ନୂଆଦିଲ୍ଲୀ: ଭାରତରେ ଲଞ୍ଚ୍ ହୋଇଛି ଭିଭୋ- Y ସିରିଜ୍ର ନୂଆ ସ୍ମାର୍ଟଫୋନ୍ Vivo Y19। Y ସିରିଜ୍ର ଅନ୍ୟ ସ୍ମାର୍ଟଫୋନ୍ ପରି ଏହା ମଧ୍ୟ କେବଳ ଅଫ୍ଲାଇନ୍ ଷ୍ଟୋର୍ରେ ହିଁ ବିକ୍ରି ହେବ। ଏହି ଫୋନ୍ଟି ଗେମ୍ ପ୍ରେମୀଙ୍କ ପାଇଁ ବେଶ୍ ଭଲ। କାରଣ ଏହାକୁ ମଲ୍ଟି ଟର୍ବୋ ଓ ଗେମ୍ ସ୍ପେସ୍ ସପୋର୍ଟ ସହ ଲଞ୍ଚ୍ କରାଯାଇଛି।
କମ୍ପାନୀ Vivo Y19କୁ ମାତ୍ର ଗୋଟିଏ ଭ୍ୟାରିଆଣ୍ଟ 4GBରାମ୍ ଓ 128GB ଷ୍ଟାରେଜ୍ରେ ଲଞ୍ଚ୍ କରିଛି। ଏହାର ମୂଲ୍ୟ କମ୍ପାନୀ ୧୩ ହଜାର ୯୯୦ ଟଙ୍କା ରଖିଛି। ଏହି ଫୋନ୍କୁ ଆପଣ ଦୁଇଟି କଲର୍ ଅପସନ୍ ମ୍ୟାଗନେଟିର୍ ବ୍ଲାକ୍ ଓ ସ୍ପ୍ରିଙ୍ଗ୍ ହ୍ୱାଇଟ୍ରେ କିଣିପାରିବେ।
Vivo Y19ର ଫିଚର୍:
ଡିସ୍ପ୍ଲେ ସାଇଜ୍: ୬.୫୩ ଇଞ୍ଚ୍
ଡିସ୍ପ୍ଲେ ଟାଇପ୍: ଆଇପିଏସ୍ ଏଲ୍ସିଡି ଡିସ୍ପ୍ଲେ, 1080×2340 ପିକ୍ସେଲ୍
ଆଣ୍ଡ୍ରଏଡ୍ ଭର୍ସନ: ଆଣ୍ଡ୍ରଏଡ୍ 9 ପାଇ ବେସ୍ଡ ୱିଥ୍ FunTouch OS 9.2
ପ୍ରୋସେସର୍: ମିଡିଆଟେକ୍ ହିଲିଓ P65
ରାମ୍: ୪ ଜିବି
ଷ୍ଟୋରେଜ୍: 128 GB
ରିୟର କ୍ୟାମେରା: 16MP+8MP+2MP
ଫ୍ରଣ୍ଟକ୍ୟାମେରା: 16 MP
ବ୍ୟାଟେରୀ: 500mAhର ବ୍ୟାଟେରୀ ସହ ୧୮ ୱାଟ୍ର ଡୁଆଲ୍-ଇଞ୍ଜିନ୍ ଫାଷ୍ଟ ଚାର୍ଜିଂ ସପୋର୍ଟ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।