ମାସକ ମଧ୍ୟରେ ମହିନ୍ଦ୍ରା ମାରାଜ୍ଜୋର ୧୦ ହଜାର ୟୁନିଟ୍ ବୁକ୍

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ନିକଟରେ ପ୍ରମୁଖ ଯାନ ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ବଜାରକୁ ଆଣିଥିବା ‘ମାରାଜ୍ଜୋ’ ମଡେଲ୍ ଖୁବ୍ କମ୍ ଦିନ ଭିତରେ ବେଶ୍ ଲୋକାଦୃତ ହୋଇ ପାରିଛି। ୮ସିଟ୍ ବିଶିଷ୍ଟ ଏହି ଯାନ ବଜାରକୁ ଆସିବାର ମାସକ ମଧ୍ୟରେ ପ୍ରାୟ ୧୦,୦୦୦ରୁ ଊର୍ଦ୍ଧ୍ୱ ଗ୍ରାହକ ଏହି ଗାଡ଼ି ବୁକ୍ କରି ସାରିଛନ୍ତି । ଶୁକ୍ରବାର କମ୍ପାନୀ ପକ୍ଷରୁ ଏହା ଘୋଷଣା କରାଯାଇଛି। ଏ ସମ୍ପର୍କରେ କମ୍ପାନୀର ଅଟୋମୋଟିଭ୍ କ୍ଷେତ୍ରର ମୁଖ୍ୟ (ସେଲ୍ ଆଣ୍ଡ୍ ମାର୍କେଟିଂ) ବିଜୟ […]

mahindra-marazzo

Jagamohan Maharana
  • Published: Friday, 19 October 2018
  • , Updated: 19 October 2018, 09:50 PM IST

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ନିକଟରେ ପ୍ରମୁଖ ଯାନ ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ବଜାରକୁ ଆଣିଥିବା 'ମାରାଜ୍ଜୋ' ମଡେଲ୍ ଖୁବ୍ କମ୍ ଦିନ ଭିତରେ ବେଶ୍ ଲୋକାଦୃତ ହୋଇ ପାରିଛି। ୮ସିଟ୍ ବିଶିଷ୍ଟ ଏହି ଯାନ ବଜାରକୁ ଆସିବାର ମାସକ ମଧ୍ୟରେ ପ୍ରାୟ ୧୦,୦୦୦ରୁ ଊର୍ଦ୍ଧ୍ୱ ଗ୍ରାହକ ଏହି ଗାଡ଼ି ବୁକ୍ କରି ସାରିଛନ୍ତି । ଶୁକ୍ରବାର କମ୍ପାନୀ ପକ୍ଷରୁ ଏହା ଘୋଷଣା କରାଯାଇଛି।

ଏ ସମ୍ପର୍କରେ କମ୍ପାନୀର ଅଟୋମୋଟିଭ୍ କ୍ଷେତ୍ରର ମୁଖ୍ୟ (ସେଲ୍ ଆଣ୍ଡ୍ ମାର୍କେଟିଂ) ବିଜୟ ନାକ୍ରା କହିଛନ୍ତି, ଗ୍ରାହକଙ୍କ ଦ୍ୱାରା 'ମାରାଜ୍ଜୋ' ଯେଉଁ ମାତ୍ରାରେ ଆଦୃତ ହୋଇଛି ତାହା ମହିନ୍ଦ୍ରାର ବ୍ରାଣ୍ଡ୍ ଭାଲ୍ୟୁକୁ ବୃଦ୍ଧି କରିଛି। ଏହାକୁ କମ୍ପାନୀ ମଲ୍ଟି ପର୍ପଜ୍ ଭେଇକିଲ୍(ଏମ୍‌ପିଭି) ବର୍ଗରେ ରଖିଥିବା ବେଳେ ଏହାର ବଜାର ଦର ୯.୯୯ ଲକ୍ଷରୁ ୧୩.୯୦ ଲକ୍ଷ ଟଙ୍କା ରହିଛି।

କମ୍ପାନୀ ପ୍ରକାଶ କରିଛି ଯେ ମହିନ୍ଦ୍ରା ସ୍କର୍ପିୟୋ ପରି ମାରାଜ୍ଜୋ ମଧ୍ୟ ଗେମ୍ ଚେଞ୍ଜର ଭୂମିକା ନିର୍ବାହ କରିବ। ଓଡ଼ିଶାରେ ଥିବା ମହିନ୍ଦ୍ରାର ପ୍ରମୁଖ ସ୍ୱୀକୃତିପ୍ରାପ୍ତ ଡିଲର୍ସ ପଏଣ୍ଟ୍ ଆଦିତ୍ୟ ମୋଟର୍ସଠାରେ 'ମାରାଜ୍ଜୋ'ର ବୁକିଂ ସୁବିଧା ରହିଛି ବୋଲି ଏହାର ଏମଡି ଆଦିତ୍ୟ ପାତ୍ର ପ୍ରକାଶ କରିଛନ୍ତି।

Related story