Advertisment

ଲଞ୍ଚ୍ ହେଲା Vivo Y30

ନୂଆଦିଲ୍ଲୀ: ଚାଇନିଜ୍ ମୋବାଇଲ କମ୍ପାନୀ vivo ନିଜର ସବୁଠୁ ଅଧିକ ଲୋକପ୍ରିୟ Y ସିରିଜର ଏକ ନୂଆ ସ୍ମାର୍ଟଫୋନ Vivo Y30 ଲଞ୍ଚ୍ କରିସାରିଛି। ହେଲେ vivo ଏହାର ଅଫିସିଆଲ ଲଞ୍ଚ୍ କରିନାହିଁ। ଫୋନଟି ଏବେ ମାଲେସିଆର ଏକ ଅନଲାଇନ୍ ଷ୍ଟୋର୍‌ରେ ତାଲିକାଭୁକ୍ତ ହୋଇଛି, ଯେଉଁଠାରେ ଏହାର ମୂଲ୍ୟ ଏବଂ ଫିଚର୍ ବିଷୟରେ ସମସ୍ତ ସୂଚନା ଦିଆଯାଇଛି। vivo Y30କୁ କମ୍ପାନୀ ଗୋଟିଏ ଭ୍ୟାରିଆଣ୍ଟରେ ୪GB ରାମ୍ ଓ ୧୨୮GB ଷ୍ଟୋରେଜ୍ ସହ ଲଞ୍ଚ୍ କରିଛି। ତେବେ […]

ଲଞ୍ଚ୍ ହେଲା Vivo Y30

vivo

Advertisment

ନୂଆଦିଲ୍ଲୀ: ଚାଇନିଜ୍ ମୋବାଇଲ କମ୍ପାନୀ vivo ନିଜର ସବୁଠୁ ଅଧିକ ଲୋକପ୍ରିୟ Y ସିରିଜର ଏକ ନୂଆ ସ୍ମାର୍ଟଫୋନ Vivo Y30 ଲଞ୍ଚ୍ କରିସାରିଛି। ହେଲେ vivo ଏହାର ଅଫିସିଆଲ ଲଞ୍ଚ୍ କରିନାହିଁ। ଫୋନଟି ଏବେ ମାଲେସିଆର ଏକ ଅନଲାଇନ୍ ଷ୍ଟୋର୍‌ରେ ତାଲିକାଭୁକ୍ତ ହୋଇଛି, ଯେଉଁଠାରେ ଏହାର ମୂଲ୍ୟ ଏବଂ ଫିଚର୍ ବିଷୟରେ ସମସ୍ତ ସୂଚନା ଦିଆଯାଇଛି।

Advertisment

vivo Y30କୁ କମ୍ପାନୀ ଗୋଟିଏ ଭ୍ୟାରିଆଣ୍ଟରେ ୪GB ରାମ୍ ଓ ୧୨୮GB ଷ୍ଟୋରେଜ୍ ସହ ଲଞ୍ଚ୍ କରିଛି। ତେବେ ଏହାର ମୂଲ୍ୟ MYR ୮୯୯ (ପ୍ରାୟ 15,800 ଟଙ୍କା) ରଖାଯାଇଛି।  ଗ୍ରାହଙ୍କ ପାଇଁ ସ୍ମାର୍ଟଫୋନର ଡ୍ୟାଜଲ୍ ବ୍ଲୁ ଏବଂ ମୁନଷ୍ଟୋନ୍ ହ୍ୱାଇଟ୍ କଲର୍ ଅପସନ ରହିଛି। ସୂଚନା ଅନୁଯାୟୀ ଏହାକୁ ମେ'୯ରେ ମାଲେସିଆ ବଜାରରେ ଲଞ୍ଚ୍ କରାଯାଇପାରେ। ବର୍ତ୍ତମାନ ସୁଦ୍ଧା vivo  Y30 ର ଗଲୋବାଲ ଲଞ୍ଚିଂ ବିଷୟରେ କୌଣସି ସୂଚନା ମିଳିନାହିଁ।

publive-imageVivo Y30ର ଫିଚର୍:

ଡୁଆଲ୍-ସିମ୍ (ନାନୋ) ସୁବିଧା ସହ ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୧୦ ବେସଡ୍ Funtouch OS ରହିଛି। ଏହାର 6.47-ଇଞ୍ଚ HD + (720x1560 ପିକ୍ସେଲ) ଡିସପ୍ଲେ ଦିଆଯାଇଛି। ଅକ୍ଟା-କୋର MediaTek Helio P35 (MT6765) ପ୍ରୋସେସର ଉପଲବ୍ଧ କରାଯାଇଛି। ଏଥିରେ ୪GB RAM ସହ ୧୨୮GB ଷ୍ଟୋରେଜ୍ ଦିଆଯାଇଛି।

Advertisment

ଫଟୋଗ୍ରାଫି ପାଇଁ ଏହାର ପଛରେ ଏକ କ୍ୱାଡ୍ କ୍ୟାମେରା ସେଟଅପ୍ ଅଛି, ଯେଉଁଥିରେ ୧୩MPର ପ୍ରାଇମେରି କ୍ୟାମେରା, ୮MPର ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ କ୍ୟାମେରା, ୨MP ଡେପଥ୍ କ୍ୟାମେରା ସହ ଆଉ ଏକ ୨MP କ୍ୟାମେରା ଦିଆଯାଇଛି। ସେଲଫି ପାଇଁ ଏଥିରେ ୮MPର ଫ୍ରଣ୍ଟ କ୍ୟାମେରା ରହିଛି। ଏସବୁ ବ୍ୟତୀତ ଏଥିରେ ୫୦୦୦mAhର ସୁପର୍ ପାୱାର୍ ବ୍ୟାଟେରୀ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe