ରିଲାଏନ୍ସ ଜିଓ ମିଟ୍ ପାଇଁ ଛାନିଆ ଜୁମ୍ ଆପ୍

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ଲୋକପ୍ରିୟତା ହାସଲ କରିଥିବା ଫ୍ରି ଭିଡିଓ କନଫରେନସିଂ ଆପ୍ ଜୁମ୍ ଏବେ ରିଲାଏନ୍ସର ଭିଡିଓ କନଫରେନସିଂ ଆପ୍ ଜିଓ ମିଟ୍ ପାଇଁ ଭୟଭୀତ। ଏହି ଆପ୍ ଚୀନ୍ ନୁହେଁ ଆମେରିକାର କମ୍ପାନୀ ବୋଲି ଜଣେ ଉପରିସ୍ଥ ଅଧିକାରୀ କହିଛନ୍ତି। ଆଗାମୀ ଦିନରେ ଭାରତରେ ପୁଞ୍ଜି ନିବେଶ କରି ଭାରତୀୟଙ୍କୁ ନିଯୁକ୍ତି ଦେବାକୁ ଯୋଜନା ରହିଥିବା କତ୍ତୃପକ୍ଷ ଜଣଙ୍କ କହିଛନ୍ତି। କିଛି ଭୁଲ୍ ସୂଚନା ପାଇଁ ଜୁମ୍ ଆପ ଚୀନର ଆପ୍ ବୋଲି […]

jiomeet-vs-zoom

Subhransu Sekhar
  • Published: Thursday, 09 July 2020
  • , Updated: 09 July 2020, 04:49 PM IST

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ଲୋକପ୍ରିୟତା ହାସଲ କରିଥିବା ଫ୍ରି ଭିଡିଓ କନଫରେନସିଂ ଆପ୍ ଜୁମ୍ ଏବେ ରିଲାଏନ୍ସର ଭିଡିଓ କନଫରେନସିଂ ଆପ୍ ଜିଓ ମିଟ୍ ପାଇଁ ଭୟଭୀତ। ଏହି ଆପ୍ ଚୀନ୍ ନୁହେଁ ଆମେରିକାର କମ୍ପାନୀ ବୋଲି ଜଣେ ଉପରିସ୍ଥ ଅଧିକାରୀ କହିଛନ୍ତି। ଆଗାମୀ ଦିନରେ ଭାରତରେ ପୁଞ୍ଜି ନିବେଶ କରି ଭାରତୀୟଙ୍କୁ ନିଯୁକ୍ତି ଦେବାକୁ ଯୋଜନା ରହିଥିବା କତ୍ତୃପକ୍ଷ ଜଣଙ୍କ କହିଛନ୍ତି।

କିଛି ଭୁଲ୍ ସୂଚନା ପାଇଁ ଜୁମ୍ ଆପ ଚୀନର ଆପ୍ ବୋଲି ପ୍ରଚାର ହୋଇଛି। ହେଲେ ଏହା ଆମେରିକାର କମ୍ପାନୀ। ଜୁମ୍ ଆପର ସଭାପତି ଭେଲକାମି ଶଙ୍କରଲିଙ୍ଗମ କହିଛନ୍ତି। କରୋନା ଲକଡାଉନ୍ ବେଳେ ଏହି ଜୁମ ଆପ ଚୀନର ବୋଲି ଅଭିଯୋଗ ଆସିଛି। ଏମିତିକି ଏହି ଆପରେ ଭିଡିଓ କନଫରେନସିଂ ବେଳେ ଅଶ୍ଳୀଳ ଭିଡିଓ ସହିତ ସାଇବର ଆଟାକ ହେଉଥିବାର ଦେଖିବା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଆପ ଉପରେ ପ୍ରତିବନ୍ଧକ ଲଗାଇଛି।

ଏହାରି ଭିତରେ କିନ୍ତୁ ଜୁମର ପ୍ରତିନ୍ଦ୍ୱନ୍ଦୀ କମ୍ପାନୀ ଭାବରେ ଜିଓ ମିଟ୍ ତିଆରି ହୋଇଛି। ଏବେ ଏହି ଜିଓ ମିଟକୁ ୧୦ ଲକ୍ଷରୁ ଅଧିକ ଲୋକ ସପ୍ତାହକ ମଧ୍ୟରେ ଡାଉନଲୋଡ କରିଥିବା ସୂଚନା ରହିଛି। ଜୁମ୍ ଆପ୍ ୪୦ ମିନିଟର ଭିଡିଓ କଲିଂ ଫ୍ରି ଦେଉଥିବା ବେଳେ ଜିଓ ମିଟ୍ ଏହାକୁ ଏବେ ଅନଲିମିଟେଡ ରଖିଛି। ତେଣୁ ଲୋକମାନେ ଏବେ କରୋନା ମହାମାରୀ ବେଳେ ଜିଓ ମିଟ ପ୍ରତି ସପ୍ତାହେ ହେବ ଅଧିକ ଆକୃଷ୍ଟ ହୋଇଛନ୍ତି। ଯାହାକୁ ଜୁମ୍ ଆପ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଭେଲକାମି ଶଙ୍କରଲିଙ୍ଗମ କହିଛନ୍ତି, ଜୁମ୍ ପାଇଁ ଭାରତ ଏକ ବଡ଼ ବଜାର। ଆଗାମୀ ଦିନରେ ଭାରତରେ ପୁଞ୍ଜି ନିବେଶ କରିବ ଜୁମ୍। ଏଥିସହ ଭାରତୀୟଙ୍କୁ ରୋଜଗାର ମଧ୍ୟ ଦେବ। ଆଗାମୀ ୫ ବର୍ଷ ମଧ୍ୟରେ ଭାରତରେ ସରକାରୀ ସଂସ୍ଥା, କମ୍ୟୁନିଟି, ସ୍କୁଲ, ଘରୋଇ ସଂସ୍ଥା ଏବଂ ଅନ୍ୟାନ୍ୟ ମାନଙ୍କ ସହିତ ଯୋଡ଼ି ହେବାକୁ ଯୋଜନା ରଖିଛି। ଜୁମ୍ ଆପ ଦେଶର ଷ୍ଟ୍ରାର୍ଟଅପ୍ କମ୍ପାନୀ, ସ୍କିଲ୍ ଇଣ୍ଡିଆ, ଜିଜିଟାଲ ଇଣ୍ଡିଆକୁ ଆଗକୁ ନେବା ପାଇଁ ପ୍ରୋତ୍ସାହନ ଯୋଗାଇବ। ଜୁମ୍ ଆପ ଆମେରିକାର କମ୍ପାନୀ। ଏହା ଏନଏସଡିଏକ୍ୟୁ (NASADAQ) ଅଧୀନରେ ରହିଛି। ଏହାର ମୁଖ୍ୟ ଅଫିସ ସାନଜୋଶ, କାଲିଫର୍ଣ୍ଣିଆ। ଅନେକ ବିଶ୍ୱ ସ୍ତରୀୟ କମ୍ପାନୀର ଅଫିସ ଯେପରି ଚୀନରେ ରହିଛି, ସେହିପରି ଜୁମର ଅଫିସ ଚୀନରେ ରହିଛି।

ସୂଚନାଯୋଗ୍ୟ, ନିକଟରେ ଚୀନ ପ୍ରତି ବଢ଼ୁଥିବା ବିଦ୍ରୋହ ଏବଂ ଦେଶର ନାଗରିକଙ୍କ ଗୋପନୀୟତାକୁ ସୁରକ୍ଷା ଦେବାକୁ ଯାଇ କେନ୍ଦ୍ରର ମୋଦି ସରକାର ଚୀନର ୫୯ଟି ଆପକୁ ବ୍ୟାନ କରିଛନ୍ତି। ଯେଉଁଥିରେ ଜୁମ୍ ନାହିଁ। ହେଲେ ଦୁଇ ମାସ ପୂର୍ବରୁ ଜୁମ ଆପକୁ ବ୍ୟବହାର ନକରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି।

ସେହିପରି ଜିଓ ସିମ୍ ଯେତେବେଳେ ଭାରତୀୟ ବଜାରରେ ପ୍ରବେଶ କରିଥିଲା ସେତେବେଳେ ଅନେକ ପ୍ରମୁଖ ଟେଲିକମ କମ୍ପାନୀର ବ୍ୟବସା କ୍ଷତିରେ ପଡ଼ିଛନ୍ତି। ଏମିତିକି ଜିଓ ପ୍ରତି ଲୋକମନେ ଆକୃଷ୍ଟ ହେବା ପରେ ଅନେକ ଟାଟା ଡୋକୋମୋ, ଏୟାରସେଲ, ରିଲାଏନ୍ସ ସ୍ମାର୍ଟ ଭଳି କମ୍ପାନୀ ବନ୍ଦ ହୋଇଛି। ଆଇଡିଆ ଏବଂ ଭୋଡାଫୋନ ମିଶି ଏବେ ବ୍ୟବସାୟ କରୁଛନ୍ତି।

Related story