Advertisment

ଡିସେମ୍ବର ୨୫ରେ ହିଁ କାହିଁକି ପାଳନ ହୁଏ ଖ୍ରୀଷ୍ଟମାସ?

ଡିସେମ୍ବର ୨୫କୁ ସାରା ବିଶ୍ୱରେ ବଡ଼ଦିନ ବା ଖ୍ରୀଷ୍ଟମାସ ରୂପେ ପାଳନ କରାଯାଏ। ଖ୍ରୀଷ୍ଟମାସ ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ସବୁଠାରୁ ବଡ଼ ପର୍ବ। ଏଥିପାଇଁ ପୂର୍ବଦିନ ରାତିରୁ ଅର୍ଥାତ ଡିସେମ୍ବର ୨୪ରୁ ଲୋକେ ପରସ୍ପରକୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଥାନ୍ତି। ଏଥିସହ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ରୋଷେଇ କରିବା ସହ କେକ କାଟି ବାଣ୍ଟିଥା’ନ୍ତି। ଛକ ଛକରେ ଲାଇଟ ଲଗାଇ ଖ୍ରୀଷ୍ଟମାସ ଗଛ ସଜାଇ ଥା’ନ୍ତି ଲୋକେ। ସାଧାରଣତଃ ଖ୍ରୀଷ୍ଟମାସ ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ପର୍ବ ହୋଇଥିଲେ […]

ଅଦ୍ୟତନ ହୋଇଛି
ଡିସେମ୍ବର ୨୫ରେ ହିଁ କାହିଁକି ପାଳନ ହୁଏ ଖ୍ରୀଷ୍ଟମାସ?

Christmas-celebration

Advertisment

ଡିସେମ୍ବର ୨୫କୁ ସାରା ବିଶ୍ୱରେ ବଡ଼ଦିନ ବା ଖ୍ରୀଷ୍ଟମାସ ରୂପେ ପାଳନ କରାଯାଏ। ଖ୍ରୀଷ୍ଟମାସ ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ସବୁଠାରୁ ବଡ଼ ପର୍ବ। ଏଥିପାଇଁ ପୂର୍ବଦିନ ରାତିରୁ ଅର୍ଥାତ ଡିସେମ୍ବର ୨୪ରୁ ଲୋକେ ପରସ୍ପରକୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଥାନ୍ତି। ଏଥିସହ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ରୋଷେଇ କରିବା ସହ କେକ କାଟି ବାଣ୍ଟିଥା’ନ୍ତି। ଛକ ଛକରେ ଲାଇଟ ଲଗାଇ ଖ୍ରୀଷ୍ଟମାସ ଗଛ ସଜାଇ ଥା’ନ୍ତି ଲୋକେ। ସାଧାରଣତଃ ଖ୍ରୀଷ୍ଟମାସ ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ପର୍ବ ହୋଇଥିଲେ ବି ଏହାକୁ ସବୁ ଧର୍ମର ଲୋକେ ଧୁମଧାମରେ ପାଳନ କରନ୍ତି। ତେବେ ୨୫ ଡିସେମ୍ବର ଦିନ ହିଁ କାହିଁକି ପାଳନ ହୁଏ ବଡ଼ଦିନ ବା ଖ୍ରୀଷ୍ଟମାସ। ଆସନ୍ତୁ ଜାଣିବା...

Advertisment

ଖ୍ରୀଷ୍ଟମାସ ଦିନ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ। ବାଇବେଲ ଅନୁସାରେ ଯୀଶୁ ଈଶ୍ୱରଙ୍କ ସନ୍ତାନ, ଯିଏ ପୃଥିବୀରେ ପ୍ରେମ ଏବଂ ସଦ୍ଭାବନାର ବାର୍ତ୍ତା ଦେଇଥିଲେ। ଶାନ୍ତିର ଦୂତ ଯୀଶୁଙ୍କ ଜନ୍ମ ତାରିଖକୁ ନେଇ କୌଣସି ପ୍ରମାଣ ନାହିଁ। ଏପରିକି ବାଇବେଲରେ ଏନେଇ କୌଣସି ଉଲ୍ଲେଖ ହୋଇନାହିଁ। ପୋପ ଜୁଲିଅସ ଆଫ୍ରିକାନୁସ ଡିସେମ୍ବର ୨୫ରେ ଯୀଶୁ ଜନ୍ମ ହୋଇଥିଲେ ବୋଲି ଖ୍ରୀଷ୍ଟପୂର୍ବ ୨୨୧ ରେ କ୍ରନୋଗ୍ରାଫିର ଉଲ୍ଲେଖ କରିଛନ୍ତି। ତେଣୁ ଖ୍ରୀଷ୍ଟ କ୍ରନୋଗ୍ରାଫି ଅନୁସାରେ ଡିସେମ୍ବର ୨୫କୁ ଯୀଶୁଙ୍କ ଜନ୍ମ ଦିବସ ରୂପେ ପାଳନ କରାଯାଏ ଏବଂ ସେହି ଦିନଠାରୁ ହିଁ ଖ୍ରୀଷ୍ଟମାସ ପାଳିତ ହୋଇଆସୁଛି।Jesus Christ birth in a shed

ସେହିପରି ଖ୍ରୀଷ୍ଟଧର୍ମରେ ପ୍ରଭୁ ଯୀଶୁଙ୍କ ଜନ୍ମକୁ ନେଇ ଏକ ରୋଚକ କଥା ପ୍ରଚଳିତ ଅଛି। କୁହାଯାଏ ଯେ, ଈଶ୍ୱର ନିଜ ଦୂତ ଗାବ୍ରିଏଲଙ୍କୁ ମରିଅମ ନାମକ ଜଣେ ମହିଳାଙ୍କ ପାଖକୁ ପଠାଇଥିଲେ। ଏହାପରେ ମରିଅମ ଜୋସେଫ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ପରେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ହୋଇଥିଲା।

Advertisment

ଖ୍ରୀଷ୍ଟମାସ ପର୍ବଟି ମୁଖ୍ୟତଃ ଛୋଟ ପିଲାମାନଙ୍କ ପାଇଁ ଅଧିକ ଆନନ୍ଦ ଓ ଉଲ୍ଲାସ ଆଣି ଦେଇଥାଏ। ଏହି ଦିନରେ ପିଲାମାନଙ୍କୁ ତାଙ୍କ ପସନ୍ଦର ଖାଦ୍ୟଦ୍ରବ୍ୟ ଖାଇବାକୁ ମିଳିବା ସହ ବହୁ ଉପହାର ମଧ୍ୟ ମିଳିଥାଏ। ମାନ୍ୟତା ଅନୁଯାୟୀ, ସାନ୍ତାକ୍ଲଜ ସ୍ୱର୍ଗରୁ ଆସି ସଭିଁଙ୍କ ପାଇଁ ଉପହାର ସହ ଖୁସି ଦେଇଯାଆନ୍ତି। ତେଣୁ ଏହି ଦିନରେ କିଛି ବ୍ୟକ୍ତି ସାନ୍ତାକ୍ଲଜ ବେଶରେ ସଜ୍ଜିତ ହୋଇ ପିଲାମାନଙ୍କୁ ଉପହାର ପ୍ରଦାନ କରିଥାଆନ୍ତି।

Christmas 2020
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe