nohcir-013
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣତଃ ଆର୍ମି କ୍ୟାଣ୍ଟିନ୍ରେ ଜିନିଷ ଟିକେ ଶସ୍ତାରେ ମିଳେ। ଆର୍ମି କ୍ୟାଣ୍ଟିନରେ ଛୋଟରୁ ଆରମ୍ଭ କରି ବଡ ସାମଗ୍ରୀ ପର୍ଯ୍ୟନ୍ତ ବଜାର ମୂଲ୍ୟରୁ ଟିକେ କମ୍ ଦାମ୍ରେ ମିଳେ। ଏଥିପାଇଁ ଲୋକ କିଣାକିଣି କରିବା ପାଇଁ ସେନାରେ ସାମିଲ ଥିବା ସମ୍ପର୍କୀୟଙ୍କ ପାଖକୁ ଯାଆନ୍ତି । ଶସ୍ତା ଜିନିଷ କିଣିବା ଚକ୍କରରେ କେତେକ ଲୋକ କାର ମଧ୍ୟ ଆର୍ମି କ୍ୟାଣ୍ଟିନରୁ କିଣିବାକୁ ଚାହାନ୍ତି। କିନ୍ତୁ ଏବେ ୧ ଜୁନରୁ କ୍ୟାଣ୍ଟିନରୁ କାର କିଣିବା ମହଙ୍ଗା ହୋଇଯିବ।
ଏବେ ସେନା ଅଧିକାରୀ ଦାମୀ କାର କିଣିବାରେ ବଡ ରିହାତି ଲାଭ କରିପାରିବେ ନାହିଁ । ସେନା ଅଧିକାରୀମାନେ ମହଙ୍ଗା କାର କିଣିବା ମାତ୍ରେ ସେମାନଙ୍କୁ ବଡ ରିହାତି ଦିଆଯାଉଥିଲା । କିନ୍ତୁ ଏହି ରିହାତି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି। ଏହି ନିଷ୍ପତି ପରେ ସେନାଧିକାରୀ ବା ଅବସରପ୍ରାପ୍ତ ସେନାଧିକାରୀ ୮ ବର୍ଷରେ କେବଳ ଥରେ ହିଁ ରିହାତି ମୂଲ୍ୟରେ କାର କିଣିପାରିବେ ।
ସେନା ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ମୁତାବକ ଜୁନ ୧ ତାରିଖରୁ ସେନା ଅଧିକାରୀ ଆର୍ମି କ୍ୟାଣ୍ଟିନରୁ ୧୨ ଲକ୍ଷ ଟଙ୍କା ଯାଏଁ ମୂଲ୍ୟର କାର ଯାହାର ଇଞ୍ଜିନ୍ କ୍ଷମତା ୨୫୦୦ ସିସି ଯାଏଁ ହୋଇଥିବ ସେହି କାରରେ ହିଁ ରିହାତି ପାଇବେ । ତେବେ ଏହି ମୂଲ୍ୟରେ ଜିଏସଟି ଅଲଗା ଭାବେ ଦେବାକୁ ପଡିବ । ସେହିପରି ଅଧିକାରୀଙ୍କୁ ଛାଡିଦେଲେ ଯବାନମାନଙ୍କ ପାଇଁ ବି କାର କିଣିବା ନିୟମରେ ପରିବର୍ତ୍ତନ କରାଯାଇଛି । ଏଣିକି ଯବାନମାନେ ୧୪୦୦ ସିସିର ଇଞ୍ଜିନ୍ କ୍ଷମତା ଥିବା କାର ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା ମଧ୍ୟରେ ହେଉଥିବ ତାହା ହିଁ କିଣିପାରିବେ। ଏଥିରେ ମଧ୍ୟ ଜିଏସଟି ଅନ୍ତର୍ଭୂକ୍ତ ହେବ ନାହିଁ । ଜିଏସଟି କୁ ଅଲଗା ଭାବେ ଦେବାକୁ ପଡିବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/05/nohcir-013.jpg)