ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଆଣିଛି ଏକ ନୂଆ ଫିଚର୍। ଏବେ ମୋବାଇଲ୍ରେ ନେଟୱର୍କ ନଥିଲେ ବି ଆପଣ କଲ୍ କରି ଆରାମରେ କଥା ହୋଇପାରିବେ। ଜିଓ ନେଇଆସିଛି ମାଗଣା ୱାଇଫାଇ କଲିଂର ସୁବିଧା। ଏହି ଫିଚର୍ର ନାଁ ହେଉଛି VoWiFi। ଏହି ଫିଚର୍ ଅନୁଯାୟୀ ଗ୍ରାହକ ନିଜ ଫୋନ୍ରେ ଜିଓ ନମ୍ବର୍ରେ ୱାଇଫାଇ ମୋଡ୍କୁ ସ୍ୱିଚ୍ କରି ଫ୍ରି ଭଏସ୍ କଲ୍ କରିପାରିବେ।
ଜିଓ ୱାଇଫାଇ ବ୍ୟବହାର କରି ଆପଣ ବିନା କୌଣସି ଅସୁବିଧାରେ ସହଜରେ ଭଏସ୍ ଓ ଭିଡିଓ କଲ୍ କରିପାରିବେ। ଆପଣ ପୂରା ଦେଶ ଭିତରେ କେଉଁଠି ବି କଲ୍ କରିପାରିବେ। ମୋବାଇଲ୍ରେ ଡାଟା କମ୍ବା ନେଟୱାର୍କ ନଥିଲେ ବି ଆପଣ ସବୁବେଳେ ନିଜ ବନ୍ଧୁମାନଙ୍କ ସହ ଫୋନ୍ରେ କନେକ୍ଟ୍ଏଡ ରହିପାରିବେ। ଏହି ସୁବିଧା କୌଣସି ବି ୱାଇଫାଇ ନେଟ୍ୱାର୍କରେ କାମ କରିବ। ଜଣାଇଦେବାକୁ ଚାହୁଁ ଜିଓର ଏହି ‘Wifi Calling’ ସୁବିଧା ପାଖାପାଖି ୧୫୦ଟି ମୋବାଇଲ୍ରେ ଦିଆଯାଇଛି। ଆସନ୍ତୁ ଜାଣିବା ସେଗୁଡ଼ିକ କେଉଁ ଫୋନ୍
Apple: iOS 13 ସପୋର୍ଟ କରୁଥିବା ସମସ୍ତ ଆଇଫୋନ୍ରେ ‘Wifi Calling’ର ସୁବିଧା ମିଳିବ। ଏଥିମଧ୍ୟରେ iPhone 11, iPhone 11 Pro, iPhone 11 Pro Max, iPhone 7 and iPhone 7 Plus, iPhone 8, iPhone 8 Plus, iPhone 6S, iPhone 6S Plus, iPhone SE, iPhone XR, iPhone X, iPhone XS ଏବଂ iPhone XS Max ପରି ଆଇଫୋନ୍ ସାମିଲ୍ ଅଛି।
Coolpad: CoolPlay 6, Mega 5C ଓ Mega 5
Google: Pixel 3,Pixel 3XL , Pixel 3A ଓ Pixel 3A XL
Infinix: Hot 7 Pro, Smart 3 Plus, Hot 6 Pro ଓ S4
Lava: Z61, Z92, Z60s ଓ Z81
Mobiistar: C1, C1 Shine, C2, X1 Selfie ଓ X1 Notch
Motorola: Moto G6
Tecno: Camon i4,TCamon iSKY 3 ଓ Camon iTwin
Xiaomi: redmi K20 series, Poco F1, Redmi 7, Redmi 7A, Redmi Note 7 Pro ଓ Redmi ଓ Note 8 Pro।
Vivo: V11, V11 Pro, V15, V15 Pro, V9, V9 Pro, 1904, Y81, Y81i, Y91, Y91i, Y93, Y95, Y15, Vivo Y17, Y91 ଓ Z1 Pro
