Advertisment

ଲଞ୍ଚ୍‌ ହେଲା ବିଶ୍ୱର ସବୁଠୁ ଶସ୍ତା ସ୍ମାର୍ଟ ୱାଚ୍‌

ନୂଆଦିଲ୍ଲୀ: ଲଞ୍ଚ୍ ହୋଇଛି  ବିଶ୍ୱର ସବୁଠୁ ଶସ୍ତା ସ୍ମାର୍ଟ ୱାଚ୍‌ LEEHUR V8। ଏହାର ମୂଲ୍ୟ ମାତ୍ର ୮.୯୯ ଡଲାର୍, ଯାହାକି ଭାରତୀୟ ମୁଦ୍ରାରେ ପାଖାପାଖି ୬୫୦ ଟଙ୍କା।  ଏହି ସ୍ମାର୍ଟ ୱାଚ୍‌ର ବିଶେଷତ୍ତ୍ୱ ହେଉଛି ଏହାକୁ ସ୍ମାର୍ଟଫୋନ୍‌ ଭାବେ ବ୍ୟବହାର କରିହେବ। ଏହି ଘଣ୍ଟାରେ ଏକ ସିମ୍‌ ସ୍ଲଟ୍‌ ଦିଆଯାଇଛି। ଏଥିରେ ଆପଣ ମାଇକ୍ରୋ ସିମ୍‌ ପକାଇ ଏହାକୁ ଫୋନ୍‌ ଭଳି ବ୍ୟବହାର କରିପାରିବେ। ଏହି ଘଣ୍ଟାରେ ଇନ୍‌ବିଲ୍ଟ ମାଇକ୍ରେଫୋନ୍‌ ଓ ସ୍ପିକର୍‌ ଦିଆଯାଇଛି, ଯାହାଦ୍ୱାରା […]

ଅଦ୍ୟତନ ହୋଇଛି
ଲଞ୍ଚ୍‌ ହେଲା ବିଶ୍ୱର ସବୁଠୁ ଶସ୍ତା ସ୍ମାର୍ଟ ୱାଚ୍‌

watch

Advertisment

ନୂଆଦିଲ୍ଲୀ: ଲଞ୍ଚ୍ ହୋଇଛି  ବିଶ୍ୱର ସବୁଠୁ ଶସ୍ତା ସ୍ମାର୍ଟ ୱାଚ୍‌ LEEHUR V8। ଏହାର ମୂଲ୍ୟ ମାତ୍ର ୮.୯୯ ଡଲାର୍, ଯାହାକି ଭାରତୀୟ ମୁଦ୍ରାରେ ପାଖାପାଖି ୬୫୦ ଟଙ୍କା।  ଏହି ସ୍ମାର୍ଟ ୱାଚ୍‌ର ବିଶେଷତ୍ତ୍ୱ ହେଉଛି ଏହାକୁ ସ୍ମାର୍ଟଫୋନ୍‌ ଭାବେ ବ୍ୟବହାର କରିହେବ। ଏହି ଘଣ୍ଟାରେ ଏକ ସିମ୍‌ ସ୍ଲଟ୍‌ ଦିଆଯାଇଛି। ଏଥିରେ ଆପଣ ମାଇକ୍ରୋ ସିମ୍‌ ପକାଇ ଏହାକୁ ଫୋନ୍‌ ଭଳି ବ୍ୟବହାର କରିପାରିବେ।

Advertisment

publive-imageଏହି ଘଣ୍ଟାରେ ଇନ୍‌ବିଲ୍ଟ ମାଇକ୍ରେଫୋନ୍‌ ଓ ସ୍ପିକର୍‌ ଦିଆଯାଇଛି, ଯାହାଦ୍ୱାରା ଗ୍ରାହକଙ୍କୁ ଏଥିରୁ କଲ୍‌ କରିବା ପାଇଁ ଆଉ ବ୍ଲୁଟୁଥ୍‌ ହେଡ୍‌ସେଟ୍‌ର ଆବଶ୍ୟକତା ପଡ଼ିବ ନାହିଁ। ଏହା ବ୍ୟତୀତ ଏଥିରେ ହେଲ୍‌ଥ ଟ୍ରାକିଂ, କ୍ୟାମେରା, ମ୍ୟୁଜିକ୍‌, ସପୋର୍ଟ, ୱେବ୍‌ ବ୍ରାଉଜର୍‌ ଭଳି ଆହୁରି ଅନେକ ଫିଚର୍‌ ରହିଛି।

ଏହି ୱାଚ୍‌ରେ ଆପଣଙ୍କୁ ୧.୨୨ ଇଞ୍ଚ୍ (୨୪୦ X ୨୪୦ ପିକ୍ସେଲ୍‌)ର ଟଚ୍‌ ସ୍କ୍ରିନ୍‌ ଡିସ୍‌ପ୍ଲେ ମିଳିବ।  ଏଥିରେ 64MB ରାମ୍‌ ଓ 128MB ଷ୍ଟୋରେଜ୍‌ ଦିଆଯାଇଛି, ଯାହାକି 32GB ପର୍ଯ୍ୟନ୍ତ ବଢ଼ାଯାଇପାରିବ। ଏଥିସହ ଏହି ସ୍ମାର୍ଟୱାଚ୍‌ରେ ମିଡିଆଟେକ୍‌ MTK6261D ପ୍ରୋସେସର ଓ 380mAhର ବ୍ୟାଟେରୀ ରହିଛି। ଏହି ଘଣ୍ଟା ଥରେ ଫୁଲ୍‌ ଚାର୍ଜ ହେଲେ  ୫ରୁ ୭ ଦିନ ପର୍ଯ୍ୟନ୍ତ ଚାଲିବ।

Advertisment

ଏହା ଏବେ କେବଳ ଚୀନ୍‌ରେ ମିଳୁଛି। ଭାରତରେ ଏହା କେବେ ଉପଲବ୍ଧ ହେବ ସେ ନେଇ କୌଣସି ସୂଚନ ନାହିଁ। ହେଲେ ଆପଣ ଏହାକୁ ଅନ୍‌ଲାଇନ୍‌ରେ ଶିପିଂ ଚାର୍ଜ୍‌ ପେ’ କରି କିଣିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe