Advertisment

କାମଚଳା ବଜେଟ କ’ଣ ?

ପ୍ରତିଥର ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଅନ୍ତରୀଣ ବଜେଟ୍ ଆସିଥାଏ।

author-image
Tapaswini Nayak
ଅଦ୍ୟତନ ହୋଇଛି
Interim-budget

Interim-budget

ଆଜି ସଂସଦରେ ଆଗତ ହେବ କାମଚଳା ବଜେଟ। ମୋଦି ସରକାରର ଦ୍ୱିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ। ଅଳ୍ପ ଦିନ ପରେ ନିର୍ବାଚନ ଥିବାରୁ କାମଚଳା ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ବାଚନ ଆସୁଥିବାରୁ ନିର୍ମଳାଙ୍କ ଏ ବଜେଟରୁ ଅନେକ ଆଶା ରଖିଛନ୍ତି ସମସ୍ତେ। ବିଶେଷ କରି ଦରଦାମ ବୃଦ୍ଧିରେ ସନ୍ତୁଳି ହେଉଥିବା ସାଧାରଣ ଜନତା ଓ ମଧ୍ୟବିତ୍ତଙ୍କୁ କିଛି ଆଶ୍ୱସ୍ତି ଦେଇପାରନ୍ତି କେନ୍ଦ୍ର ସରକରା। ପେଟ୍ରୋଲ, ଡିଜେଲ ଦାମ କମାଇ ଏବଂ ଆୟକରରେ ରିହାତି ଦେବାର ଆଶା କରାଯାଉଛି। ଚାଷୀଙ୍କ ପାଇଁ ନୂଆ ଯୋଜନା ଘୋଷଣା ବି ହୋଇପାରେ।

Advertisment

ତେବେ ଅନ୍ତରୀଣ ବଜେଟ୍ କ’ଣ। ଏହା ପୂର୍ଣ୍ଣାଙ୍ଗ ବଜେଟ ଠାରୁ କିପରି ଭିନ୍ନ ? ଆସନ୍ତୁ ଜାଣିବା ସେ ବିଷୟରେ।
- ଅନ୍ତରୀଣ ବଜେଟ୍ ହେଉଛି ଏକ ସାମୟିକ ବଜେଟ୍
- ପ୍ରତିଥର ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଅନ୍ତରୀଣ ବଜେଟ୍ ଆସିଥାଏ
- ନୂଆ ସରକାର କାର୍ଯ୍ୟଭାର ଗ୍ରହଣ କରିବା ପର୍ଯ୍ୟନ୍ତ ଜରୁରୀ ଖର୍ଚ୍ଚ ପାଇଁ ସଂସଦର
ମଞ୍ଜୁରୀ ନିଅନ୍ତି କ୍ଷମତାସୀନ ସରକାର।
- ଏପ୍ରିଲ ୧ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଖର୍ଚ୍ଚ ପାଇଁ ଅନୁମୋଦନ ନିଅନ୍ତି ସରକାର
- ଏହାକୁ ଭୋଟ୍ ଅନ୍ ଆକାଉଣ୍ଟ ଲୋଡ଼ିବା ମଧ୍ୟ କୁହାଯାଏ
- ସମ୍ବିଧାନର ଅନୁଚ୍ଛେଦ-୧୧୬ରେ ଏଥିପାଇଁ ବ୍ୟବସ୍ଥା ରହିଛି
- ଜୁନ୍ କିମ୍ବା ଜୁଲାଇ ବେଳକୁ ଆସିପାରେ ପୂର୍ଣ୍ଣାଙ୍ଗ ବଜେଟ୍
- ଦେଶ ସ୍ୱାଧୀନ ହେବା ପରେ ଉପସ୍ଥାପିତ ପ୍ରଥମ ବଜେଟ୍ ଥିଲା ଅନ୍ତରୀଣ ବଜେଟ୍
- ୨୬ ନଭେମ୍ବର ୧୯୪୭ରେ ଏହାକୁ ଉପସ୍ଥାପନ କରିଥିଲେ ଆର୍.କେ. ସନ୍ମୁଖମ୍ ଚେଟ୍ଟି
- ଅନ୍ତରୀଣ ବଜେଟରେ କୌଣସି ବଡ଼ ଯୋଜନା ଆରମ୍ଭ କରାଯାଏ ନାହିଁ
- ତେବେ ଭୋଟକୁ ଦୃଷ୍ଟିରେ ରଖି ସରକାର କିଛି ଲୋକାଭିମୁଖୀ ଘୋଷଣା କରିପାରନ୍ତି
- ଏଥିରେ କେବଳ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଏ
- ୨୦୧୯ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ ପୀୟୂଷ ଗୋୟଲ
- ନିର୍ମଳା ସୀତାରମଣଙ୍କର ଏହା ପ୍ରଥମ ଅନ୍ତରୀଣ ବଜେଟ୍ ଉପସ୍ଥାପନ

Interim-budget