Advertisment

ଶାଓମି ଲଞ୍ଚ୍ କଲା Mi Smart Band 3i: ଜାଣନ୍ତୁ କ'ଣ ରହିଛି ବିଶେଷତ୍ୱ

ନୂଆଦିଲ୍ଲୀ: ଚାଇନିଜ୍‌ କମ୍ପାନୀ ଶାଓମି ଭାରତରେ ଏକ ନୂଆ ସ୍ମାର୍ଟ ବ୍ୟାଣ୍ଡ ଲଞ୍ଚ୍ କରିଛି। ଏହା Mi Band HRXର ନୂଆ ଭର୍ସନ୍‌ ଓ ଏହାକୁ Mi Smart Band 3i କୁହାଯାଉଛି। ଏହି ନୂଆ ବ୍ୟାଣ୍ଡର ମୂଲ୍ୟ  ୧୨୯୯ ଟଙ୍କା। କମ୍ପାନୀ ନଜର ‌ଅଫିସିଆଲ୍‌ ୱେବସାଇଟ୍‌ରେ ଏହାର ପ୍ରି ବୁକିଂ ଆରମ୍ଭ କରିଦେଇଛି। ଶାଓମି କହିଛି ଯେ Mi Band 3iକୁ ବିଶେଷ କରି ଭାରତୀୟ ଗ୍ରାହକମାନଙ୍କ ପାଇଁ ତିଆରି କରାଯାଇଛି। ଏହି Mi Band […]

author-image
Chinmayee Roy
ଶାଓମି ଲଞ୍ଚ୍ କଲା Mi Smart Band 3i: ଜାଣନ୍ତୁ କ'ଣ ରହିଛି ବିଶେଷତ୍ୱ

mi

ନୂଆଦିଲ୍ଲୀ: ଚାଇନିଜ୍‌ କମ୍ପାନୀ ଶାଓମି ଭାରତରେ ଏକ ନୂଆ ସ୍ମାର୍ଟ ବ୍ୟାଣ୍ଡ ଲଞ୍ଚ୍ କରିଛି। ଏହା Mi Band HRXର ନୂଆ ଭର୍ସନ୍‌ ଓ ଏହାକୁ Mi Smart Band 3i କୁହାଯାଉଛି। ଏହି ନୂଆ ବ୍ୟାଣ୍ଡର ମୂଲ୍ୟ  ୧୨୯୯ ଟଙ୍କା। କମ୍ପାନୀ ନଜର ‌ଅଫିସିଆଲ୍‌ ୱେବସାଇଟ୍‌ରେ ଏହାର ପ୍ରି ବୁକିଂ ଆରମ୍ଭ କରିଦେଇଛି।

Advertisment

ଶାଓମି କହିଛି ଯେ Mi Band 3iକୁ ବିଶେଷ କରି ଭାରତୀୟ ଗ୍ରାହକମାନଙ୍କ ପାଇଁ ତିଆରି କରାଯାଇଛି। ଏହି Mi Band 3i ଫିଟ୍‌ନେସ୍‌ ବ୍ୟାଣ୍ଡରେ 1.9cmର AMOLED ଡିସ୍‌ପ୍ଲେ ଦିଆଯାଇଛି। ଏଥିସହ ସ୍କ୍ରିନ୍‌ରେ ଟଚ୍‌ ସପୋର୍ଟ ମଧ୍ୟ ଦିଆଯାଇଛି। ଏହାର ବ୍ୟାଟେରୀ 110mAhର ରହିଛି ଯାହାକି ୨୦ ଦିନର ବ୍ୟାକ୍‌ଅପ୍‌ ଦେବ। ଏହା ପୂର୍ବ ଭ୍ୟାରିୟାଣ୍ଟରେ କିନ୍ତୁ 70mAhର ବ୍ୟାଟେରୀ ଦିଆଯାଇଥିଲା।

publive-imageMi Smart Band 3iରେ ଷ୍ଟେପ୍ସ ଓ କ୍ୟାଲୋରି ଟ୍ରାକିଂ ସହ ନୋଟିଫିକେଶନ୍‌ ଫିଚର୍‌ ରହିଛି। ଏହାକୁ ଆପଣ କୌଣସି ବି ସ୍ମାର୍ଟଫୋନ୍‌ ସହ କନେକ୍ଟ କରିପାରିବେ। ଏହି ବ୍ୟାଣ୍ଡରେ Find Deviceର ଅପ୍‌ସନ୍‌ ବି ଦିଆଯାଇଛି। ଯାହା ଫଳରେ ଆପଣ ପେୟାର ହୋଇଥିବା ସ୍ମାର୍ଟ ଫୋନ୍‌ କନେକ୍ଟ କରିପାରିବେ। ଏହି ବ୍ୟାଣ୍ଡ 3i  5ATM ପର୍ଯ୍ୟନ୍ତ ୱାଟର୍ ରେଜିଷ୍ଟାଣ୍ଟ କରିପାରିବ। ଅର୍ଥାତ ଆପଣ ଏହାକୁ ପିନ୍ଧି ଗାଧେଇ ବି ପାରିବେ ଓ ପହଁରି ପାରିବେ।

Advertisment