Advertisment

ଜୋମାଟୋରୁ ଇସ୍ତଫା ଦେଲେ ସହ ପ୍ରତିଷ୍ଠାତା ଆକୃତି ଚୋପ୍ରା

ଆଜି ସେ ଇସ୍ତଫା ଦେବା ସହ ଜୋମାଟୋ ସହ ୧୩ ବର୍ଷ ଧରି ଚାଲିଥିବା ତାଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

ଅଦ୍ୟତନ ହୋଇଛି
Akriti Chopra

Akriti Chopra

Advertisment

ଅନଲାଇନ ଫୁଡ ଡେଲିଭରୀ ସଂସ୍ଥା ଜୋମାଟୋ ସହ ସମ୍ପର୍କଛିନ୍ନ କରିଛନ୍ତି ଏହାର ସହ ପ୍ରତିଷ୍ଠାତା ଆକୃତି ଚୋପ୍ରା। ସେ ଜମାଟୋର ସହ ପ୍ରତିଷ୍ଠାତା ସହ ମୁଖ୍ୟ ଲୋକ ଅଧିକାରୀ ଭାବେ କାମ କରୁଥିଲେ। ହେଲେ ଆଜି ସେ ଇସ୍ତଫା ଦେବା ସହ ଜୋମାଟୋ ସହ ୧୩ ବର୍ଷ ଧରି ଚାଲିଥିବା ତାଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

Advertisment

ତତ୍କାଳ ଭାବେ ଆକୃତି ନିଜ ପଦରୁ ଇସ୍ତଫା ଦେଇଥିବା ସମ୍ପର୍କରେ କମ୍ପାନୀ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ଅବଗତ କରାଇ ଦିଆଯାଇଛି। ଜୋମାଟୋ ସିଇଓ ଦୀପିନ୍ଦର ଗୋଏଲଙ୍କୁ ଇ-ମେଲ ଜରିଆରେ ଆକୃତି ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି।

ସେ କହିଛନ୍ତି, “ଆଲୋଚନା ଅନୁସାରେ ମୁଁ ବିଧିବଦ୍ଧ ଭାବେ ମୋ ଇସ୍ତଫାପତ୍ର ଦାଖଲ କରୁଛି। ଏହା ଆଜି ଠାରୁ(୨୭ ସେପ୍ଟେମ୍ବର)ରୁ ହିଁ ଲାଗୁ ହେବ। ଏହି ୧୩ ବର୍ଷ ଅତ୍ୟନ୍ତ ଅଦ୍ଭୁତ ପୂର୍ବ ଯାତ୍ରା ଥିଲା। ସବୁ କିଛି ପାଇଁ ଧନ୍ୟବାଦ। ମୁଁ ଗୋଟିଏ କଲ ଠାରୁ ଦୂରରେ ଅଛି। ମୁଁ ଆପଣଙ୍କୁ ଓ ପୂରା ଟିମକୁ ଶୁଭକାମନା ଜଣାଉଛି।”

Advertisment

ଆକୃତି ଚୋପ୍ରା ୨୦୧୧ରେ ଜୋମାଟୋରେ ଫାଇନାନ୍ସ ଓ ଅପରେସନର ବରିଷ୍ଠ ମ୍ୟାନେଜର ଭାବେ ସାମିଲ ହୋଇଥିଲେ। ସେ କମ୍ପାନୀର ମୁଖ୍ୟ ଅର୍ଥ ଅଧିକାରୀ ଭାବେ କାମ କରୁଥିଲେ। ୨୦୨୦ରେ ଏହି ପଦର ଦାୟିତ୍ୱ ଅକ୍ଷାନ୍ତ ଗୋଏଲ ନେଇଥିଲେ। ନିକଟରେ ଆକୃତି ମୁଖ୍ୟ ଲୋକ ଅଧିକାରୀ ପଦ ପାଇଥିଲେ।

Akriti Chopra Zomato
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe