/odisha-reporter/media/post_attachments/uploadimage/library/16_9/16_9_0/STA_1685451317.jpg)
STA
କେବେ କହିହେବ ନାହିଁ। ଦୁର୍ଘଟଣା କେତେବେଳେ ଘଟିପାରେ? ତେଣୁ ସବୁବେଳେ ସତର୍କ ରୁହନ୍ତି। ଏହାକୁ ନେଇ ରାଜ୍ୟ ପରିବହନ ବିଭାଗ ଆଜି ଏକ ମଜାଦାର ଟ୍ୱିଟ୍ କରିଛି। ଯେଉଁଥିରେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଏକ ଷ୍ଟମ୍ପିଂ ଭିଡିଓ ଶେୟାର କରାଯାଇଛି। ଆଉ ସେଥିରେ ଲେଖାଯାଇଛି, “ନଜର ହଟିଲା, ଦୁର୍ଘଟଣା ଘଟିଲା।” ପରିବହନ ବିଭାଗର ଏହି ଟ୍ୱିଟ୍କୁ ଫଲୋୟର୍ସମାନେ ରି-ଟ୍ୱିଟ୍ କରି ମଜାଦାର କମେଣ୍ଟ ଦେଇଛନ୍ତି।
ରାଜ୍ୟ ପରିବହନ ବିଭାଗ ସୋଶାଲ ମିଡିଆ ଟ୍ୱିଟ୍ରେ ଶେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି, ଫାଇନାଲ୍ ଆଇପିଏଲ ମ୍ୟାଚ୍ରେ ବ୍ୟାଟିଂ କରୁଥିବା ଶୁଭମନ ଗିଲ୍ ଛକା ମାରିବା ପାଇଁ କ୍ରିଜ୍ ବାହାରକୁ ପଳାଇ ଯାଇଥିଲେ। ତେବେ ବଲ୍ଟି ତାଙ୍କୁ ଚକ୍ମା ଦେଇ କିପର ତଥା ସିଏସ୍କେ କ୍ୟାପ୍ଟେନ୍ ଧୋନୀଙ୍କ ଗ୍ଲୋବ୍ସକୁ ପଳାଇ ଯାଇଥିଲା। ଆଉ କାଳବିଳମ୍ୱ ନକରି ମୂହୂର୍ତ୍ତକ ମଧ୍ୟରେ ଅର୍ଥାତ ୦.୧ ସେକେଣ୍ଟରେ ସେ ଷ୍ଟମ୍ପିଂ କରିଥିଲେ। ଗିଲଙ୍କ ନଜର ହଟିବାରୁ ସେ ଆଉଟ୍ ହେଲେ। ତେଣୁ ଦୁର୍ଘଟଣା କେତେବେଳେ ଘଟିପାରେ। ଗିଲଙ୍କ ଆଉଟ୍ ପରି ୦.୧ ସେକେଣ୍ଟରେ ମଧ୍ୟ ଦୁର୍ଘଟଣା ଘଟିପାରେ ବୋଲି ପରିବହନ ବିଭାଗ ଟ୍ୱିଟ୍ କରିଛି। ତେଣୁ ସବୁବେଳେ ସତର୍କ ରହିଲେ, ଆଘାତ ପାଇବେ ନାହିଁ ବୋଲି ଟ୍ୱିଟ୍ରେ ଉଲ୍ଲେଖ ରହିଛି।
ଦୁର୍ଘଟଣା ଏଡ଼ାଇବା ପାଇଁ ସରକାର ନାନା ମାର୍ଗଦର୍ଶିତା ଲାଗୁ କରିଛନ୍ତି। ଏହା ସତ୍ତ୍ୱେ ପ୍ରତିଦିନ ରାସ୍ତାରେ ଦୁର୍ଘଟଣା ଘଟୁଛି। କିଛି ଅମାନିଆଙ୍କ ପାଇଁ ଦୁର୍ଘଟଣା ଘଟୁଛି। ବେଆଇନ୍ ଭାବେ ବିନା ହେଲ୍ମେଟ୍ରେ ମଦ ପିଇ ଗାଡ଼ି ଚଲାଉଛନ୍ତି। ଯେଉଁଥିପାଇଁ ଦୁର୍ଘଟଣାରେ ଶିକାର ହେଉଛନ୍ତି। ଆଉ ବିଚ୍ ରାସ୍ତାରେ ଯାଉଛି ଜୀବନ।
#RoadSafety lesson from #IPL !
Accident can happen even in 0.1 second.
Always stay alert on the road, so that you don't get hurt.
ନଜର ହଟିଲା, ଦୁର୍ଘଟଣା ଘଟିଲା I#MSDhoni#TopicalPost#DriveSafely@CTOdishapic.twitter.com/8HMHW2iK9D
— State Transport Authority, Odisha (@STAOdisha) May 30, 2023
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
