Trump
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇ ପକ୍ଷରୁ ସୁଧ ହାର ବା ରିପୋ ରେଟକୁ ୫.୫%ରେ ଅପରିବର୍ତ୍ତିତ ରଖାଯାଇଛି। ଦୁଇ ମାସିଆ ମନିଟାରୀ ପଲିସି କମିଟି (ଏମପିସି) ବୈଠକରେ ଆରବିଆଇ ଏପରି ନିଷ୍ପତ୍ତି ନେଇଛି। ୩ ଦିନ ଥରି ଚାଲି ଥିବା ବୈଠକ ପରେ ରେପୋ ରେଟକୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ହୋଇଥିବା ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି। ସେହିପରି ମୁଦ୍ରାସ୍ଫୀତି, ଅଭିବୃଦ୍ଧି ଓ ଆମେରିକା ବୃଦ୍ଧି କରିଥିବା ଟାରିଫ ପ୍ରସଙ୍ଗରେ ଆରିବିଆଇର ଆଭିମୁଖ୍ୟ ସମ୍ପର୍କରେ ସେ ସୂଚନା ଦେଇଛନ୍ତି।
ଦାୟିତ୍ୱ ନେବା ପରେ ୪ର୍ଥ ଥର ପାଇଁ ଗଭର୍ଣ୍ଣର ମାଲହୋତ୍ରା ମନିଟାରୀ ନୀତି ଉପରେ ଦେଶବାସୀଙ୍କୁ ଅବଗତ କରାଇଛନ୍ତି। ନିଜର ଭାଷଣରେ ସେ ଭାରତର ଅର୍ଥନୀତି ଏବେ କେଉଁଠି ରହିଛି ଓ ଗ୍ଲୋବାଲ ଟ୍ରେଡ ଟକ୍କାରି ଟକ୍କରିର ପ୍ରଭାବ ଭାରତର ଅର୍ଥନୀତି ଉପରେ କେଉଁ ପ୍ରକାରର ପ୍ରଭାବ ପକାଇବ, ସେକଥା କହିଛନ୍ତି।
ଗଭର୍ଣ୍ଣର ମାଲହୋତ୍ରା ନିଶ୍ଚିତ କରିଛନ୍ତି ଯେ ଏମପିସି ସର୍ବସମ୍ମତିକ୍ରମେ ସୁଧ ହାରକୁ ୫.୫%ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି। ସେହିପରି ଷ୍ଟାଣ୍ଡିଂ ଜମା ସୁବିଧା ୫.୨୫% ଓ ମାର୍ଜିନାଲ ଷ୍ଟାଣ୍ଡିଂ ବ୍ୟବସ୍ଥା ଓ ବ୍ୟାଙ୍କ ରେଟକୁ ମଧ୍ୟ ୫.୭୫%ରେ ଅପରିବର୍ତ୍ତିତ ରଖାଯାଇଛି। କମିଟି ନିୟମିତ ଭାବେ ନୂଆ ତଥ୍ୟ ସହ ଘରୋଇ ଓ ବିଶ୍ୱ ସ୍ତରୀୟ ସ୍ଥିତିରେ ହେଉଥିବା ପରିବର୍ତ୍ତନ ଉପରେ ନଜର ରଖିଛି। ସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ବିଶ୍ୱରେ ଚାଲିଥିବା ବ୍ୟବସାୟିକ ତିକ୍ତତା ସମ୍ପର୍କରେ ମଧ୍ୟ ଆରବିଆଇର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ଗଭର୍ଣ୍ଣର ମାଲହୋତ୍ରା। ସେ କହିଛନ୍ତି ଯେ ବର୍ତ୍ତମାନ ଚାଲିଥିବା ଟାରିଫ ଘୋଷଣା ଓ ବାଣିଜ୍ୟ ବୁଝାମଣା ଯୋଗୁ ବାହ୍ୟ ଚାହିଦାର ସ୍ଥିତି ସସପେନ୍ସ ମଧ୍ୟରେ ରହିଛି। ଭାରତର ଘରୋଇ ଅର୍ଥନୀତିରେ ଅଭିବୃଦ୍ଧି ହେଉଥିବା ବେଳେ ବିଶ୍ୱ ସ୍ତରୀୟ ବାଣିଜ୍ୟ ଟାରିଫ ଯୋଗୁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।
ଏହି ଦ୍ୱନ୍ଦ୍ୱ ମଧ୍ୟରେ ବି ଭାରତର ଜିଡିପି ଅଭିବୃଦ୍ଧି ହାର ୨୦୨୫-୨୬ରେ ୬.୫% ରହିବ ବୋଲି ଆରବିଆଇ ଆକଳନ କରିଛି। ପ୍ରଥମ କ୍ୱାର୍ଟରରେ ଏହା ୬.୫%, ଦ୍ୱିତୀୟ କ୍ୱାର୍ଟରରେ ୬.୭%, ତୃତୀୟ କ୍ୱାର୍ଟରରେ ୬.୬% ଓ ୪ର୍ଥ କ୍ୱାର୍ଟରେ ଅଭିବୃଦ୍ଧି ହାର ୬.୩% ରହିବ ବୋଲି ଆରବିଆଇ କହିଛି। ଏଥିସହ ୨୦୨୬-୨୭ର ପ୍ରଥମ କ୍ୱାର୍ଟରରେ ଜିଡିପି ୬.୬% ରହିପାରେ ବୋଲି ମାଲହୋତ୍ରା ପୂର୍ବାନୁମାନ କରିଛନ୍ତି।
ତାଙ୍କ କହିବା କଥା ଯେ ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼ ନିୟନ୍ତ୍ରଣ ମଧ୍ୟରେ ରହିଛି। କିନ୍ତୁ ଖାଦ୍ୟର ଦର ସାମାନ୍ୟ ଚିନ୍ତା ଜନକ। ବିଶେଷ କରି ସବୁଜ ପନି ପରିବା ଦର ବୃଦ୍ଧି ପାଇବା ଚିନ୍ତାର ବିଷୟ। ତଥାପି ମୂଳ ମୁଦ୍ରାସ୍ଫୀତି ପ୍ରାୟ ୪%ର ଆଖପାଖରେ ଅଛି। ଶେଷ କ୍ୱାର୍ଟରରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବାର ଆଶଙ୍କା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Trump_1754473250.jpg)