Advertisment

୨୬ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରେ ସର୍ବାଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୮୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୭୭ଟି ହେଉଛି ଲୋକାଲ୍ କେସ୍। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୬ଟି ଜିଲ୍ଲା ଓ ଷ୍ଟେଟ୍‌ପୁଲରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସର୍ବାଧିକ ଅଛନ୍ତି ସୁନ୍ଦରଗଡ଼ରେ। ଏହି ଜିଲ୍ଲାରୁ ୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୋଳ […]

କମୁଛି କରୋନା କୋପ; ରାଜ୍ୟରେ ଚିହ୍ନଟ ହେଲେ ୨୨୭୫ ଆକ୍ରାନ୍ତ

corona-8-1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୮୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୭୭ଟି ହେଉଛି ଲୋକାଲ୍ କେସ୍। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

୨୬ଟି ଜିଲ୍ଲା ଓ ଷ୍ଟେଟ୍‌ପୁଲରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସର୍ବାଧିକ ଅଛନ୍ତି ସୁନ୍ଦରଗଡ଼ରେ। ଏହି ଜିଲ୍ଲାରୁ ୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୨୪ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨, ବରଗଡ଼ରୁ ୯, ଭଦ୍ରକରୁ ୨, ବଲାଙ୍ଗିରରୁ ୬, ବୌଦ୍ଧରୁ ଜଣେ, କଟକରୁ ୬, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ଜଣେ, ଗଜପତିରୁ ୨, ଗଞ୍ଜାମରୁ ୫, ଜଗତସିଂହପୁରରୁ ୫, ଯାଜପୁରରୁ ୧୧, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୩, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୧୪, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୫, ନୂଆପଡ଼ାରୁ ୧୦, ପୁରୀରୁ ୬, ସମ୍ବଲପୁରରୁ ୧୦ ଓ ସୋନପୁରରୁ ୨ ଜଣ ଚିହ୍ନଟ ହୋଇଛନ୍ତି।

Advertisment

ଷ୍ଟେଟ୍‌ ପୁଲ୍‌ରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା ଓ ନୟାଗଡ଼ରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

୧୮୩ଟି ନୂଆ କେସ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୪୯୨ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩,୨୬,୨୦୯ ଜଣ ସୁସ୍ଥ ହୋଇସାରିଛନ୍ତି। ୨,୩୪୫ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନାରେ ରାଜ୍ୟରେ ଏଯାବତ୍ ୧,୮୮୫ ଜଣଙ୍କ ଜୀବନ ଗଲାଣି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe