vivo-u10
ନୂଆଦିଲ୍ଲୀ: ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀ ଭିଭୋ ଆସନ୍ତାକାଲି ଭାରତରେ Vivo U10 ଲଞ୍ଚ୍ କରିବାକୁ ଯାଉଛି। ଭାରତରେ ଏହା କମ୍ପାନୀର ପ୍ରଥମ U ସିରିଜ୍ ସ୍ମାର୍ଟଫୋନ୍ ହେବ। ତେବେ ଲଞ୍ଚ୍ ପୂର୍ବରୁ ଏହି ସ୍ମାର୍ଟଫୋନ୍ର ସ୍ପେଶିଫିକେଶନ୍ ସାମ୍ନାକୁ ଆସିଯାଇଛି। ପୂର୍ବରୁ କମ୍ପାନୀ ଏହାର ଟିଜର୍ ଜାରି କରିଦେଇଛି। ଆଉ ଏବେ ଏହାର ଡିଜାଇନ୍ ମଧ୍ୟ ଲିକ୍ ହୋଇସାରିଛି।
ସୂଚନା ମୁତାବକ Vivo U10ର ମୂଲ୍ୟ ଭାରତରେ ପାଖାପାଖି ୧୨ ହଜାର ଟଙ୍କା ହେବ। ଏହାର ବିକ୍ରି ଆମାଜନ୍ ଇଣ୍ଡିଆର ୱେବ୍ସାଇଟ୍ରେ ହେବ। ଏହି ସ୍ମାର୍ଟଫୋନ୍ ଗ୍ରେଡିଏଣ୍ଟ ଡିଜାଇନ୍ଯୁକ୍ତ ହେବ। ଫୋଲିକାର୍ବୋନେଟ୍ ବଡି ସହ ଏହାର ବ୍ୟାକ୍ ପ୍ୟାନେଲ୍ରେ ଫିଙ୍ଗପ୍ରିଣ୍ଟ ସ୍କାନର୍ ରହିଛି। ଫୋନ୍ଟି ଦୁଇଟି କଲର୍ ଅପଶନ୍ ଇଲେକ୍ଟ୍ରୋନିକ୍ ବ୍ଲୁ ଓ ଥଣ୍ଡର ବ୍ଲାକ୍ରେ ବିକ୍ରି ହେବ।
Vivo U10ର ସ୍ପେଶିଫିକେଶନ୍: ମିଳିଥିବା ସୂଚନା ଅନୁୟାୟୀ ଏହି ଫୋନ୍ରେ ୬.୩ ଇଞ୍ଚ୍ର ଏଚ୍ଡି ପ୍ଲସ୍ ଡିସ୍ପ୍ଲେ, 4GB ରାମ୍ ସହ କ୍ୱାଲକମ୍ ସ୍ନାପଡ୍ରାଗନ୍ ୬୬୫ ପ୍ରୋସେସର୍ ଓ Android 9 Pie ବେସ୍ଡ୍ FunTouch OS 9 ଦିଆଯିବ।
କୁହାଯାଉଛି ଯେ ଫଟୋଗ୍ରାଫି ପାଇଁ ଏହାର ରିୟର୍ରେ ଟେରିପଲ୍ କେୟାମେରା ସେଟ୍ଅପ୍ ଦିଆଯିବ, ଯାହାର ମୁଖ୍ୟ କ୍ୟାମେରା 13MPର ହୋଇଥିବାବେଳେ ଅନ୍ୟ ଦୁଇଟି 8MP a 2 MPର ରହିବ। ସେଲଫି ପାଇଁ ଏହାର ଫ୍ରଣ୍ଟରେ 8MPର ସିଙ୍ଗଲ କ୍ୟାମେରା ଦିଆଯିବ। ଏସବୁ ବ୍ୟତୀତ Vivo U10ରେ 5000mAhର ପାୱାରଫୁଲ୍ ବ୍ୟାଟ୍ରୀ ସହ ୧୮ ୱାଟ୍ର ଫାଷ୍ଟ ଚାର୍ଜିଂ ସପୋର୍ଟ ଦିଆଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/09/u10.jpg)