Advertisment

ଲଗାତାର ତୃତୀୟ ଦିନ ପାଇଁ ୨୦୦ରୁ କମ୍ ଆକ୍ରାନ୍ତ ଚିହ୍ନଟ, ୧୯୦୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାତାର ତୃତୀୟ ଦିନ ପାଇଁ ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ତଳେ ରହିଛି। ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ୧୮୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୭୭ଟି ହେଉଛି ଲୋକାଲ୍ କେସ୍‌। ୨୩ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ପୁଣି ୨୦୦ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

corona-36

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାତାର ତୃତୀୟ ଦିନ ପାଇଁ ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ତଳେ ରହିଛି। ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ୧୮୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୭୭ଟି ହେଉଛି ଲୋକାଲ୍ କେସ୍‌।

Advertisment

୨୩ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୬, ବରଗଡ଼ରୁ ୧୦, ଭଦ୍ରକରୁ ଜଣେ, ବଲାଙ୍ଗିରରୁ ୩, ବୌଦ୍ଧରୁ ଜଣେ, କଟକରୁ ୭, ଦେବଗଡ଼ରୁ ୨, ଗଜପତିରୁ ୩, ଗଞ୍ଜାମରୁ ଜଣେ, ଯାଜପୁରରୁ ୭, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୧୯, ମୟୂରଭଞ୍ଜରୁ ୮, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ୧୮, ପୁରୀରୁ ୧୩, ସମ୍ବଲପୁରରୁ ୧୯ ଓ ସୁନ୍ଦରଗଡ଼ରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି।

ଷ୍ଟେଟ୍‌ ପୁଲ୍‌ରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ ଢେଙ୍କାନାଳ, ଜଗତସିଂହପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ସୋନପୁର ଜିଲ୍ଲାରୁ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

Advertisment

୧୮୩ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୩୧୦ରେ ପହଞ୍ଚିଯାଇଛି। ୩,୨୯,୩୧୮ ସୁସ୍ଥ ହୋଇସାରିଥିବା ବେଳେ ୨,୦୩୯ ଜଣ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ କରୋନାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ସେ ଖୋର୍ଦ୍ଧା ଜିଲ୍ଲାର ବାସିନ୍ଦା ଥିଲେ। ଏହା ସହିତ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧,୯୦୦ରେ ପହଞ୍ଚି ଯାଇଛି। ସେହିପରି ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୪ରେ ପହଞ୍ଚିଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଦୁଇ ଦିନ ଧରି ରାଜ୍ୟରେ ଯଥାକ୍ରମେ ୧୭୮ ଓ ୧୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା।