Advertisment

‘ହ୍ୱାଟ୍ସଆପ୍‌’ ଆଣିଲା ଡାର୍କମୋଡ୍‌ ଫିଚର୍

ନୂଆଦିଲ୍ଲୀ: ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ‘ହ୍ୱାଟ୍ସଆପ୍‌’ ଆଣିଲା ନୂଆ ଫିଚର। ଅନେକ ଦିନ ହେବ ୟୁଜରମାନେ ହ୍ୱାଟ୍ସଆପ୍‌ରେ ଡାର୍କମୋଡ୍‌ର ଅପେକ୍ଷା କରିଛନ୍ତି। ତେବେ ବର୍ତ୍ତମାନ ଏହି ଅପେକ୍ଷାର ଅନ୍ତ ଘଟିଛି। କମ୍ପାନୀ ଡାର୍କମୋଡ୍‌ ଫିଚର୍‌ ଲଞ୍ଚ୍ କରିଦେଇଛି। ଏହି ଫିଚର ଆପଣଙ୍କୁ Theme ସିଲେକ୍ଶନ୍‌ ଅପଶନ୍‌ରେ ଆସିବ।  ଏହାକୁ ସିଲେକ୍ଟ କଲେ ଆପଣଙ୍କ ହ୍ୱାଟ୍ସଆପର ରଙ୍ଗ ବଦଳିଯିବ। ଆପ୍‌ର ୟୁଜର ଇଣ୍ଟଫେସ୍‌ ଡାର୍କ ଗ୍ରୀନ୍‌ ରଙ୍ଗର ହେବ। ଚ୍ୟାଟ୍‌ କରିବା ସମୟରେ ବ୍ୟାକଗ୍ରାଉଣ୍ଡରେ ଆପଣ ନିଜ ପସନ୍ଦର […]

‘ହ୍ୱାଟ୍ସଆପ୍‌’ ଆଣିଲା ଡାର୍କମୋଡ୍‌ ଫିଚର୍

whatsaap

Advertisment

ନୂଆଦିଲ୍ଲୀ: ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ‘ହ୍ୱାଟ୍ସଆପ୍‌’ ଆଣିଲା ନୂଆ ଫିଚର। ଅନେକ ଦିନ ହେବ ୟୁଜରମାନେ ହ୍ୱାଟ୍ସଆପ୍‌ରେ ଡାର୍କମୋଡ୍‌ର ଅପେକ୍ଷା କରିଛନ୍ତି। ତେବେ ବର୍ତ୍ତମାନ ଏହି ଅପେକ୍ଷାର ଅନ୍ତ ଘଟିଛି। କମ୍ପାନୀ ଡାର୍କମୋଡ୍‌ ଫିଚର୍‌ ଲଞ୍ଚ୍ କରିଦେଇଛି। ଏହି ଫିଚର ଆପଣଙ୍କୁ Theme ସିଲେକ୍ଶନ୍‌ ଅପଶନ୍‌ରେ ଆସିବ।  ଏହାକୁ ସିଲେକ୍ଟ କଲେ ଆପଣଙ୍କ ହ୍ୱାଟ୍ସଆପର ରଙ୍ଗ ବଦଳିଯିବ। ଆପ୍‌ର ୟୁଜର ଇଣ୍ଟଫେସ୍‌ ଡାର୍କ ଗ୍ରୀନ୍‌ ରଙ୍ଗର ହେବ। ଚ୍ୟାଟ୍‌ କରିବା ସମୟରେ ବ୍ୟାକଗ୍ରାଉଣ୍ଡରେ ଆପଣ ନିଜ ପସନ୍ଦର ରଙ୍ଗ ଓ ଚ୍ୟାଟ୍‌ ଡାର୍କ ମୋଡ୍‌ରେ ଦେଖାଯିବ।

Advertisment

ସୂଚନାଯୋଗ୍ୟ, ବର୍ତ୍ତମାନ ଏହି ଫିଚର କେବଳ ବିଟା ୟୁଜରଙ୍କ ପାଇଁ ଆସିଛି। ଏହି ଡାର୍କମୋଡ୍‌ ହ୍ୱାଟ୍ସଆପ୍‌ ବିଟାର v2.20.13 ଅପଡେଟ୍‌ ସହ ଆସିଛି। ଯଦି ଆପଣ ବିଟା ୟୁଜର ତେବେ ଏହି ଭର୍ସନ ଅପଡେଟ୍‌ କଲେ ଆପଣଙ୍କୁ ଏହି ଫିଚର ମିଳିଯିବ। କିନ୍ତୁ ଯଦି ଆପଣ ବିଟା ୟୁଜର ନୁହଁନ୍ତି ତେବେ ଆପଣ କିପରି ଏହାକୁ ବ୍ୟବହାର କରିପାରିବେ ତାହା ଜଣାଇବୁ।

publive-imageପ୍ରଥମ ଉପାୟ ହେଉଛି  ଆପଣ WhatsApp beta v2.20.13 APKକୁ  ଇଣ୍ଟରନେଟ୍‌ରୁ ଡାଉନଲୋଡ କରି ବ୍ୟବହାର କରନ୍ତୁ। ଅବଶ୍ୟ ଏହା ଏତେ ସୁରକ୍ଷିତ ନୁହେଁ। ତେବେ ଆଉ ଏକ ଉପାୟ ହେଉଛି, ଗୁଗଲ୍‌ ପ୍ଲେର ବିଟା ଟେଷ୍ଟର ପ୍ରୋଗ୍ରାମରୁ ହ୍ୱାଟ୍ସଆପ୍‌ ବିଟା ଡାଉନ୍‌ଲୋଡ କରନ୍ତୁ। ଏହାପରେ ଆପଣଙ୍କୁ ଡାର୍କ ମୋଡ଼ ଫିଚର ମିଳିଯିବ।

Advertisment

କେମିତି କରିବେ ଆକ୍ଟିଭ:

ପ୍ରଥମେ ହ୍ୱାଟ୍ସଆପର ଲାଟେଷ୍ଟ ବିଟା ଭର୍ସନ ଡାଉନଲୋଡ୍ କରନ୍ତୁ। ଏହାପରେ ଏହାକୁ ଓପନ କରି ଟପ୍‌-ରାଇଟ୍‌ କର୍ନରରେ ଦିଆଯାଇଥିବା ମେନ୍ୟୁ ଆଇକନ୍‌ ଉପରେ କ୍ଲିକ କରନ୍ତୁ। ଏହାପରେ ସେଟିଙ୍ଗସ୍‌କୁ ଯାଇ ଚ୍ୟାଟ୍ସ୍‌ ଅପଶନ୍‌ ଉପରେ କ୍ଲିକ୍‌ କରନ୍ତୁ। ଏଠି ଆପଣଙ୍କୁ ଥିମ୍‌ ଅପଶନ୍‌ ମିଳିବ ଏଇଠୁ ହିଁ ଆପଣ ଡାର୍କମୋଡ୍ ଆକ୍ଟିଭ୍‌ କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe