brush- mi
ନୂଆଦିଲ୍ଲୀ: ଚାଇନିଜ କମ୍ପାନୀ ଶାଓମି ଏବେ ଭାରତୀୟ ବଜାରରେ ଘରେ ଘରେ ପରିଚିତ। କମ୍ ଦାମରେ ଅଧିକ ଫିଚର ଦେଇ ସ୍ମାର୍ଟ ଫୋନ୍ ଜରିଆରେ ଶାଓମି କମ୍ପାନୀ ଘରେ ଘରେ ପରିଚିତ ହୋଇଛି। କମ୍ପାନୀର ବିଭିନ୍ନ ପ୍ରଡକ୍ଟ ପ୍ରତି ଗ୍ରାହକଙ୍କ ଆକୃଷ୍ଟ ବଢ଼ୁଥିବା ଦେଖି ଏବେ ଇଲେକ୍ଟ୍ରୋନିକ୍ସ ଟୁଥ୍ ବ୍ରଶକୁ ଲଞ୍ଚ କରିଛି ଶାଓମି।/odisha-reporter/media/post_attachments/wp-content/uploads/2020/02/brush-5.jpg)
ଏହି ଟୁଥବ୍ରଶର ମଡେଲ ରହିଛି ଏମଆଇ ଇଲେକ୍ଟ୍ରିକ ଟୁଥବ୍ରଶ ଟି୩୦୦। ଏହାର ଦାମ୍ ୧,୨୯୯ ଟଙ୍କା ରହିଛି। କମ୍ପାନୀ କିନ୍ତୁ ଏହାକୁ ଏମଆଇ କ୍ରାଉଡଫଣ୍ଡିଂ ଜରିଆରେ ଲଞ୍ଚ କରିଛି। ଅର୍ଥାତ୍ ଗ୍ରାହକଙ୍କୁ ପ୍ରଥମେ ପଇସା ଦେବାକୁ ପଡ଼ିବ। ଏହାପରେ କମ୍ପାନୀ ନିର୍ଦ୍ଦାରିତ ତାରିଖ ଅନୁଯାୟୀ ବ୍ରଶଟିକୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବ। ୧୦ ମାର୍ଚ୍ଚରୁ ଏହାର ଡେଲିଭରୀ ଆରମ୍ଭ ହେବ ବୋଲି ଶାଓମି ସୂଚନା ଦେଇଛି।/odisha-reporter/media/post_attachments/wp-content/uploads/2020/02/brush-2.jpg)
ଏହି ଇଲେକ୍ଟ୍ରିକ ବ୍ରଶର ବ୍ୟାକଅପ୍ ୨୫ ଦିନ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡ଼ିଛି। ଏହାର ରଙ୍ଗ ପାଣି ଭଳି ରହିଛି। ଏହା ପାଣିରେ ବୁଡ଼ି ରହିଲେ ମଧ୍ୟ ଖରାପ ହେବନାହିଁ। ବ୍ରଶର ହେଡରେ କିନ୍ତୁ ପ୍ଲାଷ୍ଟିକର ତୁଳି ଲାଗିଛି। ଯାହାକି ଦାନ୍ତକୁ ପରିଷ୍କାର କରିବ। ଏହି ବ୍ରଶ ସାଧାରଣ ବ୍ରଶ ତୁଳନାରେ ଦାନ୍ତକୁ ଅଧିକ ପରିଷ୍କାର କରିବ।/odisha-reporter/media/post_attachments/wp-content/uploads/2020/02/brush-mi-3.jpg)
ଏହି ଇଲେକ୍ଟ୍ରିକ ବ୍ରଶରେ ମ୍ୟାଗନେଟିକ ଲେଭିଟେଶନ ସୋନିକ ମୋଟର ଖଞ୍ଚାଯାଇଛି। ଯାହା ପ୍ରତି ମିନିଟରେ ୩୧,୦୦୦ ଥର ଭାଇବ୍ରେଶନ କରାଇବ। ଏହାଦ୍ୱାରା ଦାନ୍ତ ଭିତରେ ଅଧିକ ପରିସ୍କାର ହେବ ବୋଲି କମ୍ପାନୀ କହିଛି। ଏହି ବ୍ରଶକୁ ଦୁଇଟି ଭିନ୍ନ ଭିନ୍ନ ମୋଡରେ ବ୍ୟବହାର କରିହେବ। ଗୋଟିଏ ଡୁଆଲ ପ୍ରୋ ବ୍ରଶ ଏବଂ ସିଙ୍ଗେଲ କ୍ଲିନ୍ ଅଟୋ ଟାଇମର।
ଏହି ଟୁଥବ୍ରଶ ଚାର୍ଜ ହେବା ପାଇଁ ସି ଟାଇପର ଚାର୍ଜର ଆବଶ୍ୟକ ରହିଛି। ଅର୍ଥାତ୍ ସ୍ମାର୍ଟ ଫୋନ୍ ଚାର୍ଜରରେ ମଧ୍ୟ ଏହା ଚାର୍ଜ ହୋଇପାରିବ। ବ୍ରେଶ ହେଡକୁ ଅଲଗା ମଧ୍ୟ କିଣିପାରିବାର ସୁବିଧା ମଧ୍ୟ କମ୍ପାନୀ ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/02/brush-mi.jpg)