Advertisment

ହ୍ୱାଟ୍ସଆପ୍‌ ଆଣିଲା ଆଉ ଏକ ନୂଆ ଫିଚର୍

ନୂଆଦିଲ୍ଲୀ: ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ ଆଣିଲା ଆଉ ଏକ ନୂଆ ଫିଚର୍। ହ୍ୱାଟ୍ସଆପ୍‌ର ନୂଆ ଅପଡେଟ୍‌ 2.19.120 ଭର୍ସନରେ ଏବେ କଲ୍‌ ୱେଟିଂ ଫିଚର୍‌ ଆସିଯାଇଛି। ଏହା ପୂର୍ବରୁ ହ୍ୱାଟ୍ସଆପ୍‌ କଲିଂରେ ଏଭଳି ଫିଚର ଦିଆଯାଇ ନଥିଲା। ଏହି ଫିଚର୍‌ ଆସିବାରୁ ହ୍ୱାଟ୍ସଆପ୍‌ କଲ୍‌ ଆହୁରି ଉନ୍ନତ ହୋଇଗଲା। ଏହି ନୂଆ ଅପଡେଟ୍‌ରେ ଆପଣଙ୍କୁ WhatsAppର ଚ୍ୟାଟ୍‌ ସ୍କ୍ରିନ୍‌ରେ ବି ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହା ବ୍ୟତୀତ ଏଥିରେ ବ୍ରେଲି କି-ବୋର୍ଡ଼ ଦିଆଯିବ। ଏହାଦ୍ୱାରା […]

author-image
Chinmayee Roy
ହ୍ୱାଟ୍ସଆପ୍‌ ଆଣିଲା ଆଉ ଏକ ନୂଆ ଫିଚର୍

whatsaap

ନୂଆଦିଲ୍ଲୀ: ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ ଆଣିଲା ଆଉ ଏକ ନୂଆ ଫିଚର୍। ହ୍ୱାଟ୍ସଆପ୍‌ର ନୂଆ ଅପଡେଟ୍‌ 2.19.120 ଭର୍ସନରେ ଏବେ କଲ୍‌ ୱେଟିଂ ଫିଚର୍‌ ଆସିଯାଇଛି। ଏହା ପୂର୍ବରୁ ହ୍ୱାଟ୍ସଆପ୍‌ କଲିଂରେ ଏଭଳି ଫିଚର ଦିଆଯାଇ ନଥିଲା। ଏହି ଫିଚର୍‌ ଆସିବାରୁ ହ୍ୱାଟ୍ସଆପ୍‌ କଲ୍‌ ଆହୁରି ଉନ୍ନତ ହୋଇଗଲା।

Advertisment

ଏହି ନୂଆ ଅପଡେଟ୍‌ରେ ଆପଣଙ୍କୁ WhatsAppର ଚ୍ୟାଟ୍‌ ସ୍କ୍ରିନ୍‌ରେ ବି ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହା ବ୍ୟତୀତ ଏଥିରେ ବ୍ରେଲି କି-ବୋର୍ଡ଼ ଦିଆଯିବ। ଏହାଦ୍ୱାରା ଦିବ୍ୟାଙ୍ଗ ୟୁଜର୍‌ମାନେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ।

ସୂଚନା ଅନୁଯାୟୀ, WhatsAppର 2.19.120 ଭର୍ସନ୍‌ର ଅପ୍‌ଡେଟ୍‌ କେବଳ ଆଇଫୋନ୍‌ ୟୁଜର୍‌ଙ୍କ ପାଇଁ ଜାରି କରାଯିବ। ପରବର୍ତ୍ତୀ ସମୟରେ ଏହା ଆଣ୍ଡ୍ରଏଡ୍‌ ପାଇଁ ମଧ୍ୟ ଜାରି ହେବ। ଏହି ଫିଚର୍‌ ଅନୁଯାୟୀ ଆପଣ ଯଦି ହ୍ୱାଟ୍ସଆପ୍‌ କଲ୍‌ରେ କାହା ସହ କଥା ହେଉଛନ୍ତି ତେବେ ବି ଆପଣ ଅନ୍ୟ କଲ୍‌ ଗ୍ରହଣ କରିପାରିବେ। ଏଥିପାଇଁ ଆପଣ ନିଜ iOs ଫୋନ୍‌ର ଆପ୍‌ଷ୍ଟୋର୍‌କୁ ଯାଇ  WhatsApp ର 2.19.120 ଭର୍ସନ ଅପଡେଟ୍‌ କରନ୍ତୁ। ଅପଡେଟ୍ କଲାପରେ ଆପଣଙ୍କୁ କଲ୍‌ ୱେଟିଂର ଫିଚର୍‌ ମିଳିଯିବ।

Advertisment

iOsରେ ଦିଆଯାଇଥିବା ଏହି ଅପ୍‌ଡେଟ୍‌ରେ ଚ୍ୟାଟ୍‌ ସ୍କ୍ରିନ୍‌ର ବି ଡିଜାଇନ୍‌ ବଦଳାଯାଇଛି।  ଭଏସ୍‌ ଓଭର୍‌ ମୋଡ୍‌ ଜରିଆରେ ବ୍ରେଲିରେ ମେସେଜ୍‌ ସେଣ୍ଡ କରିପାରିବେ। ନିକଟରେ ମଧ୍ୟ ହ୍ୱାଟ୍ସଆପ୍‌ କିଛି ନୂଆ ଫିଚର୍‌ ଲଞ୍ଚ୍‌ କରିଥିଲା। ଏଥିମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ‘ଗ୍ରୁପ୍‌ ପ୍ରାଇଭେସି ସେଟିଙ୍ଗ୍ସ’। ଏହା ବ୍ୟତୀତ କମ୍ପାନୀ ଖୁବ୍‌ଶୀଘ୍ର ଡାର୍କମୋଡ୍‌ ଫିଚର୍‌ ଆଣିବ ବୋଲି ଚର୍ଚ୍ଚା ହେଉଛି।

.