Advertisment

ସ୍ୱତନ୍ତ୍ର ପୋଷାକ ବ୍ୟବସ୍ଥା ହଟାଇଲା ଜୋମାଟୋ, ଭେଜ୍-ନନଭେଜ୍ ବିତରକ ପିନ୍ଧିବେ ଲାଲ୍ ଡ୍ରେସ୍

ବିବାଦ ହେବା ପରେ ପୂର୍ବୋପରି ସବୁ ପ୍ରକାର ଅର୍ଡର ପାଇଁ ଡେଲିଭରି ବଏ ଲାଲ୍ ରଙ୍ଗର ଡ୍ରେସ୍ କୋର୍ଡ ପିନ୍ଧିବେ ବୋଲି ସିଇଓ ଦୀପିନ୍ଦର ଗୋୟଲ କହିଛନ୍ତି।

author-image
Debibandita Barick
Zomato Delivery Boy

Zomato Delivery Boy

ଭେଜ୍ ବା ଶୁଦ୍ଧ ନିରାମିଷ ଖାଉଥିବା ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ସେବା ଆରମ୍ଭ କରିଥିବା ଜୋମାଟୋ ଏହାକୁ ବଦଳାଇ ଦେଇଛି। ଏଣିକି ଆଉ ନିରାମିଷ ଖାଦ୍ୟ ବିତରଣ ପାଇଁ ବିତରକମାନଙ୍କୁ ସବୁଜ ରଙ୍ଗର ପୋଷାକ ପିନ୍ଧିବାକୁ ପଡ଼ିବନି। ପୂର୍ବୋପରି ସବୁ ପ୍ରକାର ଅର୍ଡର ପାଇଁ ଡେଲିଭରି ବଏ ଲାଲ୍ ରଙ୍ଗର ଡ୍ରେସ୍ ପିନ୍ଧିବେ ବୋଲି ସିଇଓ ଦୀପିନ୍ଦର ଗୋୟଲ କହିଛନ୍ତି।

Advertisment

ପ୍ରକାଶ ଥାଉ କି, ନିକଟରେ ଶୁଦ୍ଧ ନିରାମିଶ ଖାଦ୍ୟ ଅର୍ଡର କରୁଥିବା ଗ୍ରାହକଙ୍କ ପାଇଁ ଜୋମାଟୋ ଏକ ସ୍ୱତନ୍ତ୍ର ସେବା ଆରମ୍ଭ କରିଥିଲା। ଯେଉଁଥିରେ ଭେଜ୍ ଅର୍ଡର୍ ଡେଲିଭର ପାଇଁ ବିତରକମାନେ ଶବୁଜ ରଙ୍କର ପୋଷାକ ଏବଂ ଶବୁଜ ରଙ୍ଗରେ ବାକ୍ସରେ ଖାଦ୍ୟ ନେବେ ବୋଲି କମ୍ପାନୀ କହିଥିଲା। ମାର୍ଚ୍ଚ ୧୯ରେ କମ୍ପାନୀର ସିଇଓ ଦୀପିନ୍ଦର ଗୋୟଲ ଏକ୍ସ ପୋଷ୍ଟ କରି ଏହି ସେବା ଆରମ୍ଭ କରିବାକୁ ଘୋଷଣା କରିଥିଲେ।

ଦୀପିନ୍ଦର କହିଥିଲେ, ସେ ତାଙ୍କର ଶୁଦ୍ଧ ଶାକାହାରୀ ଗ୍ରାହକଙ୍କ ପାଇଁ ଏକ ଶୁଦ୍ଧ ଭେଜ୍ ରେସ୍ତୋରାଁରୁ ଖାଦ୍ୟ ବିତରଣର ବିକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି। ଦେଶରେ ବହୁ ସଂଖ୍ୟାରେ ଲୋକ ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଉଛନ୍ତି, ଯେଉଁମାନେ ଶୁଦ୍ଧତା ଉପରେ ବିଶେଷ ଧ୍ୟାନ ଦିଅନ୍ତି। ଏଥିପାଇଁ ଶାକାହାରୀ ଗ୍ରାହକଙ୍କୁ ଶୁଦ୍ଧ ନିରାମିଷ ଖାଦ୍ୟ ଯୋଗାଇବା ପାଇଁ ଜୋମାଟୋ ଗ୍ରୀନ୍ ଫ୍ଲାଇଟ୍ ଆରମ୍ଭ କରିଥିଲା।

Advertisment

କିନ୍ତୁ ଜୋମାଟୋର ଏହି ସ୍ୱତନ୍ତ୍ର ସେବାକୁ ବିରୋଧ କରିଥିଲେ ଗ୍ରାହକ। ଅନେକ ଲୋକ ସୋଶାଲ ମିଡିଆରେ କହିଥିଲେ, "ଜୋମାଟୋର ଏହି ପ୍ରକାରର ସେବା ନନ୍-ଭେଜ୍ ଖାଉଥିବା ଲୋକଙ୍କ ପ୍ରତି ଭେଦଭାବପୂର୍ଣ୍ଣ ଆଚରଣକୁ ପ୍ରୋତ୍ସାହନ ଦେଇପାରେ।" ଅନ୍ୟ କେତେକ କହିଥିଲେ, "ଏହି କାରଣରୁ ନନ୍-ଭେଜ୍ ଖାଦ୍ୟ ବିତରଣ କରୁଥିବା ବିତରକଙ୍କୁ ମଧ୍ୟ ଭେଦଭାବର ସମ୍ମୁଖୀନ ହେବାକୁ ପଡିବ।" ଅନେକ ଲୋକ ଏହି ନିୟମକୁ ପ୍ରଶଂସା କରିଥିଲେ ମଧ୍ୟ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇଥିବା ସିଇଓ କହିଛନ୍ତି।

ଆଜି ସକାଳେ ସିଇଓ ଦୀପିନ୍ଦର ଏକ ପୋଷ୍ଟରେ କହିଛନ୍ତି, "ଏଣିକି ଆଉ ଶୁଦ୍ଧ ଭେଜ୍ ଅର୍ଡର ନେଉଥିବା ବିତରକମାନେ ସବୁଜ ପୋଷାକ ପିନ୍ଧିବେ ନାହିଁ। ସମସ୍ତେ ପୂର୍ବୋପରି ସମାନ ରଙ୍ଗର ଲାଲ୍ ରଙ୍ଗର ପୋଷାକ ପିନ୍ଧିବେ। କିନ୍ତୁ ଶାକାହାରୀ ଖାଦ୍ୟ ଅର୍ଡର କରୁଥିବା ଗ୍ରାହକଙ୍କ ଶୁଦ୍ଧତା ଉପରେ ବିଶେଷ ଧ୍ୟାନ ଦିଆଯିବ। ସେମାନ ଆପ୍ ଜରିଆରେ ଏ ବାବଦରେ ଜାଣିପାରିବେ।"

Zomato Zomato Veg Fleet Deepinder Goyal