Advertisment

ଦେଶର ବଡ଼ ଦାନୀ ଅଜିମ ପ୍ରେମଜୀ, ଅମ୍ୱାନୀ କେତେ ଦାନ କଲେ?

ନୂଆଦିଲ୍ଲୀ: ଓ୍ୱିପ୍ରୋର ପ୍ରତିଷ୍ଠାତା ଅଜିମ ପ୍ରେମଜୀ ଗୋଟିଏ ବର୍ଷରେ ୭୯୦୪ କୋଟି ଦାନ କରିଛନ୍ତି। ଦେଶର ଅନ୍ୟତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କଠାରୁ ସେ ୧୭ ଗୁଣ ଅଧିକ ଟଙ୍କା ଦାନ କରିଥିବା ସୂଚନା ରହିଛି। ଏହି ଦାନ ୧ ଏପ୍ରିଲ ୨୦୧୯ ରୁ ୩୧ ମାର୍ଚ୍ଚ ୨୦୨୦ ମଧ୍ୟରେ ଆଧାରିତ। ଦେଶର ଦାନୀ ତାଲିକାରେ ୱିପ୍ରୋ ପ୍ରତିଷ୍ଠାତା ଅଜିମ ପ୍ରେମଜୀଙ୍କ ନାମ ପ୍ରଥମରେ ରହିଛି। ସେ ଚଳିତ ଆର୍ଥିକ ବର୍ଷରେ ୭,୯୦୪ କୋଟି ଟଙ୍କା ଦାନ […]

ଅଦ୍ୟତନ ହୋଇଛି
ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ୱାନୀ

mukesh ambani

Advertisment

ନୂଆଦିଲ୍ଲୀ: ଓ୍ୱିପ୍ରୋର ପ୍ରତିଷ୍ଠାତା ଅଜିମ ପ୍ରେମଜୀ ଗୋଟିଏ ବର୍ଷରେ ୭୯୦୪ କୋଟି ଦାନ କରିଛନ୍ତି। ଦେଶର ଅନ୍ୟତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କଠାରୁ ସେ ୧୭ ଗୁଣ ଅଧିକ ଟଙ୍କା ଦାନ କରିଥିବା ସୂଚନା ରହିଛି। ଏହି ଦାନ ୧ ଏପ୍ରିଲ ୨୦୧୯ ରୁ ୩୧ ମାର୍ଚ୍ଚ ୨୦୨୦ ମଧ୍ୟରେ ଆଧାରିତ।

Advertisment

ଦେଶର ଦାନୀ ତାଲିକାରେ ୱିପ୍ରୋ ପ୍ରତିଷ୍ଠାତା ଅଜିମ ପ୍ରେମଜୀଙ୍କ ନାମ ପ୍ରଥମରେ ରହିଛି। ସେ ଚଳିତ ଆର୍ଥିକ ବର୍ଷରେ ୭,୯୦୪ କୋଟି ଟଙ୍କା ଦାନ କରିଛନ୍ତି। ଅର୍ଥାତ୍ ପ୍ରତିଦିନ ଅଜିମ ପ୍ରାୟ ୨୨ କୋଟି ଟଙ୍କା ଦାନ କରିଛନ୍ତି। ଏହି ସମୟ ମଧ୍ୟରେ ମୁକେଶ ଅମ୍ବାନୀ ୪୫୮ କୋଟି ଟଙ୍କା ଦାନ କରିଛନ୍ତି। ହୁରନ୍ ରିପୋର୍ଟ ଇଣ୍ଡିଆ ଏବଂ ଏଡେଲଗିବ ଫାଉଣ୍ଡେସନ୍ ମଙ୍ଗଳବାର ଏହି ଦାନ ତାଲିକା ପ୍ରକାଶ କରିଛି।

ଅଜିମ ପ୍ରେମଜୀ ଫାଉଣ୍ଡେସନ, ୱିପ୍ରୋ ଏବଂ ୱିପ୍ରୋ ଏଣ୍ଟରପ୍ରାଇଜେସ୍ କୋଭିଡ ମୁକାବିଲା ପାଇଁ ୧,୧୨୫ କୋଟି ଟଙ୍କା ଦାନ କରିଛନ୍ତି। ଏଥି ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କରୋନା ମୁକାବିଲା ପାଇଁ ୫୦୦-୫୦୦ କୋଟି ଟଙ୍କା ଦାନ କରିଛନ୍ତି।

Advertisment

ଅଜିମ ପ୍ରେମଜୀ ଏଭଳି ଦାନ କରି ଦେଶର ଆଦର୍ଶ ପାଲଟିଛନ୍ତି। ପ୍ରେମଜି ଏଭଳି କରି ଉଦ୍ୟୋଗୀମାନଙ୍କୁ ଦାନ କରିବାକୁ ଉତ୍ସାହିତ କରିଛନ୍ତି ବୋଲି ହୁରନ୍ ରିପୋର୍ଟ କହିଛନ୍ତି।

ପ୍ରେମଜୀଙ୍କ ପରେ ଦ୍ୱିତୀୟ ଦାନୀ ହେଉଛନ୍ତି ଏଚସିଏଲ ଟେକ୍ନୋଲୋଜିର ପ୍ରତିଷ୍ଠାତା ଶିବ ନାଡାର। ସେ ଗୋଟିଏ ବର୍ଷରେ ୭୯୫ କୋଟି ଟଙ୍କା ଦାନ କରିଛନ୍ତି। ଏହାପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ରହିଛନ୍ତି। ଯିଏକି ୪୫୮ କୋଟି ଟଙ୍କା ଦାନ କରିଛନ୍ତି।

ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଚେୟାରମ୍ୟାନ୍ କୁମାର ମଙ୍ଗଲମ୍ ବିର୍ଲା ଏବଂ ତାଙ୍କ ପରିବାର ଗୋଟିଏ ବର୍ଷରେ ୨୭୬ କୋଟି ଦାନ କରିଛନ୍ତି। ସେ ଚତୁର୍ଥ ସ୍ଥାାନରେ ରହିଛନ୍ତି। ସେହିପରି ପଞ୍ଚମ ସ୍ଥାନରେ ବେଦାନ୍ତର ଚେୟାରମ୍ୟାନ୍ ଅନିଲ ଅଗ୍ରୱାଲ ଏବଂ ତାଙ୍କ ପରିବର ରହିଛନ୍ତି। ଯିଏକି ୨୧୫ କୋଟି ଦାନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe