ନୂଆଦିଲ୍ଲୀ: ଶାଓମି ଏକ ନୂଆ ଏୟାର ପ୍ୟୁରିଫାୟର୍ ଲଞ୍ଚ୍ କରିଛି। ଏହାର ନାଁ ରଖିଛି Mi Air Purifier 3। କିଛିଦିନ ତଳେ କମ୍ପାନୀ Mi Air Purifier 2C ଲଞ୍ଚ କରିଥିଲା। Mi Air Purifier 3 ହେଉଛି ଏହାର ଅପ୍ଗ୍ରେଡ୍ ଭର୍ସନ୍। କମ୍ପାନୀର କହିବା ମୁତାବକ, ଏହି ନୂଆ ପ୍ୟୁରିଫାୟର୍ରେ ଅନେକ କିଛି ଇମ୍ପ୍ରୁଭମେଣ୍ଟ କରାଯାଇଛି ଓ କିଛି ନୂଆ ଫିଚର ମଧ୍ୟ ସାମିଲ୍ କରାଯାଇଛି।
କମ୍ପାନୀର କହିବା ମୁତାବକ ଏହି ପ୍ୟୁରିଫାୟରରେ HEPA Class 13 ଫିଲ୍ଟର ଦିଆଯାଇଛି, ଯାହାକି ଘର ଭିତରର ବାୟୁ ପ୍ରଦୂଷଣକୁ ୯୯.୯୯ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିପାରିବ। ଏହାର ମୂଲ୍ୟ କମ୍ପାନୀ ୯ ହଜାର ୯୯୯ ଟଙ୍କା ରଖିଛି। Mi Air Purifier 3ର ବିକ୍ରି ନଭେମ୍ବର ୭ରୁ ଅର୍ଥାତ୍ ଆଜିଠାରୁ ଶାଓମିର ଅଫିସିଆଲ୍ ୱେବସାଇଟ୍ରେ ଆରମ୍ଭ ହୋଇଛି। ଆମାଜନ୍ ଓ ଫ୍ଲିପ୍କାର୍ଟ ପରି ଅନ୍ୟ ଇ-କମର୍ସ ୱେବ୍ସାଇଟ୍ରେ ବି ଏହାର ବିକ୍ରି ଆରମ୍ଭ ହେବ। ଏହା ସହ କମ୍ପାନୀ Mi Air Purifier 2C ଓ ଅନ୍ୟ ପ୍ୟୁରିଫାୟର୍ଗୁଡ଼ିକର ବିକ୍ରି ମଧ୍ୟ ଜାରି ରଖିବ।
ଫିଚର:
- Mi Air Purifier 3ରେ ଟ୍ରିପଲ୍ ଫିଲ୍ଟରେସନ୍ ଟେକ୍ନୋଲୋଜି ଦିଆଯାଇଛି। ଏହା ଦୂଷିତ ବାୟୁକୁ ପ୍ୟୁରିଫାଇ କରିଥାଏ।
- HEPA Class 13 ଫିଲ୍ଟର ସହ ଆକ୍ଟିଭେଟେଡ୍ କାର୍ବନ ଫିଲ୍ଟର ମଧ୍ୟ ଦିଆଯାଇଛି।
- ଏହା ୩୮୦ କ୍ୟୁବିକ୍ ମିଟର ପ୍ରତି ଘଣ୍ଟା ବେଗରେ CADR (କ୍ଲିନ୍ ଏୟାର ଡେଲିଭରି ରେଟ୍) ଡେଲିଭର କରେ।-
- ଏହି ପ୍ୟୁରିଫାୟରକୁ ଗୁଗଲ ଆସିଷ୍ଟାଣ୍ଟ ଓ Amazon Alexa ସହ ମଧ୍ୟ କନେକ୍ଟ କରିହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।