Advertisment

ଆଶ୍ଚର୍ଯ୍ୟ, ଅଣ୍ଡର ୱେୟାର୍ କି ଇନର୍ କିଣୁନାହାନ୍ତି ଭାରତୀୟ!

ପାର୍ଟି ପୋଷାକଠାରୁ ଆରମ୍ଭ କରି ନର୍ମାଲ୍ ଏବଂ ଅଫିସ୍ ପୋଷାକ, ଜୋତା ଏବଂ ବିୟୁଟି ପ୍ରଡକ୍ଟ କିଣୁଛନ୍ତି। କିନ୍ତୁ, ଅଣ୍ଡର୍ ୱେୟାର୍ କି ଇନର୍ କିଣୁନାହାନ୍ତି!

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଆସି ଯାଇଛି ପାର୍ବଣ ଋତୁ। ଆଉ ଦିନ କେଇଟା ପରେ ସମଗ୍ର ଦେଶରେ ପାଳିତ ହେବ ବିଘ୍ନନାଶନ ପ୍ରଭୁ ଗଣେଶଙ୍କ ପୂଜା। ଏଥିପାଇଁ, ଶପିଂ ଆରମ୍ଭ କରି ଦେଇଛନ୍ତି ଲୋକେ। ଏହି ସମୟରେ ଏକ ଚିତ୍ର ସାମ୍ନାକୁ ଆସିଛି, ଯାହା ଆଶ୍ଚର୍ଯ୍ୟଜନକ, କୌତୁହଳ ମଧ୍ୟ ସୃଷ୍ଟି କରୁଛି। ଲୋକମାନେ ପାର୍ଟି ପୋଷାକଠାରୁ ଆରମ୍ଭ କରି ନର୍ମାଲ୍ ଏବଂ ଅଫିସ୍ ପୋଷାକ, ଜୋତା ଏବଂ ବିୟୁଟି ପ୍ରଡକ୍ଟ କିଣୁଛନ୍ତି। କିନ୍ତୁ, ଅଣ୍ଡର୍ ୱେୟାର୍ କି ଇନର୍ କିଣୁନାହାନ୍ତି!

Advertisment

ଜକି, ଡଲାର, ରୁପା ଭଳି ଅଣ୍ଡର୍ ୱେୟାର୍ କମ୍ପାନୀ ପ୍ରଡକ୍ଟ ବିକ୍ରି ହ୍ରାସ ପାଇବା ପରେ ଏପରି ରୋଚକ ତଥ୍ୟ ସାମ୍ନାକୁ ଆସିଛି। ତେବେ କାହିଁକି ଭାରତୀୟମାନେ ଅଣ୍ଡର୍ ୱେୟାର୍ କି ଇନର୍ କିଣୁନାହାନ୍ତି, ଜାଣନ୍ତୁ...

ଭାରତରେ ମୁଦ୍ରାସ୍ଫୀତି ଏତେ ବୃଦ୍ଧି ପାଇଛି ଯେ, ଲୋକମାନେ ସେମାନଙ୍କ ଇନର୍ ୱେୟାର୍ କିଣିବା ବନ୍ଦ କରି ଦେଇଛନ୍ତି। ଡିସେମ୍ବର ୨୦୨୨ ଶେଷ ହୋଇଥିବା ତ୍ରୟ ମାସରେ ଅନ୍ତଃବସ୍ତ୍ର ବ୍ୟବହାର ୫୫ ପ୍ରତିଶତ ହ୍ରାସ ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ, ଜକିର ମୋଟ ରାଜସ୍ୱ ୨୮% ଏବଂ ବିକ୍ରି ପରିମାଣ ୩୧% ବୃଦ୍ଧି ପାଇଛି। ତ୍ରୟମାସିକ ସମୟରେ, ମାକ୍ରୋ ହେଡୱିଣ୍ଡ ଏବଂ ବଜାର ସ୍ଥିତି କିଛି ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଯେଉଁଥିପାଇଁ ବର୍ଷକୁ ବର୍ଷ ଅନ୍ତଃବସ୍ତ୍ର କ୍ରୟରେ ସାମାନ୍ୟ ହ୍ରାସ ଘଟିଥିଲା।

Advertisment

ଗତ ବର୍ଷର ପ୍ରଥମ ତ୍ରୟମାସିକ ତୁଳନାରେ ରାଜସ୍ୱରେ ୭.୫% ହ୍ରାସ ଏବଂ ବିକ୍ରି ପରିମାଣରେ ୧୧.୫% ହ୍ରାସ ଘଟିଛି। ମୁଦ୍ରାସ୍ଫୀତି ବୃଦ୍ଧି କାରଣରୁ ଲୋକଙ୍କ ପାଖରେ ଖର୍ଚ୍ଚ କରିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ନଥିବାରୁ ଏପରି ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି। ଆହୁରି ମଧ୍ୟ, ଭାରତୀୟମାନେ ଅନଲାଇନ ମାର୍କେଟିଂକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅନଲାଇନ୍ ସପିଂ ସାଇଟରେ ମଧ୍ୟ ରିହାତି ଭଲ ରହୁଥିବାରୁ ଲୋକେ ସେଠାରୁ ଅଣ୍ଡରୱେୟାର୍ କିମ୍ବା ଇନର୍ ପ୍ରଡକ୍ଟ କ୍ରୟ କରୁଛନ୍ତି।

ଏଥିସହିତ ସ୍ଥାନୀୟ ଦୋକାନୀମାନେ କହିଛନ୍ତି ଯେ ମଲ୍ଟି ବ୍ରାଣ୍ଡ ଆଉଟଲେଟ୍ସ (ଏମବିଓ) ପୂର୍ବରୁ ଷ୍ଟକ୍ କ୍ରୟ କରୁନାହାଁନ୍ତି। ସେମାନେ ଯାହା କିଣୁଛନ୍ତି ସେ ବାବଦକୁ ଅର୍ଥ ଦେୟ ମଧ୍ୟ ବିଳମ୍ବ କରୁଛନ୍ତି। ଫଳରେ ଉତ୍ପାଦକଙ୍କ ପୁଞ୍ଜି ମଧ୍ୟ ପ୍ରଭାବିତ ହେଉଛି। 

ଏହି କମ୍ପାନୀଗୁଡିକର ବିକ୍ରୟ ହ୍ରାସ ପାଇଛି
ଡିସେମ୍ବର ୨୦୨୨ ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ, ଜକି ଏବଂ ଲକ୍ସ ଇଣ୍ଡଷ୍ଟ୍ରିଜର ପ୍ୟାରେଣ୍ଟ୍ କମ୍ପାନୀ ପେଜ୍ ଇଣ୍ଡଷ୍ଟ୍ରିଜ୍ ବ୍ୟବସାୟ ହ୍ରାସ ପାଇଛି। ଏହି ସମୟରେ ରୁପା ଆଣ୍ଡ କୋ. ବ୍ୟବସାୟ ୫୨ ପ୍ରତିଶତ ହ୍ରାସ ହୋଇଥିବା ରିପୋର୍ଟ କରିଛନ୍ତି। ଗତ ଦେଢବର୍ଷରେ ରୁପା ଶେୟାର ୫୨ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ପେଜ ଇଣ୍ଡଷ୍ଟ୍ରିଜର ପରିମାଣ ୧୧ ପ୍ରତିଶତ ହ୍ରାସ ପାଇଛି ଏବଂ ଶେୟାର ମୂଲ୍ୟ ୫ ପ୍ରତିଶତ ହ୍ରାସ ପାଇଛି।

ଆଗାମୀ ଦିନ ଚ୍ୟାଲେଞ୍ଜିଂ ହୋଇପାରେ 
ଅନ୍ତଃବସ୍ତ୍ର ବିକ୍ରିରେ ହ୍ରାସ ଜାରି ରହିଲେ ଏହା ସୂଚାଇ ଦେବ ଯେ, ଅର୍ଥନୀତି ସମତୁଲ ନାହିଁ। ଜକି ଅନ୍ତଃବସ୍ତ୍ର ସାଧାରଣତଃ ସହରୀ ବଜାରରେ ବିକ୍ରି ହୁଏ। ତଥାପି ଏହି ପ୍ରଡକ୍ଟ ବିକ୍ରି ହ୍ରାସ ଘଟୁଛି। ଏହାର ଅର୍ଥ ଆଗାମୀ ସମୟରେ ବ୍ୟବସାୟ ପାଇଁ ଏହା ଏକ ଚ୍ୟାଲେଞ୍ଜ ହୋଇପାରେ।

ଭାରତର ଅନ୍ତଃବସ୍ତ୍ର ବଜାର
ୟୁରୋମୋନିଟର ଇଣ୍ଟରନ୍ୟାସନାଲ ଅନୁଯାୟୀ, ଭାରତର ଅଣ୍ଡର ୱେୟାର୍ ବଜାର ୫୮୦ କୋଟି ଡଲାର କିମ୍ବା ୪୮,୧୨୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପୁରୁଷ ଏବଂ ମହିଳା ବର୍ଗଙ୍କ ପାଇଁ ଅଣ୍ଡର ୱେୟାର୍ ବିକ୍ରିର ଭାଗ ହେଉଛି ଯଥାକ୍ରମେ ୩୯% ଏବଂ ୬୧%।

Underwear Innerwear Underwear Business Festive Season
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe