କିଏ ସେ ଓଡ଼ିଶାର ନୀରବ ମୋଦି: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୨୭୦କୋଟି ଟଙ୍କାର ଋଣ ଜାଲିଆତି

ପିଏନବି ପକ୍ଷରୁ ମଙ୍ଗଳବାର ଆରବିଆଇକୁ ୨୭୦.୫୭ କୋଟି ଟଙ୍କାର ଋଣ ଜାଲିଆତି ସମ୍ପର୍କରେ ଲିଖିତ ଅବଗତ କରାଯାଇଛି ।

PNB

PNB

Ordigital Desk
  • Published: Wednesday, 19 February 2025
  • Updated: 19 February 2025, 09:06 PM IST

Sports

Latest News

ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ- ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ପୁଣି ଏକ ବଡ଼ ଋଣ ଜାଲିଆତି ପଦାକୁ ଆସିଛି । ବ୍ୟବସାୟୀ ନୀରବ ମୋଦି ଦ୍ୱାରା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି)ରୁ ୧୩୫୭୮ କୋଟି ଟଙ୍କାର ଋଣ ଜାଲିଆତି ବିବାଦ ଥମିନଥିବାବେଳେ ଏବେ ଓଡ଼ିଶାର ଏକ କମ୍ପାନୀ ଦ୍ୱାରା ଏହି ବ୍ୟାଙ୍କରୁ ୨୭୦.୫୭କୋଟି ଟଙ୍କାର ଋଣ ଜାଲିଆତି ସାମ୍ନାକୁ ଆସିଛି । ଫେବୃୟାରୀ ୧୮ତାରିଖ ମଙ୍ଗଳବାର ପିଏନବି ପକ୍ଷରୁ ଏହି ୨୭୦କୋଟି ଟଙ୍କାର ଋଣ ଜାଲିଆତି ସୂଚନା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)କୁ ଦିଆଯାଇଛି । ତେବେ ଓଡ଼ିଶାର ଏହି ନୀରବ ମୋଦି କିଏ ଓ କିଭଳି ଜାଲିଆତି ହୋଇଛି ସେ ନେଇ ଖୋଳତାଡ଼ ପରେ ଅନେକ ରୋଚକ ତଥ୍ୟ ପଦାକୁ ଆସିଛି ।

ସୂଚନା ଅନୁସାରେ, ପିଏନବି ପକ୍ଷରୁ ମଙ୍ଗଳବାର ଆରବିଆଇକୁ ୨୭୦.୫୭ କୋଟି ଟଙ୍କାର ଋଣ ଜାଲିଆତି ସମ୍ପର୍କରେ ଲିଖିତ ଅବଗତ କରାଯାଇଛି । ଭୁବନେଶ୍ୱରସ୍ଥିତ ଗୁପ୍ତା ପାୱାର ଇନଫ୍ରାଷ୍ଟକଚର ଲିମିଟେଡ୍ କମ୍ପାନୀ ଦ୍ୱାରା ଏହି ଜାଲିଆତି କରାଯାଇଛି । ବ୍ୟାଙ୍କର ଭୁବନେଶ୍ୱରସ୍ଥିତ ଷ୍ଟେସନ ବଜାର ଶାଖାରେ ଏହି ଋଣ ଜାଲିଆତି ହୋଇଥିବା ନେଇ ଆରବିଆଇକୁ ସୂଚିତ କରାଯାଇଛି । ଏହି ଜାଲିଆତି ପାଇଁ ବ୍ୟାଙ୍କକୁ ବେଶ୍ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି । ଗୁପ୍ତା ପାୱାର ଇନଫ୍ରାଷ୍ଟକଚରର ଋଣକୁ ବ୍ୟାଙ୍କ ପକ୍ଷରୁ ନନ ପରଫର୍ମିଙ୍ଗ ଆସେଟ(ଏନପିଏ) ଶ୍ରେଣୀରେ ସାମିଲ ମଧ୍ୟ କରାଯାଇଥିଲା । ଏବେ ଏହାକୁ ବ୍ୟାଙ୍କ ଜାଲିଆତି ଭାବେ ରିଜର୍ଭ ବ୍ୟାଙ୍କକୁ ଅବଗତ କରାଯାଇଛି । ବ୍ୟାଙ୍କ ନିୟମାନୁସାରେ ଗୁପ୍ତା ପାୱାରର ଏହି ଋଣ ପରିମାଣକୁ ମଧ୍ୟ ୨୭୦.୫୭କୋଟି ଟଙ୍କାର ପ୍ରୋଭିଜନିଂଙ୍ଗ ମଧ୍ୟ କରିଦିଆଯାଇଛି ।

ପିଏନବି ବ୍ୟାଙ୍କକୁ ପୂର୍ବରୁ ନୀରବ ମୋଦିଙ୍କ ବଡ଼ ଋଣ ଜାଲିଆତି ଯୋଗୁ  ୧୩୫୭୮କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା । ଏହି ରଣ ଜାଲିଆତି ପଦାକୁ ଆସିବା ପରେ ବ୍ୟବସାୟୀ ନୀରବ ମୋଦି ଦେଶ ଛାଡ଼ି ପଳାୟନ କରିଛନ୍ତି । ଏହାପରେ ପିଏନବିରେ ଗୁପ୍ତା ପାୱାର ଦ୍ୱାରା ସବୁଠୁ ବଡ଼ ରଣ ଜାଲିଆତି ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ ଖୋଳତାଡ଼ରୁ ଜଣାପଡ଼ିଛି ଯେ, ୧୯୬୧ ମସିହାରେ ଗଠିତ ଗୁପ୍ତା ପାୱାର ଇନଫ୍ରାଷ୍ଟକର ଲିମିଟେଡକୁ ୧୯୭୦ ମସିହାରେ ଓଡ଼ିଶାର ଜଗଦୀଶ ରାୟ ଗୁପ୍ତାଙ୍କ ପରିବାର ଅଧିଗ୍ରହଣ କରିଥିଲା । ସେବେଠୁ ଏହି କମ୍ପାନୀ ଗୁପ୍ତା ପରିବାର ପାଖରେ ରହିଛି । ଏହି କମ୍ପାନୀ କେବୁଲ ଓ ଆଲୋ କେବୁଲ ଉତ୍ପାଦ କାର୍ଯ୍ୟ କରେ । ନିଜର ବ୍ରାଣ୍ଡ କେବୁଲ ‘ରାହିନୋ’ ପାଇଁ ମଧ୍ୟ କମ୍ପାନୀ ପରିଚିତ ।

କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଅନୁସାରେ, ୨୦୨୪ ଡିସେମ୍ବର ୨୬ତାରିଖ ସୁଦ୍ଧା ଗୁପ୍ତା ପାୱାର ଇନଫ୍ରାଷ୍ଟକଚର ଲିମିଟେଡ ଉପରେ ମୋଟ ଋଣବକେୟା ୬୭୪୮.୯୫କୋଟି ଟଙ୍କା ଥିଲା । କମ୍ପାନୀ ଏହି ତାରିଖ ସୁଦ୍ଧା ୧୦୦୫.୦୫ କୋଟି ଟଙ୍କାର ଋଣ ପରିଶୋଧ କରିଛି । କମ୍ପାନୀ ଏହି ତାରିଖ ସୁଦ୍ଧା ସର୍ବାଧିକ ୩୬୭୭.୭୬ କୋଟି ଟଙ୍କାର ଋଣ କାନାଡ଼ା ବ୍ୟାଙ୍କରୁ ନେଇଛି । ଆହ୍ଲାବାଦ ବ୍ୟାଙ୍କରୁ ୯୧୫.୯୭କୋଟି ଟଙ୍କା, ଅନ୍ୟାନ୍ୟ ବ୍ୟାଙ୍କରୁ ୧୮୮୬.୭୨ କୋଟି, ଏଚଡିଏଫସି ବ୍ୟାଙ୍କରୁ ୧୧୭.୫୦କୋଟି ଟଙ୍କା, ବ୍ୟାଙ୍କ ଅଫ ଇଣ୍ଡିଆରୁ ୧୦୦କୋଟି ଟଙ୍କାର ଋଣ ବକେୟା ରଖିଛି।

ଯଦିଓ ଗୁପ୍ତା ପାୱାର କମ୍ପାନୀର ୨୦୨୨ ଆର୍ଥିକ ବର୍ଷ ଶେଷ ସୁଦ୍ଧାର ଅଡିଟ୍ ରିପୋର୍ଟ ଅନୁସାରେ କମ୍ପାନୀର ମୋଟ ଆୟ ୨୦୨୧ ମାର୍ଚ୍ଚ ୩୧ସୁଦ୍ଧା ୨୯୫୮.୦୧କୋଟି ଟଙ୍କା ଥିବାବେଳେ ୨୦୨୨ ମାର୍ଚ୍ଚ ୩୧ସୁଦ୍ଧା ଏହା ୩୭୦୪.୭୪କୋଟି ଟଙ୍କା ଥିଲା । କମ୍ପାନୀର ଇବିଡିଆଇଟିଏ ମାର୍ଜିନ ୭.୨୮%ରୁ ୬.୫୩%କୁ ହ୍ରାସ ହୋଇଥିବା କମ୍ପାନୀ ତା’ର ଅଡିଟ୍ ରିପୋର୍ଟରେ ଉଲ୍ଲେଖ କରିଛି ।

ଓଡ଼ିଶାର ଏହି କମ୍ପାନୀରେ ୨୦୨୪ ଜୁଲାଇ ସୁଦ୍ଧା ମୋଟ ୨୧୮ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଏହି କମ୍ପାନୀରେ ପ୍ରମୋଟରଙ୍କ ଅଂଶଧନ ୨୭.୬୬% ଥିବାବେଳେ ପବ୍ଳିକ ଅଂଶଧନ ୭୨.୩୪% ରହିଛି । ଏହି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଭାବେ ୧୯୯୭ ସେପ୍ଟେମ୍ବର ୫ରୁ ମହେନ୍ଦ୍ର କୁମାର ଗୁପ୍ତା କାର୍ଯ୍ୟ କରୁଛନ୍ତି । ତାଙ୍କ ପରିବାରର ଅନ୍ୟ ୩ଜଣ ସଦସ୍ୟ ଯତୀନ୍ଦ୍ର ମୋହନ ଗୁପ୍ତା, ଅଭିଷେକ ଗୁପ୍ତା ଓ ପ୍ରବୀଣ କୁମାର ଅଗ୍ରୱାଲ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବେ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

ତେବେ ଏହି ଋଣ ଜାଲିଆତି ନେଇ କମ୍ପାନୀର ମତାମତ ଜାଣିବା ପାଇଁ ଯୋଗାଯୋଗ ସମ୍ଭବପର ହୋଇପାରିନି । କମ୍ପାନୀ କେତେ କୋଟି ଟଙ୍କାର ଋଣ ପିଏନବି ବ୍ୟାଙ୍କର ଷ୍ଟେସନବଜାର ଶାଖାରୁ ନେଇଥିଲା ଓ କେଉଁ ସ୍ଥିତିରେ ପରିଶୋଧ କରିନଥିଲା ଓ ତାକୁ କାହିଁକି ୨୭୦.୫୭କୋଟି ଟଙ୍କାର ପ୍ରୋଭିଜନିଂ ବର୍ଗରେ ରଖାଗଲା ସେନେଇ ମଧ୍ୟ ବିଶେଷ ତଥ୍ୟ ମିଳିପାରିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story