Samsung: ସାମସଙ୍ଗର ଏହି ୨-୩ ବର୍ଷ ଭିତରେ ଲଞ୍ଚ୍ ହୋଇଥିବା ପ୍ରାୟ ସବୁ ଫୋନ୍ରେ ଜିଓ ୱାଇଫାଇ କଲିମର ସୁବିଧା ମିଳିବ॥ ଏଥି ମଧ୍ୟରେ A10, A10S, Galaxy A30s, Galaxy A5 (2017), Galaxy A50s, Galaxy A70, Galaxy A8 Star, Galaxy A8+, Galaxy A80, Galaxy C9 Pro, Galaxy A20, Galaxy A30, Galaxy A5 (SM-A500G), Galaxy A5 (2016), Galaxy A6, Galaxy A6+, Galaxy A7, Galaxy A7 (2018), Galaxy A7 (2016), Galaxy A8, Galaxy A9 (2018), Galaxy A9 Pro, Galaxy C7 Pro, Galaxy Core Prime 4G, Galaxy J1 (2016), Galaxy J2, Galaxy J2 (2018), Galaxy J2 Ace, Galaxy J2 Hybrid Tray, Galaxy J3, Galaxy J3 Pro, Galaxy J4+, Galaxy J5, Galaxy J6, Galaxy J6+, Galaxy J7, Galaxy J7 Duo, Galaxy J8, Galaxy M10, Galaxy M20, Galaxy M40, Galaxy Note 4, Galaxy Note 4 Edge, Galaxy Note 5, Galaxy S10, Galaxy S10 Plus, Galaxy S10e, Galaxy S6, Galaxy S6 Edge, Galaxy S6 Edge Plus, Galaxy J2 (2016), Galaxy J2 Pro, Galaxy J5, Galaxy J5 Prime, Galaxy J7, Galaxy J7 Max, Galaxy J7 Nxt, Galaxy J7 Prime, Galaxy J7 On Nxt, Galaxy J7 Pro, Galaxy Note 10, Galaxy Note 10+, Galaxy Note 5 Duos, Galaxy Note 8, Galaxy On 5 Pro, Galaxy On 7 Pro, Galaxy On 8, Galaxy On 6, Galaxy On 7 Prime, Galaxy On 8, Galaxy S7, Galaxy S7 Edge, Galaxy S8, Galaxy S8+ , Galaxy S9 ଓ Galaxy S9+ ସାମିଲ ରହିଛି।
ଆଣ୍ଡ୍ରଏଡ୍ ୟୁଜର ଏମିତି କରନ୍ତୁ ଆକ୍ଟିଭ୍:
ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ୟୁଜର୍ ପ୍ରଥମେ ସେଟିଙ୍ଗସ୍କୁ ଯାଇ ସେଠି Connections ଉପରେ କ୍ଲିକ୍ କରନ୍ତୁ। ଏବେ Wi-Fi Calling ଅପସନ୍କୁ ଖୋଜି ଏହାକୁ ଅନ୍ କରନ୍ତୁ। ଏହାପରେ ଆପଣଙ୍କ ଫୋନ୍ରେ ଏହି ସେବା ଉପଲବ୍ଧ ହୋଇପାରିବ।
iOS ୟୁଜର୍ ଏମିତି କରନ୍ତୁ ଆକ୍ଟିଭ୍:
iOS ୟୁଜର୍ ପ୍ରଥମେ ସେଟିଙ୍ଗସ୍କୁ ଯାଆନ୍ତୁ। ଏହାପରେ Phone ଅପସନ୍ ଉପରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ କିଛି ଅପସନ୍ ଆସିବ, ହେଲେ ଆପଣ ୱାଇଫାଇ କଲିଂ ଫିଚରକୁ ଖୋଜି ତାହା ଉପରେ ହିଁ କଲ୍ କରିବେ। ତେବେ ଆହୁରି ଭଲ ଏକ୍ସପେରିଏନ୍ସ ପାଇବା ପାଇଁ ହେଲେ ଆପଣଙ୍କୁ VoLTE ଓ Wi-Fi Calling ଦୁଇଟିଯାକ ଅପସନ୍କୁ କ୍ଲିକ କରିବାକୁ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।