Advertisment

ଶାଓମି ଲଞ୍ଚ୍ କଲା ନୂଆ ଏୟାର ପ୍ୟୁରିଫାୟର୍

ନୂଆଦିଲ୍ଲୀ: ଶାଓମି ଏକ ନୂଆ ଏୟାର ପ୍ୟୁରିଫାୟର୍‌ ଲଞ୍ଚ୍ କରିଛି। ଏହାର ନାଁ ରଖିଛି Mi Air Purifier 2C। କମ୍ପାନୀ Redme Note 8 proର ସହ Mi Air Purifier 2Sର ଲଞ୍ଚ କରିଥିଲା।  Mi Air Purifier 2C ହେଉଛି ଏହାର ଅପ୍‌ଗ୍ରେଡ୍‌ ଭର୍ସନ୍‌। କମ୍ପାନୀର କହିବା ମୁତାବକ ଏହି ପ୍ୟୁରିଫାୟର ଘର ଭିତରର ବାୟୁ ପ୍ରଦୂଷଣକୁ ୯୯.୯୭ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିପାରିବ। ଏହାର ମୂଲ୍ୟ କମ୍ପାନୀ ୬ ହଜାର ୪୯୯ […]

ଶାଓମି ଲଞ୍ଚ୍ କଲା ନୂଆ ଏୟାର ପ୍ୟୁରିଫାୟର୍

mi_2c_main_1571234751_618x347

Advertisment

ନୂଆଦିଲ୍ଲୀ: ଶାଓମି ଏକ ନୂଆ ଏୟାର ପ୍ୟୁରିଫାୟର୍‌ ଲଞ୍ଚ୍ କରିଛି। ଏହାର ନାଁ ରଖିଛି Mi Air Purifier 2C। କମ୍ପାନୀ Redme Note 8 proର ସହ Mi Air Purifier 2Sର ଲଞ୍ଚ କରିଥିଲା।  Mi Air Purifier 2C ହେଉଛି ଏହାର ଅପ୍‌ଗ୍ରେଡ୍‌ ଭର୍ସନ୍‌।

Advertisment

କମ୍ପାନୀର କହିବା ମୁତାବକ ଏହି ପ୍ୟୁରିଫାୟର ଘର ଭିତରର ବାୟୁ ପ୍ରଦୂଷଣକୁ ୯୯.୯୭ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିପାରିବ। ଏହାର ମୂଲ୍ୟ କମ୍ପାନୀ ୬ ହଜାର ୪୯୯ ଟଙ୍କା ରଖିଛି। ଗତ ସପ୍ତାହରେ ଶାଓମି ଏକ ୱାଟର ପ୍ୟୁରିଫାୟର୍ ଲଞ୍ଚ୍‌ କରିଥିଲା। ଏହାର ମୂଲ୍ୟ ୧୧ ହଜାର ୯୯୯ ଟଙ୍କା। Mi Air Purifier 2Cର ବିକ୍ରି ଶାଓମିର ଅଫିସିଆଲ୍‌ ୱେବସାଇଟ୍‌ରେ ଆରମ୍ଭ ହୋଇଯାଇଛି। ଆମାଜନ୍‌ ଓ  ଫ୍ଲିପ୍‌କାର୍ଟ ପରି ଅନ୍ୟ ଇ-କମର୍ସ ୱେବ୍‌ସାଇଟ୍‌ରେ ବି ଏହାର ବିକ୍ରି ଆରମ୍ଭ ହୋଇଯାଇଛି।

ଫିଚର୍:publive-image

  • Mi Purifier 2Cରେ ଡୁଆଲ୍ ଫିଲ୍ଟରେସନ୍ ଟେକ୍ନୋଲୋଜି ଦିଆଯାଇଛି। ଏହା ଦୂଷିତ ବାୟୁକୁ ପ୍ୟୁରିଫାଇ କରିଥାଏ।
  • ଏଥିରେ HEPA ଫିଲ୍ଟର ସହ ୩୬୦ ଡିଗ୍ରୀ ଏୟାର ସକ୍‌ସନ୍‌ ଓ LED ରିୟଲ୍ ଟାଇମ୍‌ ଏୟାର କ୍ୱାଲିଟି ଇଣ୍ଡିକେଟର ଦିଆଯାଇଛି, ଯାହା ଭିନ୍ନ ଭିନ୍ନ ଷ୍ଟେଜ୍‌ର ଏୟାର କ୍ୱାଲିଟି ଡିସ୍‌ପ୍ଲେ କରିବ।
  • ପ୍ରଦୂଷଣ ମାତ୍ରା ଚେକ୍ କରିବା ପାଇଁ ଏଥିରେ ଇନ୍‌ବିଲ୍ଟ ଇନ୍‌ଫାରେଡ୍ ସେନ୍‌ସର୍‌ ଦିଆଯାଇଛି। ଏହି ପ୍ୟୁରିଫାୟର୍‌ରେ ୧ହଜାର ଇଣ୍ଟେକ୍ ହୋଲ୍ସ ଦିଆଯାଇଛି, ଯାହା ଦ୍ୱାରା ୩୬୦ ଡିଗ୍ରୀରେ ଫିଲ୍ଟରେଶନ ସମ୍ଭବ ହୋଇପାରିବ।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe