବିରୋଧୀ ବିଜେପିକୁ ଟାର୍ଗେଟ କରିବା ପରେ କ୍ଷମା ମାଗିଛନ୍ତି କେ ଆନ୍ନାମଲାଇ।

ଅଦ୍ୟତନ ହୋଇଛି
Finance Minister & Restaurant Owner

Finance Minister & Restaurant Owner

Advertisment

ଜଣେ ରେସ୍ତୋରାଁ ମାଲିକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କ୍ଷମା ମାଗିବାର ଭିଡିଓ ଭାଇରାଲ ହେବାକୁ ନେଇ ତାମିଲନାଡୁ଼ରେ ରାଜନୀତି ଜୋର୍ ଧରିଛି। ବିଜେପି ସୋଶାଲ ମିଡିଆ ହ୍ୟାଣ୍ଡଲରେ ଏହି ସମୟର ଭିଡିଓ ପୋଷ୍ଟ କରିବା ପରେ ସମାଲୋଚନା କରିଥିଲେ ବିରୋଧୀ, ଯାହା ପରେ ରାଜ୍ୟ ବିଜେପି ମୁଖ୍ୟ କେ ଆନ୍ନାମଲାଇ କ୍ଷମା ପ୍ରାର୍ଥନା କରିଛନ୍ତି। 

Advertisment

ସୂଚନା ଅନୁସାରେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ କାର୍ଯ୍ୟକ୍ରମରେ ଜନତାଙ୍କ ସହ ଆଲୋଚନା ସମୟରେ କିଛି ଲୋକ ଅଭିଯୋଗ କରିଥିଲେ ଯେ, ରାଜ୍ୟର ନାମି ଦାମୀ ରେସ୍ତୋରାଁ 'ଅନ୍ନପୂର୍ଣ୍ଣା' ଖାଦ୍ୟ ସାମଗ୍ରୀ ଉପରେ ଭିନ୍ନ ଭିନ୍ନ ଜିଏସଟି ଲାଗୁ କରୁଛି। ଏହାକୁ ନେଇ ରେସ୍ତୋରାଁ ମାଲିକ ଶ୍ରୀନିବାସନଙ୍କୁ ନୋଟିସ୍ କରାଯାଇଥିଲା।

ସେ କୋଏମ୍ବାଟୁରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଥିଲେ ଏବଂ ସମସ୍ୟା ବାବଦରେ କହିଥିଲେ। ସେ କହିଥିଲେ, "କ୍ରିମ୍ ଭର୍ତ୍ତି ବନ୍ (ବ୍ରେଡ୍) ପାଇଁ ସେମାନେ 18% ଜିଏସଟି ନେଉଛନ୍ତି, କିନ୍ତୁ କ୍ରିମ୍ ନଥିଲେ କୌଣସି ଜିଏସଟି ଲାଗୁନାହିଁ। ଗ୍ରାହକମାନେ ଅଭିଯୋଗ କରୁଛନ୍ତି ଯେ, ସେମାନେ ମୋତେ ବିନା କ୍ରିମ୍ ଥିବା ବନ୍ ମାଗୁଛନ୍ତି, କିନ୍ତୁ ମୁଁ ସେମାନଙ୍କୁ ଜାମ୍ ଏବଂ କ୍ରିମ୍ ଲଗାଇ ଦେଉଛି।" 

Advertisment

ସେହିପରି ମିଠା ଉପରେ 5% ଜିଏସଟି ଅଛି କିନ୍ତୁ ସ୍ୱାଦିଷ୍ଟ ଥିଲେ 12% ଜଏସଟି ଲାଗୁ ହେଉଛି ବୋଲି ଶ୍ରୀନିବାସନ କହିଥିଲେ। ଏହାପରେ ନିର୍ମଳା ସୀତାରମଣ କହିଥିଲେ ଯେ, ଜିଏସଟି ଲାଗୁ କରିବା ପାଇଁ ରାଜ୍ୟଗୁଡିକର ଅଧିକାର ନାହିଁ, ତଥାପି ସେ ଏ ପ୍ରସଙ୍ଗ ଉପରେ ବିବେଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ। 

ଏହାପରେ ଶ୍ରୀନିବାସନ ଦେଇଥିବା ନିଜର ମନ୍ତବ୍ୟ ପାଇଁ କ୍ଷମା ମାଗି କହିଥିଲେ, "ଦୟାକରି ମୋର ମନ୍ତବ୍ୟ ପାଇଁ ମୋତେ କ୍ଷମା କରନ୍ତୁ। ମୁଁ କୌଣସି ରାଜନୈତିକ ଦଳର ନୁହେଁ।"

ଏହି ବାର୍ତ୍ତାଳାପ ସମୟର ଭିଡିଓ ତାମିଲନାଡୁ ସୋଶାଲ ମିଡିଆ ହ୍ୟାଣ୍ଡଲରେ ପୋଷ୍ଟ କରାଯାଇଥିଲା। ୟୁଜରଙ୍କ ସମେତ କଂଗ୍ରେସ ଏବଂ ଡିଏମକେ ଏହାକୁ ସମାଲୋଚନା କରିଛନ୍ତି। କଂଗ୍ରେସ ଏବଂ ଡିଏମକେ ପକ୍ଷରୁ ଏହାକୁ ଅହଂକାର ଏବଂ ଅସମ୍ମାନ ବୋଲି କହି ବିଜେପିକୁ ନିନ୍ଦା କରାଯାଇ ଥିବାବେଳେ ଜଣେ ୟୁଜର୍ ଲେଖିଥିଲେ, "ରେସ୍ତାରାଁ ମାଲିକଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରାଯାଇଥିବା ପରି ମନେ ହେଉଛି।"  

ଏପରି ଟିପ୍ପଣୀ ପରେ ତାଲିନାଡୁ ବିଜେପି ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି। ରାଜ୍ୟ ବିଜେପି ମୁଖ୍ୟ କେ ଆନ୍ନାମଲାଇ ଏଥିପାଇଁ କ୍ଷମା ମାଗିଛନ୍ତି। 

Finance Minister K Annamalai Restaurant Owner
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe