Advertisment

ଭିଭୋର ଦୀପାବଳି ଅଫର୍‌: ମିଳୁଛି ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ: ଆଗକୁ ଆସୁଛି ଦୀପାବଳି। ଏହାକୁ ଆହୁରି ଖାସ୍‌ କରିବା ପାଇଁ ଭିଭୋ ଘୋଷଣା କରିଛି ଆକର୍ଷଣୀୟ ଅଫର୍‌। ଆଉ ଅକ୍ଟୋବର ୧୧ରୁ ଏହା  ଆରମ୍ଭ ହୋଇଯାଇଛି। ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୫ ଦିନିଆ ସେଲ୍‌ର ଆୟୋଜନ ଭିଭୋ ଇଣ୍ଡିଆ ଇ-ଷ୍ଟୋର୍‌ରେ ହୋଇଛି। ଏଥିରେ  Vivo Z1 Pro, Vivo U10 ଓ Vivo Z1x ପରି ସ୍ମାର୍ଟଫୋନ୍‌ରେ ଆକର୍ଷଣୀୟ ରିହାତି ମିଳୁଛି। ସୂଚନା ଅନୁଯାୟୀ, ଏହି ସେଲ୍‌ରେ ୫୦ ପ୍ରତିଶତ ପର୍ଯ୍ୟନ୍ତ […]

ଅଦ୍ୟତନ ହୋଇଛି
ଭିଭୋର ଦୀପାବଳି ଅଫର୍‌: ମିଳୁଛି ଆକର୍ଷଣୀୟ ରିହାତି

phone

Advertisment

ନୂଆଦିଲ୍ଲୀ: ଆଗକୁ ଆସୁଛି ଦୀପାବଳି। ଏହାକୁ ଆହୁରି ଖାସ୍‌ କରିବା ପାଇଁ ଭିଭୋ ଘୋଷଣା କରିଛି ଆକର୍ଷଣୀୟ ଅଫର୍‌। ଆଉ ଅକ୍ଟୋବର ୧୧ରୁ ଏହା  ଆରମ୍ଭ ହୋଇଯାଇଛି। ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୫ ଦିନିଆ ସେଲ୍‌ର ଆୟୋଜନ ଭିଭୋ ଇଣ୍ଡିଆ ଇ-ଷ୍ଟୋର୍‌ରେ ହୋଇଛି। ଏଥିରେ  Vivo Z1 Pro, Vivo U10 ଓ Vivo Z1x ପରି ସ୍ମାର୍ଟଫୋନ୍‌ରେ ଆକର୍ଷଣୀୟ ରିହାତି ମିଳୁଛି।

Advertisment

ସୂଚନା ଅନୁଯାୟୀ, ଏହି ସେଲ୍‌ରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଓ ୧୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍ ଦିଆଯାଉଛି। ଏଥିସହ ଦୀପାବଳି ଜ୍ୟାକ୍‌ପଟ୍‌ ଓ କିଛି ସ୍ମାର୍ଟଫୋନ୍‌ରେ ଲିମିଟେଡ୍‌ ପିରିୟଡ୍‌ ଡେଲି ଡିଲ୍ସ ମଧ୍ୟ ମିଳିବ। ଏହି ସେଲ୍‌ରେ Vivo Z1 Proର ବେସ୍‌ ଭ୍ୟାରିୟାଣ୍ଟ (4GB + 64GB) ୧୨ ହଜାର ୯୯୦ ଟଙ୍କାରେ ମିଳୁଥିବା ବେଳେ 6GB + 64GB ଓ 6GB + 128GBର ମୂଲ୍ୟ ଯଥାକ୍ରମେ ୧୪ ହଜାର ୯୯୦ ଟଙ୍କା ଓ ୧୬ ହଜାର ୯୯୦ ଟଙ୍କା ରଖାଯାଇଛି। Vivo Z1 Proର ଏହି ୩ଟି ଯାକ ଭ୍ୟାରିୟାଣ୍ଟକୁ ଯଥାକ୍ରମେ ୧୪ ହଜାର ୯୯୦, ୧୬ ହଜାର ୯୯୦ ଓ ୧୭ ହଜାର ୯୯୦ ଟଙ୍କାରେ ଲଞ୍ଚ୍‌ କରାଯାଇଥିଲା।

Vivo Z1 Pro ବ୍ୟତୀତ କମ୍ପାନୀ U10 ଓ Z1xରେ ମଧ୍ୟ ବିଶେଷ ରିହାତି ଦେଉଛି। ଏହି ସେଲ୍‌ରେ କମ୍ପାନୀ କିଛି ସ୍ମାର୍ଟଫୋନ୍‌ ସହ ମାଗଣାରେ ସେଲଫି ଷ୍ଟିକ୍ ମଧ୍ୟ ଦେଉଛି। ସେହିଭଳି ଭିଭୋ DailyObjects.com ଜରିଆରେ ମୋବାଇଲ କେସ୍ କିଣିଲେ ୩୦୦ ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ କୁପନ୍ ମିଳୁଛି। ଏଥିସହ ଏଚ୍‌ଡିଏଫ୍‌ସି କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡ଼ ଓ EMI ଟ୍ରାଞ୍ଜାକ୍ସନ୍‌ରେ ଆକର୍ଷଣୀୟ କ୍ୟାଶ୍‌ବ୍ୟାକ୍‌ ମଧ୍ୟ ମିଳୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe