Advertisment

ରାଜ୍ୟରେ ଆଖି ବୁଜିଲେ ୧୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମୁଥିବା ବେଳେ ମୃତ୍ୟୁ ଗ୍ରାଫ୍‌ରେ କିନ୍ତୁ ଲାଗୁନି ବ୍ରେକ୍‌। ରାଜ୍ୟରେ କରୋନା ଯୋଗୁ ପୁଣି ୧୬ ଆକ୍ରାନ୍ତ ଆଖି ବୁଜିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୮୭ରେ ପହଞ୍ଚି ଯାଇଛି। ରାଜ୍ୟରେ ଦୈନିକ ୧୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା ବେଳେ ଏହା ଏବେ ପ୍ରଶାସନର ଚିନ୍ତା ବଢ଼ାଇଛି।  ଡିସେମ୍ବରରେ କରୋନାର […]

ରାଜ୍ୟରେ ଆଖି ବୁଜିଲେ ୧୬ କରୋନା ଆକ୍ରାନ୍ତ

corona-3.4

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମୁଥିବା ବେଳେ ମୃତ୍ୟୁ ଗ୍ରାଫ୍‌ରେ କିନ୍ତୁ ଲାଗୁନି ବ୍ରେକ୍‌। ରାଜ୍ୟରେ କରୋନା ଯୋଗୁ ପୁଣି ୧୬ ଆକ୍ରାନ୍ତ ଆଖି ବୁଜିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୮୭ରେ ପହଞ୍ଚି ଯାଇଛି।

Advertisment

ରାଜ୍ୟରେ ଦୈନିକ ୧୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା ବେଳେ ଏହା ଏବେ ପ୍ରଶାସନର ଚିନ୍ତା ବଢ଼ାଇଛି।  ଡିସେମ୍ବରରେ କରୋନାର ଦ୍ୱିତୀୟ ଲହରି ଆସିବାକୁ ଥିବାରୁ ପରିସ୍ଥିତି ଆହୁରି ଭୟଙ୍କର ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ରାଜ୍ୟରେ ସୁନ୍ଦରଗଡ଼ରେ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀରେ ୩ ଓ ଖୋର୍ଦ୍ଧା ଜିଲ୍ଲାରେ ୨ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାବ୍ୟତୀତ ଗଞ୍ଜାମ, ଢେଙ୍କାନାଳ, କଟକ, ଭଦ୍ରକ, ଯାଜପୁର, ଅନୁଗୁଳ, ବରଗଡ଼ ଜିଲ୍ଲାରୁ ଜଣେ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe