Advertisment

ଫେବୃଆରୀ ୧ରୁ ଏହି ସବୁ ଫୋନ୍‌ରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍‌

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍‌ ୟୁଜରଙ୍କୁ ଝଟକା। iOS ଭର୍ଜନ୍‌ରେ ସପୋର୍ଟ ବନ୍ଦ କରିବାକୁ ଘୋଷଣା କରିଛି ହ୍ୱାଟ୍ସଆପ୍‌। ୨୦୨୦ ଫେବୃଆରୀ ମାସରୁ iOS 8 ଓ ଏହାର ତଳ ଭର୍ଜନ ଗୁଡ଼ିକୁ ବନ୍ଦ କରିବାକୁ ହ୍ୱାଟ୍ସଆପ୍‌ ନିଷ୍ପତ୍ତି ନେଇଛି। ଆସନ୍ତା ବର୍ଷରୁ ଆପଣ Android 2.3.7 ଓ iOS 8ରେ ହ୍ୱାଟ୍ସଆପ୍‌ ବ୍ୟବହାର କରିପାରିବେ ନାହିଁ। ଯଦି iOS 8 ୟୁଜର ନିଜ ହ୍ୱାଟ୍ସଆପ୍‌କୁ ଅନ୍‌ଇନ୍‌ଷ୍ଟଲ୍‌ ନ କରନ୍ତି କିମ୍ବା ଅପଡେଟ୍‌ ନ କରନ୍ତି, ତା’ହେଲେ ସେମାନେ ଏହାର […]

ଫେବୃଆରୀ ୧ରୁ ଏହି ସବୁ ଫୋନ୍‌ରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍‌

whtsap

Advertisment

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍‌ ୟୁଜରଙ୍କୁ ଝଟକା। iOS ଭର୍ଜନ୍‌ରେ ସପୋର୍ଟ ବନ୍ଦ କରିବାକୁ ଘୋଷଣା କରିଛି ହ୍ୱାଟ୍ସଆପ୍‌। ୨୦୨୦ ଫେବୃଆରୀ ମାସରୁ iOS 8 ଓ ଏହାର ତଳ ଭର୍ଜନ ଗୁଡ଼ିକୁ ବନ୍ଦ କରିବାକୁ ହ୍ୱାଟ୍ସଆପ୍‌ ନିଷ୍ପତ୍ତି ନେଇଛି।

Advertisment

ଆସନ୍ତା ବର୍ଷରୁ ଆପଣ Android 2.3.7 ଓ iOS 8ରେ ହ୍ୱାଟ୍ସଆପ୍‌ ବ୍ୟବହାର କରିପାରିବେ ନାହିଁ। ଯଦି iOS 8 ୟୁଜର ନିଜ ହ୍ୱାଟ୍ସଆପ୍‌କୁ ଅନ୍‌ଇନ୍‌ଷ୍ଟଲ୍‌ ନ କରନ୍ତି କିମ୍ବା ଅପଡେଟ୍‌ ନ କରନ୍ତି, ତା'ହେଲେ ସେମାନେ ଏହାର ବ୍ୟବହାର କରିପାରିବେ। କିନ୍ତୁ ଥରେ ରିମୁଭ୍ କଲେ ଏହା ଆଉ ଚାଲିବ ନାହିଁ।

ସୂଚନା ଅନୁଯାୟୀ, ୨୦୨୦ ଫେବୃଆରୀ ୧ରୁ Android 2.3.7 ଓ iOS 8ରେ ହ୍ୱାଟ୍ସଆପ୍‌ ବନ୍ଦ ହୋଇଯିବ। ଏହା ପୂର୍ବକୁ କମ୍ପାନୀ ୱିଣ୍ଡୋଜ୍‌ ଫୋନ୍‌ରେ ଚଳିତ ବର୍ଷ ୩୧ ଡିସେମ୍ବରରୁ ହ୍ୱାଟ୍ସଆପ୍‌ ସପୋର୍ଟ ବନ୍ଦ କରିବାର ଘୋଷଣା କରିସାରିଛି।

Advertisment

ପୂରୁଣା ଭର୍ଜନଗୁଡ଼ିକରେ ହ୍ୱାଟ୍ସଆପ୍‌  ବନ୍ଦ ହେବାର କାରଣ- ଏଥିରେ ହ୍ୱାଟ୍ସଆପ୍‌ର ନୂଆ ଫିଚର୍‌ଗୁଡ଼ିକ କାମ କରୁନାହିଁ। ହ୍ୱାଟ୍ସଆପ୍‌ରେ ଲଗାତାର ନୂଆ ନୂଆ ଫିଚର ଆସୁଛି, କିନ୍ତୁ ପୂରୁଣା ମୋବାଇଲ୍‌ ଅପରେଟିଂ ସିଷ୍ଟମ ଯୋଗୁ ଏଗୁଡ଼ିକ କାମ କରୁନାହିଁ। ତେଣୁ ଆପଣ ବି ନିଜ ଫୋନ୍‌ର ଅପରେଟିଂ ସିଷ୍ଟମକୁ ଅପ୍‌ଗ୍ରେଡ୍ କରିଦିଅନ୍ତୁ। ନହେଲେ ଆପଣଙ୍କ ହ୍ୱାଟ୍ସଆପ୍‌ ବନ୍ଦ ହୋଇଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe