Advertisment

କେବଳ ପ୍ରଶ୍ନପତ୍ର ନୁହେଁ, ଦେଶର ବଜେଟ୍ ପେପର୍ ବି ହୋଇଥିଲା ଲିକ୍

କେବେ ଲିକ୍ ହୋଇଥିଲା ଭାରତର ବଜେଟ୍?

ଅଦ୍ୟତନ ହୋଇଛି
Budget

Budget

Advertisment

ଲୋକସଭା ନିର୍ବାଚନ ଓ ନିଟ୍ ପରୀକ୍ଷା ଫଳ ଯଥାକ୍ରମେ ଜୁନ୍ ୪ ଏବଂ ଜୁନ୍ ୫ରେ ପ୍ରକାଶ ପାଇଥିଲା। ଧୀରେ ଧୀରେ ରାଜନୈତିକ ଉଷ୍ମତା କମି ଯାଇଛି। ହେଲେ ଏବେ ବି ନିଟ୍ ପରୀକ୍ଷା ଓ ଫଳାଫଳକୁ ନେଇ ଲାଗିରହିଛି ଉଷ୍ମତା। ପରୀକ୍ଷାରେ ବ୍ୟାପକ ଅନିୟମିତତା ସହ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Advertisment

ଏପରିକି ମାମଲା ମଧ୍ୟ ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଛି। ତେବେ ଆମ ଦେଶରେ ପ୍ରଶ୍ନପତ୍ର ଲିକ୍ ନୂଆ କଥା ନୁହେଁ, ପୂର୍ବରୁ ଏପରି ଅନେକ ଥରେ ହୋଇଛି ଏବଂ ଏହାର ସମାଧାନ ମଧ୍ୟ କରାଯାଇଛି। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏକଦା ଭାରତରେ ବଜେଟ୍ ପେପର୍ ମଧ୍ୟ ଲିକ୍ ହୋଇଥିଲା। ତେବେ ଏହା କେବେ ହୋଇଥିଲା, ଏହାକୁ ନେଇ କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଥିଲା, ଜାଣନ୍ତୁ...

କେବେ ଲିକ୍ ହୋଇଥିଲା ବଜେଟ୍?
ବିବିସି ରିପୋର୍ଟ ଅନୁଯାୟୀ, ୧୯୫୦ ମସିହାରେ ସଂସଦରେ ଉପସ୍ଥାପିତ ହେବା ପୂର୍ବରୁ ଲିକ୍ ହୋଇଥିଲା ଭାରତର ବଜେଟ୍। ଏହି କାରଣରୁ ସମଗ୍ର ଦେଶରେ ଉତ୍ତେଜନା ଦେଖା ଦେଇଥିଲା। କେବଳ ଏତିକି ନୁହେଁ, ଏଥିପାଇଁ ତତ୍କାଳୀନ ଅର୍ଥମନ୍ତ୍ରୀ ଜନ୍ ମାଥାଇଙ୍କୁ ମଧ୍ୟ ଗାଦିଚ୍ୟୁତ ହେବାକୁ ପଡ଼ିଥିଲା। ଏହି ଘଟଣା ପରେ ବଜେଟର ମୁଦ୍ରଣ(ପ୍ରିଣ୍ଟିଂ) ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇଥିଲା।

Advertisment

ସେତେବେଳେ ୧୯୫୦ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଭବନରେ ବଜେଟ୍ ମୁଦ୍ରିତ ହୋଇ ଆସୁଥିଲା। କିନ୍ତୁ ବଜେଟ୍ ପେପର୍ ଲିକ୍ ହେବା ପରେ ବର୍ତ୍ତମାନର ନୂଆଦିଲ୍ଲୀର ମିଣ୍ଟୋ ରୋଡରେ ଅବସ୍ଥିତ ପ୍ରେସରେ ବଜେଟ୍ ଛାପିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ଏଠାରେ ୧୯୭୯ ପର୍ଯ୍ୟନ୍ତ ମୁଦ୍ରଣ ହୋଇଥିଲା। ଏହା ପରେ, ୧୯୮୦ ମସିହାରୁ, ଉତ୍ତର ବ୍ଲକର ତଳ ମହଲାରେ ନିର୍ମିତ ପ୍ରିଣ୍ଟିଂ ପ୍ରେସରେ ବଜେଟ୍ ଛପା ହେବା ଆରମ୍ଭ ହେଲା। ଆଜି ବି ଏଠାରେ ବଜେଟ୍ ଛପା ହେଉଛି।

ବଜେଟ ଉପସ୍ଥାପନା ପୂର୍ବରୁ ହଲୱା ସମାରୋହ ଅନୁଷ୍ଠିତ ହୁଏ। ଏହି ସମାରୋହ ପରେ ଅର୍ଥ ମନ୍ତ୍ରଣାଳୟ ଏବଂ ବଜେଟ୍ ସହିତ ଜଡ଼ିତ ପ୍ରାୟ ୧୦୦ କର୍ମଚାରୀ ଉତ୍ତର ବ୍ଲକର ତଳ ମହଲାରେ, ଯେଉଁଠାରେ ବଜେଟ ଛପା ଯାଏ ସେଠାରେ ସେମାନଙ୍କୁ ରଖାଯାଏ। ଏହି କର୍ମଚାରୀମାନଙ୍କୁ ପ୍ରାୟ କିଛି ଦିନ କଡା ସୁରକ୍ଷା ମଧ୍ୟରେ ରଖା ଯାଇଥାଏ।

ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରି ସାରିବା ପରେ ସେମାନଙ୍କୁ ପରିବାର ବର୍ଗ ଏବଂ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରିବାକୁ ଅନୁମତି ଦିଆଯାଏ। ବଜେଟ୍ ଲିକ୍ ନ ହେବା ପାଇଁ ଏପରି କରା ଯାଇଥାଏ।

ସମୟ କ୍ରମେ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣା ଯାଉଛି। ବର୍ତ୍ତମାନ କାଗଜ ବଦଳରେ ମେଡ୍ ଇନ୍ ଇଣ୍ଡିଆ ଟାବଲେଟରେ ବଜେଟ୍ ପଢାଯାଉଛି। ସେହପରି ଏବେ ବଜେଟ୍ ବ୍ରିଫକେସ୍ ଲାଲ୍ ବ୍ୟାଗକୁ ରୂପାନ୍ତରିତ ହୋଇଛି। 

Budget Budget Paper Leak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe