Advertisment

OpenAI ସିଇଓ ଦାୟିତ୍ୱ ପାଇଥିବା ମୀରା ମୂରତି କିଏ?

ChatGPIT ସହ-ପ୍ରତିଷ୍ଠାତା ତଥା ସିଇଓ ସାମ ଅଲ୍ଟମ୍ୟାନଙ୍କୁ ବରଖାସ୍ତ ପରେ OpenAI ସହ-ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମଧ୍ୟ ଇସ୍ତଫା ଦେଇଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Mira Murati

Mira Murati

ଟେକ୍ନୋଲୋଜି ଜଗତରେ ହଇଚଇ ସୃଷ୍ଟି କରିଥିବା ଓପନ୍ ଏଆଇ ପରିଚାଳନା ବିଭାଗ ଏବେ ଟଳମଳ। ChatGPIT ସହ-ପ୍ରତିଷ୍ଠାତା ତଥା ସିଇଓ ସାମ ଅଲ୍ଟମ୍ୟାନଙ୍କୁ ବରଖାସ୍ତ ପରେ OpenAI ସହ-ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମଧ୍ୟ ଇସ୍ତଫା ଦେଇଛନ୍ତି। ପରିଚାଳନା ବିଭାଗର ଏପରି ପରିସ୍ଥିତିରେ କମ୍ପାନୀ ଜଣେ ମହିଳାଙ୍କୁ ଦେଇଛନ୍ତି ଗୁରୁ ଦାୟିତ୍ୱ। କମ୍ପାନୀ ବୋର୍ଡ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ସିଇଓ ଭାବରେ ଦାୟିତ୍ୱ ଦେଇଛନ୍ତି। କିଏ ଏହି ମହିଳା ଜଣକ ଜାଣନ୍ତୁ...

Advertisment

ଆଗକୁ ଚାଚଜିପିଟି ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି 34 ବର୍ଷୀୟ ମୀରା ମୂରତି। ମୀରା ଆଲବାନିଆରେ ଜନ୍ମ ହୋଇଥିଲେ। ତାଙ୍କ ବାପାମାଆ ମଧ୍ୟ ଆଲବେନୀୟ। ପ୍ରାରମ୍ଭିକ ପାଠପଢା ପରେ 16 ବର୍ଷ ବୟସରେ ସେ କାନାଡା ଚାଲିଯାଇଥିଲେ। ସେଠାରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। କାନାଡାର ଡାର୍ଟମାଉଥ୍ କଲେଜରେ ପଢିବା ସମୟରେ ସେ ଏକ ହାଇବ୍ରିଡ୍ ରେସ୍ କାର୍ ନିର୍ମାଣ କରିଥିଲେ। ଏହିଠାରୁ ଯାନ୍ତ୍ରିକ ଇଞ୍ଜିନିୟରିଂ ଦକ୍ଷତାରେ ମୀରାଙ୍କ ପ୍ରଦର୍ଶନ ଆରମ୍ଭ ହୋଇଥିଲା।

ଏହାପରେ ଏରୋସ୍ପେସ୍, ଅଟୋମୋବାଇଲ୍, ଭର୍ଚୁଆଲ୍ ରିଅଲିଟି (VR) ଏବଂ ଅଗୁମେଣ୍ଟେଡ୍ ରିଆଲିଟି (ଆର୍)ରେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ, ମୂରତି ଏଲନ୍ ମସ୍କଙ୍କ ଟେସଲାରେ ଜଣେ ବରିଷ୍ଠ ଉତ୍ପାଦ ପରିଚାଳକ(ସିନିଅର୍ ପ୍ରଡକ୍ଟ ମ୍ୟାନେଜର୍) ଭାବରେ ଯୋଗ ଦେଇଥିଲେ। ମଡେଲ୍ Xର ବିକାଶରେ ସେ ଏକ ପ୍ରମୁଖ ଭୂମିକା ନିଭାଇଥିଲେ।

Advertisment

ଏଥିସହ ମୂରତି ମଧ୍ୟ ଏକ VR କମ୍ପାନୀ ଲିପ୍ ମୋସନ୍ ସହିତ ଜଡିତ ଥିଲେ। ଏହି କମ୍ପାନୀରେ ମୂରତି ବ୍ୟବହାରିକ, ବାସ୍ତବ ଦୁନିଆରେ କୃତ୍ରିମ ବୁଦ୍ଧିମତା ପ୍ରୟୋଗ ଉପରେ ଧ୍ୟାନ ଦେଇଥିଲେ। ସେ ଇଟାଲୀୟ, ଆଲବାନିଆ ଏବଂ ଇଂରାଜୀ ଭଷା ଜାଣନ୍ତି। 2018ରେ OpenAIରେ ଯୋଗ ଦେଇଥିଲେ ମୀରା। ତାଙ୍କ ନାମ ଭାରତୀୟଙ୍କ ଭଲି ହୋଇଥିବାରୁ ବେଶ୍ ଚର୍ଚ୍ଚା ହେଉଛି। 

OpenAI Who Is Mira Murati Mira Murati ChatGPIT