ରାଜ୍ୟରେ କରୋନା ନେଲା ଆଉ ୧୫ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୭୫ରେ ପହଞ୍ଚି ଯାଇଛି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନାରେ ଆଖି ବୁଜିଥିବା ଜଣାଯାଇଛି। ଗଜପତି, ସୁବର୍ଣ୍ଣପୁର ଓ ସମ୍ବଲପୁରରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ  […]

4-coorona

Niharika Rout
  • Published: Wednesday, 18 November 2020
  • , Updated: 18 November 2020, 11:19 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୭୫ରେ ପହଞ୍ଚି ଯାଇଛି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନାରେ ଆଖି ବୁଜିଥିବା ଜଣାଯାଇଛି।

ଗଜପତି, ସୁବର୍ଣ୍ଣପୁର ଓ ସମ୍ବଲପୁରରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ  ଆଖି ବୁଜିଛନ୍ତି। ସେହିପରି କୋରାପୁଟ, ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ମଧ୍ୟ ଜଣେ ଲେଖାଏଁ  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Related story