Advertisment

ବିବାଦ ବଢ଼ିବା ପରେ ଡାଟା ଶେୟାରିଂ ନେଇ ସ୍ପଷ୍ଟୀକରଣ ରଖିଲା ହ୍ୱାଟସଆପ୍

ନୂଆଦିଲ୍ଲୀ: ହ୍ୱାଟସଆପରେ ଯେଉଁ ଅପଡେଟ୍ ନୋଟିଫିକେସନ ଆସିଛି ସେଥିରେ ଫେସବୁକ ସହିତ ଡାଟା ଶେୟାରିଂ ହେବନି। ସୋଶାଲ ମିଡିଆ କିଙ୍ଗ୍ ଫେସବୁକର ସହଯୋଗୀ କମ୍ପାନୀ ହେଉଛି ହ୍ୱାଟସଆପ୍। କୌଣସି ଡାଟା ଶେୟାରିଂର ପ୍ରକ୍ରିୟା ବଦଳିବ ନାହଁ ବୋଲି ସ୍ପଷ୍ଟୀକରଣ ରଖିଛି ହ୍ୱାଟସଆପ୍। ଫେସବୁକ ଓ ହ୍ଵାଟସଆପର ସିଇଓ କ୍ୟାଥକର୍ଟ ଟ୍ୱିଟ୍ କରି ଏ ବାବଦରେ ସ୍ପଷ୍ଟୀକରଣ ରଖିଛନ୍ତି। ନିକଟରେ ହ୍ୱଟସଆପ୍ ପ୍ରାଇଭେସି ପଲିସି ଅପଡେଟ୍ ନୋଟିଫିକେସନ ପଠାଇଥିଲା। ଯଦି ଜଣେ ୟୁଜର ରାଜି ନହେବେ ତାହେଲେ ଫେବୃଆରୀ […]

ଅଦ୍ୟତନ ହୋଇଛି
ହ୍ୱାଟସଆପ୍ ଅପଡେଟ୍ ନୋଟିଫିକେସନ ଆସିଛି କି?

whatsapp-update

Advertisment

ନୂଆଦିଲ୍ଲୀ: ହ୍ୱାଟସଆପରେ ଯେଉଁ ଅପଡେଟ୍ ନୋଟିଫିକେସନ ଆସିଛି ସେଥିରେ ଫେସବୁକ ସହିତ ଡାଟା ଶେୟାରିଂ ହେବନି। ସୋଶାଲ ମିଡିଆ କିଙ୍ଗ୍ ଫେସବୁକର ସହଯୋଗୀ କମ୍ପାନୀ ହେଉଛି ହ୍ୱାଟସଆପ୍। କୌଣସି ଡାଟା ଶେୟାରିଂର ପ୍ରକ୍ରିୟା ବଦଳିବ ନାହଁ ବୋଲି ସ୍ପଷ୍ଟୀକରଣ ରଖିଛି ହ୍ୱାଟସଆପ୍। ଫେସବୁକ ଓ ହ୍ଵାଟସଆପର ସିଇଓ କ୍ୟାଥକର୍ଟ ଟ୍ୱିଟ୍ କରି ଏ ବାବଦରେ ସ୍ପଷ୍ଟୀକରଣ ରଖିଛନ୍ତି। ନିକଟରେ ହ୍ୱଟସଆପ୍ ପ୍ରାଇଭେସି ପଲିସି ଅପଡେଟ୍ ନୋଟିଫିକେସନ ପଠାଇଥିଲା। ଯଦି ଜଣେ ୟୁଜର ରାଜି ନହେବେ ତାହେଲେ ଫେବୃଆରୀ ୮ ପରେ ହ୍ୱାଟସଆପ୍ ଆଉ ତାଙ୍କ ମୋବାଇଲରେ ଚାଲିପାରିବ ନାହିଁ ବୋଲି ସୂଚନା ରହିଥିଲା।

Advertisment

https://twitter.com/wcathcart/status/1347660769878372353?s=20

ଏହି ଅପଡେଟର ଉଦ୍ଦେଶ୍ୟ ହ୍ୱାଟସଆପ କହିଥିଲା ଫେସବୁକ, ହ୍ୱାଟସଆପ ମଧ୍ୟରେ ବିଜନେସ ପ୍ରକ୍ରିୟା ବଢ଼ାଇବା। ଏଥି ସହିତ ଫେସବୁକ ଓ ହ୍ୱାଟସଆପ ମଧ୍ୟରେ ବିଜ୍ଞାପନ ଆସିବା ନେଇ ଏହି ଅପଡେଟ୍ ଥିଲା ବୋଲି କମ୍ପାନୀ କହିଥିଲା। କୌଣସି ଚାଟ୍ ପ୍ରକ୍ରିୟା ବା ମେସେଜ ଶେୟାର ହ୍ୱାଟସଆପ୍ ଓ ଫେସବୁମକ ମଧ୍ୟରେ ହେବନି ବୋଲି କହିଥିଲା। ଏହାପରେ ବିଭିନ୍ନ ଫୋରମରେ ହ୍ୱାଟସଆପର ଡାଟା ଶେୟାରିଂ ସୁରକ୍ଷିତ ନୁହେଁ ବୋଲି ଆଲୋଚନା ହୋଇଥିଲା। ପରେ ଅନ୍ୟ ସୋଶାଲ ମିଡିଆ କମ୍ପାନୀ ସିଗ୍ନାଲ, ଟେଲିଗ୍ରାମ ଆଦିରେ ୟୁଜର ସଂଖ୍ୟା ବଢ଼ିଥିବା ଦେଖିବାକୁ ମିଳିଛି। ସେହପରି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇଥିବା ଟେସଲା କମ୍ପାନୀର ସିଇଓ ମଧ୍ୟ ହ୍ୱାଟସଆପକୁ ପ୍ରତ୍ୟାଖ୍ୟାନ କରିବାକୁ ଆହ୍ୱାନ କରିଛନ୍ତି।

ଏବେ ଟେଲିଗ୍ରାମ କମ୍ପାନୀର ସିଇଓ ପାଓ୍ୱେଲ ଡୁରୋଓ୍ୱ ହ୍ୱାଟସଆପ ବିରୋଧରେ ଅଭିଯୋଗ କରିଛନ୍ତି। ଟେଲିଗ୍ରାମ ବାବଦରେ ହ୍ୱାଟସଆପ୍ ବିଭ୍ରାନ୍ତିକର ଏବଂ ମନଗଢ଼ା ତଥ୍ୟ ରଖୁଛି ବୋଲି ସେ ଅଭିଯୋଗ କରିଛନ୍ତି।

Advertisment

ହ୍ୱାଟସଆପ୍ ଅପଡେଟ୍ ନୋଟିଫିକେସନ ଆସିଛି କି?

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe