Advertisment

ଖ୍ରୀଷ୍ଟମାସରେ ଘରେ ବନାନ୍ତୁ କଫି ଫ୍ରୁଟ୍ କେକ୍

ଖ୍ରୀଷ୍ଟମାସ ବା ବଡ଼ଦିନ। ଏହି ଦିନ ସମସ୍ତେ ନିଜ ନିଜ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ବିଶେଷ କରି ଏହି ଦିନ କେକ୍ ତିଆରି କରାଯାଏ। ଘରେ ଘରେ କେକ୍ ତିଆରି ପରସ୍ପରକୁ ବାଣ୍ଟିବା ପରମ୍ପରା ରହିଛି। ତେବେ ଖ୍ରୀଷ୍ଟମାସରେ ଆପଣ ବି ଚାହିଁଲେ ଘରେ ଖୁବ ସହଜରେ କେକ୍ ତିଆରି କରିପାରିବେ। ଏଭଳି ଏକ ସହଜ କେକ ରେସିପି ହେଉଛି କଫି ଫ୍ରୁଟ କେକ୍। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ। ସାମଗ୍ରୀ […]

ଅଦ୍ୟତନ ହୋଇଛି
ଖ୍ରୀଷ୍ଟମାସରେ ଘରେ ବନାନ୍ତୁ କଫି ଫ୍ରୁଟ୍ କେକ୍

coffe-fruit-cake

Advertisment

ଖ୍ରୀଷ୍ଟମାସ ବା ବଡ଼ଦିନ। ଏହି ଦିନ ସମସ୍ତେ ନିଜ ନିଜ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ବିଶେଷ କରି ଏହି ଦିନ କେକ୍ ତିଆରି କରାଯାଏ। ଘରେ ଘରେ କେକ୍ ତିଆରି ପରସ୍ପରକୁ ବାଣ୍ଟିବା ପରମ୍ପରା ରହିଛି। ତେବେ ଖ୍ରୀଷ୍ଟମାସରେ ଆପଣ ବି ଚାହିଁଲେ ଘରେ ଖୁବ ସହଜରେ କେକ୍ ତିଆରି କରିପାରିବେ। ଏଭଳି ଏକ ସହଜ କେକ ରେସିପି ହେଉଛି କଫି ଫ୍ରୁଟ କେକ୍। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ।

Advertisment

ସାମଗ୍ରୀ

  • ୧ କପ୍ ମଇଦା
  • ୩ ଚାମଚ କୋକୋ ପାଉଡର
  • ୧ ଚାମଚ କଫି ଏସେନ୍ସ
  • ୩ କପ୍ ମିକ୍ସ ଡ୍ରାଏ ଫ୍ରୁଟ୍ସ
  • ୨ ଚାମଚ କଫି ପାଉଡର
  • ୧ କପ୍ ପାଉଡର ଚିନି
  • ୧.୫ କପ୍ କ୍ଷୀର

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ବଡ ବାଉଲରେ ମିକ୍ସ ଡ୍ରାଏ ଫ୍ରୁଟ୍ସଗୁଡିକୁ ପକାନ୍ତୁ। ଏଥିରେ କଫି ଏସେନ୍ସ, କଫି ପାଉଡର ଏବଂ କ୍ଷୀର ପକାଇ ମିଶାନ୍ତୁ। ଏହାପରେ ଏହି ମିଶ୍ରଣକୁ ୭ରୁ ୮ ଘଣ୍ଟା ଫ୍ରିଜରେ ଭିଜିବା ପାଇଁ ରଖନ୍ତୁ। ଏହି ମିଶ୍ରଣଟି ତିଅରି ହୋଇଯିବା ପରେ ଓଭାନକୁ ୧୬୦ ଡିଗ୍ରୀ ସେଲସିଅସରେ ଗରମ କରନ୍ତୁ। ଏହାପରେ କେକ୍ ଟିନ ଆଣି ତାର ଚାରିପଟେ ବଟରରେ ଗ୍ରିସିଂ କରନ୍ତୁ ନତୁବା ବେକିଂ ପେପର ପକାନ୍ତୁ। ପରେ ଅନ୍ୟ ଏକ ବାଉଲରେ ମଇଦା, କୋକୋ ପାଉଡର, ବେକିଂ ସୋଡା, ଚିନି, ଭିଜା ଡ୍ରାଏ ଫ୍ରୁଟ୍ସ ପକାଇ ଭଲଭାବେ ମିସାନ୍ତୁ । ମିଶ୍ରଣଟି ତିଆରି ହୋଇଯିବା ପରେ କେକ ଟିନରେ ପକାଇ ୫୦-୫୫ ମିନିଟ ପର୍ଯ୍ୟନ୍ତ ଓଭାନରେ ବେକ୍ କରନ୍ତୁ। ଏହାପରେ ଓଭାନରୁ ବାହାର କରି ଥଣ୍ଡା ହେବା ସମସ୍ତଙ୍କୁ କଫି ଫ୍ରୁଟ୍ସ କେକ୍ ପରଷନ୍ତୁ।

Advertisment
Lifestyle Christmas 2020
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe